ପାଇଲୋରିକ ସ୍ଟେନୋସିସ
From Wikipedia, the free encyclopedia
Remove ads
ପାଇଲୋରିକ ସ୍ଟେନୋସିସ (ଇଂରାଜୀ ଭାଷାରେ Pyloric stenosis) ରୋଗରେ ପାକସ୍ଥଳୀର (stomach) ଶେଷ ଭାଗ, ଯାହାକୁ ପାଇଲୋରସ (pylorus) କୁହାଯାଏ ଓ ତା'ପରେ କ୍ଷୁଦ୍ରାନ୍ତ୍ର (small intestine) ଆରମ୍ଭ ହୁଏ, ତାହା ସରୁ (narrowing) ହୋଇଯାଏ । ଏହି ରୋଗରେ ପ୍ରକ୍ଷେପ୍ୟ (ଇଂରାଜୀରେ projectile) ବାନ୍ତି (vomiting) ହୁଏ ଯେଉଁଥିରେ ପିତ୍ତ (bile) ନ ଥାଏ । ଅଧିକାଂଶ ସମୟରେ ଶିଶୁ ରୋଗୀ ଖାଇ ସାରିଲେ ବାନ୍ତି ଆରମ୍ଭ ହୋଇଯାଏ । ଦୁଇରୁ ବାର ସପ୍ତାହ ବୟସରେ ଏହାର ଲକ୍ଷଣରୁ ରୋଗ ଚିହ୍ନା ପଡ଼ିଯାଏ ।[୧]
ପାଇଲୋରିକ ସ୍ଟେନୋସିସ ରୋଗର କାରଣ ଅଦ୍ୟାବଧି ଅସ୍ପଷ୍ଟ ଅଛି ।[୨] ରୋଗ ସଙ୍କଟ ସୃଷ୍ଟି ହୁଏ ସିଜରିଆନ ସେକସନ (Cesarean section), ସମୟ ପୂର୍ବ ଜନ୍ମ (preterm birth), ବୋତଲ ଖୁଏଇବା (bottle feeding), ପ୍ରଥମ ପିଲା ଇତ୍ୟାଦି ଥିଲେ ।[୩] ପେଟରେ ଗୋଟିଏ ଓଲିଭ ଆକାରର ପଦାର୍ଥ ହାତକୁ ଲାଗିଲେ ଏହି ରୋଗ ଥିବା ଜଣାଯାଏ ।[୧] ଅଲଟ୍ରାସାଉଣ୍ଡ (ultrasound) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[୪]
ପାଇଲୋରିକ ସ୍ଟେନୋସିସ ରୋଗରେ ମୂଖ୍ୟତଃ ନିର୍ଜଳନ (dehydration) ଓ ଇଲେକ୍ଟ୍ରୋଲାଇଟ ସମସ୍ୟାମାନଙ୍କର (electrolyte problems) ଚିକିତ୍ସା କରାଯାଏ । ଏହା ପରେ ଅପରେଶନ କରାଯାଏ । ଚିକିତ୍ସାର ଦୀର୍ଘକାଳୀନ ଓ ସ୍ୱଳ୍ପକାଳୀନ ଫଳାଫଳ ଉତ୍ତମ ରହେ । ଆଟ୍ରୋପିନ ଦେଇ ମଧ୍ୟ ଅନେକ ଚିକିତ୍ସକ ଚିକିତ୍ସା କରନ୍ତି ।[୧]
ପ୍ରତି ଏକ ହଜାର ଶିଶୁଙ୍କ ମଧ୍ୟରୁ ଏକ ବା ଦୁଇ ଜଣଙ୍କର ଏହି ରୋଗ ଥାଏ । ଝିଅଙ୍କ ଅପେକ୍ଷା ପୁଅମାନେ ୪ଗୁଣ ଅଧିକ ଆକ୍ରାନ୍ତ ହୁଅନ୍ତି ।[୧] କ୍ୱଚିତ ଏହି ରୋଗ ବଡ଼ ମଣିଷଙ୍କୁ ଆକ୍ରମଣ କରେ ।[୬] ଏହି ରୋଗ ବିଷୟରେ ପ୍ରଥମ ବର୍ଣ୍ଣନା ସନ ୧୮୮୮ରେ ଲୋକଲୋଚନକୁ ଆସିଥିଲା ଓ ପ୍ରଥମ ଅପରେଶନ ସନ ୧୯୧୨ରେ ପ୍ରଥମେ କନ୍ରାଡ ରାମସ୍ଟେଡ (Conrad Ramstedt) କରିଥିଲେ ।[୧][୨] ଅପରେଶନ ଚିକିତ୍ସା ପୂର୍ବରୁ ଅଧିକାଂଶ ଶିଶୁଙ୍କର ମୃତ୍ୟୁ ହେଉଥିଲା ।[୧]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads