ଇଣ୍ଟସସେପସନ (ମେଡିକାଲ ବେମାରି)

From Wikipedia, the free encyclopedia

ଇଣ୍ଟସସେପସନ (ମେଡିକାଲ ବେମାରି)
Remove ads

ଇଣ୍ଟସସେପସନ (ଇଂରାଜୀ ଭାଷାରେ Intussusception) ଏକ ବେମାରୀ ଯେଉଁଥିରେ ଅନ୍ତନଳୀର (intestine) କିଛି ଅଂଶ ତା' ପରବର୍ତ୍ତୀ ଅଂଶ ଭିତରକୁ ପଶିଯାଏ (folds into) । ଏହା ସାଧାରଣତଃ କ୍ଷୁଦ୍ରାନ୍ତ୍ରରେ (small bowel) ହୁଏ, କ୍ୱଚିତ ବୃହଦନ୍ତ୍ରରେ (large bowel) ହୁଏ । ଏହି ରୋଗରେ ପେଟରେ ବାରମ୍ବାର ଯନ୍ତ୍ରଣା ହୁଏ ଓ ବନ୍ଦ ହୋଇଯାଏ, ବାନ୍ତି, ପେଟ ଫୁଲା, ଓ ରକ୍ତମିଶା ଝାଡ଼ା ହୁଏ । ଏହା ଫଳରେ କ୍ଷୁଦ୍ରାନ୍ତ୍ର ଅବରୋଧ (small bowel obstruction) ହୋଇଯାଏ । ଅନ୍ୟ ଜଟିଳତା ମଧ୍ୟରେ ପେରିଟୋନାଇଟିସ (peritonitis) ବା ଅନ୍ତନଳୀ ଛିଦ୍ର (bowel perforation) ହୋଇଯାଏ ।[]

Quick Facts ଇଣ୍ଟସସେପସନ, ବିଭାଗ ...

ପିଲାଙ୍କର ଏହି ରୋଗର କାରଣ ଏ ପର୍ଯ୍ୟନ୍ତ ଅଜ୍ଞାତ ଅଛି କିନ୍ତୁ ବୟସ୍କ ଲୋକଙ୍କ ମଧ୍ୟରୁ ୧୦% ରୋଗୀଙ୍କର ଏକ ଲିଡ ପଏଣ୍ଟ (lead point) ଥାଏ । ସଙ୍କଟ କାରକ ମଧ୍ୟରେ ସଂକ୍ରମଣ, ସିସ୍ଟିକ ଫାଇବ୍ରୋସିସ (cystic fibrosis) ଓ ଇଣ୍ଟେସ୍ଟାଇନାଲ ପଲିପ (intestinal polyp) ହୋଇପାରେ । ବୟସ୍କ ଲୋକଙ୍କର ସଙ୍କଟ କାରକ ମଧ୍ୟରେ ଏଣ୍ଡୋମେଟ୍ରିଓସିସ, ବାୱେଲ ଆଡ‌ହେସନ (bowel adhesions) ଓ ଇଣ୍ଟେସ୍ଟାଇନାଲ ଅର୍ବୁଦ (intestinal tumors) ହୋଇପାରେ । Diagnosis is often supported by ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ରୋଗ ନିଧାର୍ଯ୍ୟ କରାଯାଏ । ପିଲାଙ୍କ କ୍ଷେତ୍ରରେ ଅଲଟ୍ରାସାଉଣ୍ଡ (ultrasound) ଓ ବଡ଼ ମଣିଷଙ୍କ କ୍ଷେତ୍ରରେ ସିଟି ସ୍କାନ (CT scan) ଅଧିକ ପସନ୍ଦ ଯୋଗ୍ୟ ହୁଏ । []

ଇଣ୍ଟସସେପସନ ଏକ ଆଶୁ ଅବସ୍ଥା ଯେଉଁଥିରେ ଯଥା ଶୀଘ୍ର ଚିକିତ୍ସା ଆବଶ୍ୟକ ହୁଏ । ପିଲାଙ୍କୁ ଏନିମା (enema) ଦେଇ ଫଳପ୍ରଦ ନ ହେଲେ ଅପରେଶନ କରାଯାଏ । ବଡ଼ ମଣିଷଙ୍କ କ୍ଷେତ୍ରରେ ଖାଦ୍ୟ ନଳୀର ପ୍ରଭାବିତ ଅଂଶକୁ ଅପରେଶନ କରି କାଢ଼ିଦିଆଯାଏ । ବଡ଼ ମଣିଷଙ୍କ ଅପେକ୍ଷା ପିଲାଙ୍କର ଏହି ରୋଗ ଅଧିକ ହୁଏ । ପିଲାଙ୍କ ମଧ୍ୟରୁ ଝିଅଙ୍କ ଅପେକ୍ଷା ପୁଅଙ୍କୁ ଏ ରୋଗ ଅଧିକ ହୁଏ । ଛଅ ମାସରୁ ଅଠର ମାସ ବୟସ ମଧ୍ୟରେ ଏହି ରୋଗ ଅଧିକ ହୁଏ । []

Video explanation
Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads