ଅବସାଦ

ଏକ ପ୍ରକାର ମାନସିକ ବେମାର From Wikipedia, the free encyclopedia

ଅବସାଦ
Remove ads

ଅବସାଦ(English: depression) ହେଉଛି ମନର ଏକ ପ୍ରକାର ଭାବ ବା ଅବସ୍ଥା ଯେଉଁଥିରେ କିଛି କାମଦାମ କରିବାକୁ ଇଛା ହୁଏନାହିଁ, ମନ ଉଦାସ ରହେ ଇତ୍ୟାଦି ଯାହାକି ଜଣେ ମନୁଷ୍ୟର ଚିନ୍ତାଧାରା, ବ୍ୟବହାର, ପ୍ରବୃତ୍ତି, ଭାବନା ଏବଂ ଭଲ କଥା ଭାବିବା ଆଦିକୁ ପ୍ରଭାବିତ କରିପାରେ । ଗୋଟିଏ ଅବସାଦ ମନ ସାଧାରଣତଃ ନିଜ ଲୋକ କାହାକୁ ହରେଇବାର ଏକ କ୍ଷଣସ୍ଥାୟୀ ପ୍ରତିକ୍ରିୟା ହୋଇଥାଏ । ଆହୁରି କୌଣସି ଔଷଧର ପାର୍ଶ୍ୱ ପ୍ରତିକ୍ରିୟାରେ ବି ହୋଇପାରେ କିମ୍ବା କୌଣସି ଶାରୀରିକ ରୋଗ ଯୋଗୁଁ ମଧ୍ୟ ହୋଇପାରେ । ଗୋଟିଏ ଅବସାଦ ମନ ମଧ୍ୟ କିଛି ମନ ରୋଗ, ପ୍ରମୁଖ ଅବସାଦ ବେମାରୀର ଲକ୍ଷଣ ହୋଇଥାଏ ।[]

Quick Facts ଅବସାଦ, ବିଭାଗ ...
Remove ads

କାରକ

Thumb
Allegory on melancholy, from circa 1729–40, etching and engraving, dimensions of the sheet: 42 × 25.7 cm, in the ମେଟ୍ରୋପଲିଟାନ କଳା ସଂଗ୍ରହାଳୟ (New York City)

ଜୀବନ ଘଟଣାବଳୀ

ବାଲ୍ୟକାଳରେ କିଛି ଅଘଟଣ ଘଟିଥିଲେ ଯଥା: କୌଣସି ନିଜର ଲୋକଙ୍କର ବିୟୋଗ, ଅନ୍ୟମାନଙ୍କର ହତାଦର, ମାନସିକ, ଶାରୀରିକ ଓ ଯୌନ ଶୋଷଣ ଏବଂ ପାତର ଅନ୍ତର କରି ସନ୍ତାନଙ୍କୁ ମାତାପିତାଙ୍କର ଲାଳନ ପାଳନ ଯୋଗୁଁ ପରେ ପ୍ରାପ୍ତ ବୟସରେ ଅବସାଦ ହୋଇପାରେ ।[][] ବାଲ୍ୟକାଳରେ ମୁଖ୍ୟତଃ ଶାରୀରିକ ଓ ଯୌନ ଉତ୍ପୀଡ଼ନ ଭବିଷ୍ୟତରେ ଅବସାଦଗ୍ରସ୍ତ କରିବାରେ କାରକ ସାଜିଥାଏ ।[]

ପ୍ରସବ, ଋତୁବନ୍ଦ, ଆର୍ଥୀକ ଅଭାବ ଅନଟନ, ବେରୋଜଗାରୀ, ଚିନ୍ତା, କର୍କଟ/ଏଚଆଇଭି ଭଳି ବଡ଼ ରୋଗ, ଅନ୍ୟ କାହାର ଡର ବା ଧମକ, ନିକଟତର ଲୋକଙ୍କର ପରଲୋକ ଗମନ, ପ୍ରାକୃତିକ ବିପର୍ଯ୍ୟାୟ, ସାମାଜିକ ବାଛନ୍ଦ ବା ଏକଘରିକିଆ ହେଇଯିବା, ଧର୍ଷଣ, ସମ୍ପର୍କରେ ତିକ୍ତତା, ଈର୍ଷା, କାହାର ଛାଡ଼ି ପଳାଇବା ଏବଂ ଭୟାନକ ଆଘାତ ଲାଗିବ ପରି କେତେକ ଜୀବନର ଘଟଣା ମଧ୍ୟ ଅବସାଦ ଆଣିଦେଇପାରେ ।[][][] ପ୍ରାପ୍ତ ବୟସ୍କ ବ୍ୟକ୍ତିମାନେ ଧମକ, ସାମାଜିକ ବାଛନ୍ଦ ଓ ସମାନ ବର୍ଗର ଲୋକମାନଙ୍କର ପ୍ରତ୍ୟେକ୍ଷ ବା ଅପ୍ରତ୍ୟେକ୍ଷ ବାଧ୍ୟତାରେ ପଡ଼ି ଅବସାଦଗ୍ରସ୍ତ ହୋଇଥାନ୍ତି ।[]

ବ୍ୟକ୍ତିତ୍ୱ

ମନ ବିକ୍ଷୁବ୍ଧତାରେ ଅଧିକ ମୂଲ୍ୟ ଆସିଲେ, ଅବସାଦ ଜନିତ ଲକ୍ଷଣ ହୋଇଥାଏ ଏବଂ ଏହା ଭଲ ମଧ୍ୟ ହୋଇଯାଇଥାଏ ।[୧୦][୧୧] ଅନ୍ୟ ବ୍ୟକ୍ତିତ୍ୱ ପରିବର୍ତ୍ତନଗୁଡ଼ିକ ଯଥା କ୍ଷଣସ୍ଥାୟୀ କିନ୍ତୁ ହଠାତ ଭାବ ପରିବର୍ତ୍ତନ, କିଛି ସମୟ ପାଇଁ ଆଶା ଭରସା ହରାଇବା, ପୂର୍ବରୁ କରୁଥିବା ପ୍ରିୟ କାର୍ଯ୍ୟକ୍ରମଗୁଡ଼ିକ ଉପରୁ ହଠାତ ଇଚ୍ଛା ଛାଡ଼ିଯିବା, ନିଦ୍ରା ହୀନତା, ପୂର୍ବ ସାମାଜିକ ଜୀବନରୁ ଦୂରେଇଯିବା, ଭୋକ ନଲାଗିବା ବା ଅଧିକ ଭୋକ ଲାଗିବା ଏବଂ ଧ୍ୟାନ କେନ୍ଦ୍ରୀଭୂତ କରିବାରେ ଅସୁବିଧା ହବା ଆଦି ଅସୁବିଧା ହୋଇପାରେ ।[୧୨]

ଲିଙ୍ଗଗତ ବିବିଧତା

ଗବେଷଣାକାରୀମାନେ କହିଛନ୍ତିଯେ ଅନ୍ୟାନ୍ୟ ଲିଙ୍ଗଗତ ଅଧିକାରୀ (ଯଥା ଏଲଜିବିଟି) ମନୁଷ୍ୟମାନେ ଅବସାଦଗ୍ରସ୍ତ ହେବା ଅଧିକ ।[୧୩]

ଡାକ୍ତରୀ ଚିକିତ୍ସା

କେତେକ ଡାକ୍ତରୀ ଚିକିତ୍ସା ଯୋଗୁଁ ମଧ୍ୟ ଅବସାଦ ହୋଇପାରେ । ଇଣ୍ଟରଫେରନ ଚିକିତ୍ସା, ବିଟା-ବ୍ଲକର୍ସ, ଆଇସୋଟ୍ରେଟିନୋଏନ ଏବଂ କଣ୍ଟ୍ରାସେପ୍ଟିଭ ଚିକିତ୍ସାଦ୍ୱାରା ଅବସାଦ ହୋଇପାରେ ।[୧୪].[୧୫]

ମାଦକ ଦ୍ରବ୍ୟ

କେତେଆଙ୍କ ଡ୍ରଗ୍ସ ସେବନ (ଡ୍ରଗ୍ସ ଛାଡ଼ିଲାବେଳେ, ଛାଡିସାରିବାପରେ, ଅଳ୍ପ ମାତ୍ରାରେ ନେଲେ) ଯୋଗୁଁ ମଧ୍ୟ ଅବସାଦ ହୋଇପାରେ । ଏହି ବର୍ଗରେ ମଦ୍ୟପାନ, ଶାନ୍ତ କରିବା ନିମିତ୍ତ ଔଷଧ, ପେନ କିଲର, ହେରୋଇନ, କୋକେନ, ହାଲୁସିନୋଜେନ ମଧ୍ୟ ଅନ୍ତର୍ଗତ ।[୧୬]

ଅମାନସିକ ରୋଗ

ଅନେକ ଗୁଡିଏ ସ୍ନାୟବିକ, ଖାଦ୍ୟାଦ୍ୱାରା, ସଂକ୍ରମିତ ରୋଗଦ୍ୱାରା ମଧ୍ୟ ଅବସାଦ ହୋଇପାରେ ।[୧୭] ଶାରୀରିକ ସମସ୍ୟା ଯଥା ପୁରୁଷଙ୍କ କ୍ଷେତ୍ରରେ ହାଇପୋଆନ୍ଦ୍ରୋଗେଞିମ, ଆଡିସନ୍ ରୋଗ, କାସିଙ୍ଗସ୍ ସିଣ୍ଡ୍ରୋମ, ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା, ଲାଇମ ରୋଗ, ମଲ୍ଟିପ୍ଲ ସ୍କ୍ଲେରୋସିସ, ପାର୍କିନ୍‌ସନ୍ ରୋଗ, ହାଲକା ଫୁଲ୍କା କଷ୍ଟ, ଷ୍ଟ୍ରୋକ,[୧୮] , ମଧୁମେହ[୧୯] ଏବଂ କର୍କଟ ରୋଗ ହେଲେ ମଧ୍ୟ ଅବସାଦ ହୋଇପାରେ ।[୨୦]

ମନୋବୈଜ୍ଞାନିକ ରୋଗ ଲକ୍ଷଣ

ଅବସାଦ ବିଭିନ୍ନ ପ୍ରକାରର ମନୋବୈଜ୍ଞାନିକ ରୋଗର ମୁଖ୍ୟ ଲକ୍ଷଣ ହୋଇପାରେ । ମନୋବସ୍ଥା ସମ୍ବଧିତ ବିକାରଗୁଡ଼ିକୁ ମନ ମଧ୍ୟରେ ହେଉଥିବା ଗଣ୍ଡଗୋଳକୁ କୁହାଯାଏ । କେତେକ ବିକାର ଯାହା ଏହି ବର୍ଗ ଅନ୍ତର୍ଗତ ହେଲା: ପ୍ରମୁଖ ଅବସାଦ ବେମାରୀ, ଯେଉଁ ରୋଗରେ ଜଣେ ଅତି କମରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଅବସାଦଗ୍ରସ୍ତ ରହିଥାଏ, କାମ କରିବାର ଇଚ୍ଛା, ଖୁଶିବାସୀ ଆଦି ସବୁ ଚାଲିଯାଏ । ଏବଂ ଡିସ୍ଥିମିଆ, ଏକ ହାଲକା ଅବସାଦଗ୍ରସ୍ତ ମନ ଏବଂ ବାଇପୋଲାର ଡିଜଅଡର[୨୧] ଯଦି ଅବସାଦ ଗୁରୁତର ଭାବେ ଧାରାବାହିକଭାବେ ଲାଗିରୁହେ, ତାହାକୁ ସିଜନାଲ ଅଫେକ୍ତିଭ ଡିଜଅଡର କୁହାଯାଇଥାଏ । ମନର ବିକାର ଛଡ଼ା, ବର୍ଡର ଲାଇନ ପର୍ସନାଲିଟି ଡିଜଅର୍ଡ଼ର ସାଧାରଣତଃ ସାଙ୍ଘାତିକ ଅବସାଦଗ୍ରସ୍ତ ମନ ବୋଲି ଧରାଯାଏ । ଆଘାତୋତ୍ତର ଚାପ ବେମାରୀ ହେଉଛି ଏକ ଚିନ୍ତାଦକରୁ ପଡି ହେଉଥିବା ବେମାରୀକୁ କୁହାଯାଇଥାଏ, ଏହା ପରେ ପରେ ମାନସିକ ଆଘାତ ଲାଗିଥାଏ ଯାହାକି ସାଧାରଣତଃ ଏକ ଅବସାଦଗ୍ରସ୍ତ ମନ ସହ ଚାଲେ ।[୨୨]

ଐତିହାସିକ

ଐତିହାସିକବିତମାନେ କିଭଳି ସାମାଜିକ ଭେଦଭାବ ଓ ଉପନିଶେଦବାଦ କିଭଳି ମନୁଷ୍ୟକୁ ଅବସାଦ ଆଣିଥାଏ ସେହି କ୍ଷେତ୍ରରେ ଗବେଷଣା କରୁଛନ୍ତି ।[୨୩][୨୪]

Remove ads

ଚିକିତ୍ସା

ଅବସାଦଗ୍ରସ୍ତ ମନ ପେସାଗତ ଚିକିତ୍ସା ଲୋଡ଼ିନପାରେ, କେବଳ ସାଧାରଣ ଜୀବନଶୈଳୀରେ ପରିବର୍ତ୍ତନ, ଡାକ୍ତରୀ ଚିକିତ୍ସାରେ ବଦଳ କିମ୍ବା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଉଥିବା ଔଷଧ ପରିବର୍ତ୍ତନ କରାଗଲେ ଏହା ଭଲ ହୋଇଯାଇପାରେ । ଲମ୍ବା ସମୟ ଧରି ଯଦି ଜଣେ ଅବସାଦଗ୍ରସ୍ତ ରହୁଛନ୍ତି ଏବଂ ଏଥି ସହ ବାକି ଲକ୍ଷଣଗୁଡିକ ମଧ୍ୟ ଯଦି ଦେଖାଯାଉଛି ତେବେ ଚିକିତ୍ସାଳୟରେ ଯାଇ ଦେଖାଇବା ଉଚିତ । ଯୁକ୍ତରାଜ୍ୟର ଏକ ଅନୁଷ୍ଠାନ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ହେଲ୍ଥ ଆଣ୍ଡ କେୟାର ଏକ୍ସଶିଲେନ୍ସ (NICE) ୨୦୦୯ରେ କହିଥିଲେ କି ଆଣ୍ଟି-ଡିପ୍ରେସାଣ୍ଟ ସାଧାରଣ ଅବସାଦ ନିମିତ୍ତ ସର୍ବଦା ନେବା ଭଲ ନୁହେଁ ।[୨୫]

ସନ ୨୦୧୯ରେ ଟ୍ରିନିଟି ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟ ଅନୁଯାଇ, ରକ୍ତ ପରୀକ୍ଷାଦ୍ୱାରା ଅବସାଦ ଚିହ୍ନଟ କରିହେବ । ସାଧାରଣତଃ ଅବସାଦଗ୍ରସ୍ତ ରୋଗୀଙ୍କ ରକ୍ତ ପ୍ଲାଜମାରେ ଅନିୟମିତତା ଦେଖାଯାଏ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଥିଲା ।[୨୬]


Remove ads

ଆଧାର

ବାହ୍ୟ ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads