ଡ୍ରକ୍ସିଡୋପା
From Wikipedia, the free encyclopedia
Remove ads
ଡ୍ରକ୍ସିଡୋପା (ଇଂରାଜୀ ଭାଷାରେ Droxidopa), ନର୍ଥେରା ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ଛିଡା ହେବା ସହିତ ନିମ୍ନ ରକ୍ତଚାପ ହେବାର ସ୍ନାୟୁଗତ କାରଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହି କାରଣଗୁଡ଼ିକ ମଧ୍ୟରେ ପାର୍କିନ୍ସନ୍ ରୋଗ, ସ୍ୱୟଂଶାସିତ ନ୍ୟୁରୋପାଥି ଏବଂ ଏକାଧିକ ସିଷ୍ଟମିକ୍ ଆଟ୍ରୋଫି ଅନ୍ତର୍ଭୁକ୍ତ ହୋଇପାରେ ।[୧] [୨] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଅଇ, ଏବଂ ଉଚ୍ଚ ରକ୍ତଚାପ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ କିମ୍ବା ହୃଦ୍ପାତ ହୋଇପାରେ ।[୧] [୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଏହା ଶରୀରରେ ନର୍ଏପିନେଫ୍ରିନ (ନରଆଡ୍ରେନାଲିନ୍)ରେ ପରିଣତ ହେବା ପରେ କାମ କରେ ।[୧]
୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଡ୍ରକ୍ସିଡୋପା ଅନୁମୋଦିତ ହୋଇଥିଲା ।[୨] ୟୁରୋପ କିମ୍ବା ବ୍ରିଟେନରେ ଏହା ଅନୁମୋଦିତ ନୁହେଁ ।[୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଦିନକୁ ୩୦୦ ମିଗ୍ରା ମାତ୍ରାରେ ଏକ ମାସ ଔଷଧର ମୂଲ୍ୟ ପ୍ରାୟ ୭୪୦ ଡଲାର ଅଟେ ।[୪]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads