ଫ୍ଲୁଟିକାସୋନ ପ୍ରୋପିଓନେଟ

ଯୌଗିକ ରାସାୟନିକ ପଦାର୍ଥ From Wikipedia, the free encyclopedia

ଫ୍ଲୁଟିକାସୋନ ପ୍ରୋପିଓନେଟ
Remove ads

ଫ୍ଲୁଟିକାସୋନ ପ୍ରୋପିଓନେଟ (ଇଂରାଜୀ ଭାଷାରେ Fluticasone propionate) ବିକ୍ରୟ ନାମ ଫ୍ଲୋଭେଣ୍ଟ/ Floventଫ୍ଲୋନେଜ/ Flonase) ଏକ ପ୍ରକାର ସ୍ଟିରଏଡ (steroid) ଇଞ୍ଜେକସନ ।[] ଆଜ୍‌ମାସିଓପିଡି ରୋଗର ଦୀର୍ଘକାଳୀନ ଆଘ୍ରାଣ ଚିକିତ୍ସା ନିମନ୍ତେ ଏହା ଦିଆଯାଏ ।[] ହେଫିଭର (hay fever) ଓ ନାଜାଲ ପଲିପ (nasal polyps) ରୋଗର ଚିକିତ୍ସା ନିମନ୍ତେ ନାକରେ ବ୍ୟବ‌ହାର କରାଯାଏ ।[][]

Quick facts Clinical data, Trade names ...

ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ (upper respiratory tract infections), ସାଇନୁସାଇଟିସ, କାଣ୍ଡିଡିଆସିସ (thrush) ଓ କାଶ (cough) ରୋଗ ନିମନ୍ତେ ଏହି ଔଷଧ ଆଘ୍ରାଣ କରାଯାଏ ।[] ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ନାକ ରକ୍ତସ୍ରାବ (en:nosebleeding) ଓ ତଣ୍ଟି ଦରଜ ହୋଇପାରେ । [] ଏହି ଔଷଧ ପ୍ରଦାହକୁ (inflammation) କମେଇଦିଏ ।[]

ସନ ୧୯୮୦ରେ ଫ୍ଲୁଟିକାସୋନ ପ୍ରୋପିଓନେଟ ପେଟେଣ୍ଟ ହେବା ପରେ ସନ ୧୯୯୦ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । [] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୮ରେ ଏହି ଔଷଧ ବାବଦ ଏକ ସ୍ପ୍ରେ ବାବଦରେ ୦.୩୩ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । [] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ସ୍ପ୍ରେ ପିଛା ପ୍ରାୟ ୦.୧୩ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[] ସନ ୨୦୧୬ରେ ଏହି ଔଷଧ ୨୯ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୧୬ ତମ ସ୍ଥାନରେ ଥିଲା ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads