ପ୍ରାଥମିକ ବିଲିଆରି କୋଲାଞ୍ଜାଇଟିସ୍

From Wikipedia, the free encyclopedia

ପ୍ରାଥମିକ ବିଲିଆରି କୋଲାଞ୍ଜାଇଟିସ୍
Remove ads

ପ୍ରାଥମିକ ବିଲିଆରି କୋଲାଞ୍ଜାଇଟିସ୍ ( ପିବିସି ), (ଇଂରାଜୀ ଭାଷା)ରେ Primary biliary cholangitis/ PBC ଯାହା ପୂର୍ବରୁ ପ୍ରାଥମିକ ବିଲିଆରି ସିରୋସିସ୍ ଭାବରେ ଜଣାଶୁଣା ଥିଲା) ଯକୃତର କ୍ଷୁଦ୍ର ପିତ୍ତ ନଳୀଗୁଡ଼ିକର ଏକ ଅଟୋମ୍ୟୁମ୍ୟୁନ ରୋଗ ଅଟେ | [] ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଥକ୍କା, ଗଲୁ, ଏବଂ ଚର୍ମ ଏବଂ ଆଖି ହଳଦିଆ ଦେଖାଯିବା | [] ଏହି ରୋଗ ଦଶନ୍ଧି ଧରି ଖରାପ ଦିଗକୁ ଗତି କରିପାରେ ।[] ରୋଗ ଜଟିଳ ହେଲେ ସିରୋସିସ୍, ଯକୃତ ବିଫଳତା, ଉଚ୍ଚ ରକ୍ତ କୋଲେସ୍ଟେରଲ, ଏବଂ ମେଦ ଦ୍ରବଣୀୟ ଭିଟାମିନ ଅଭାବ ଦେଖାଯାଏ ।[]

Quick facts Primary biliary cholangitis, ବିଭାଗ ...

ରୋଗର ସଙ୍କଟ କାରକ ମଧ୍ୟରେ ପାରିବାରିକ ଇତିହାସ ମୂଖ୍ୟ ଅଟେ | [] ଏହା ଅନ୍ୟାନ୍ୟ ଅଟୋଇମ୍ୟୁନ୍ ରୋଗ ଯେପରିକି ହେପାଟାଇଟିସ୍, ସିଲିଆକ୍ ରୋଗ, ରେନଡ଼ ସିଣ୍ଡ୍ରୋମ ରୋଗ ଏବଂ ସ୍କ୍ଲେରୋଡର୍ମା ସହିତ ମଧ୍ୟ ଜଡ଼ିତ ଥାଇପାରେ | [] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଯକୃତର କ୍ଷୁଦ୍ର ପିତ୍ତ ନଳୀଗୁଡ଼ିକର ଧୀର, ପ୍ରଗତିଶୀଳ ବିନାଶ ହୁଏ, ଯାହା ଫଳରେ ପିତ୍ତ ଏବଂ ଅନ୍ୟାନ୍ୟ ବିଷାକ୍ତ ପଦାର୍ଥ ଗୁଡ଼ିକ ଜମିଯାଏ ଓ ଯକୃତକୁ ନଷ୍ଟ କରିଦିଏ।[] ରୋଗ ନିର୍ଣ୍ଣୟ ପ୍ରାୟତଃ ରକ୍ତ ପରୀକ୍ଷା ଉପରେ ଆଧାରିତ ହୁଏ, ଯେପରିକି ଆଣ୍ଟି-ମାଇଟୋକଣ୍ଡ୍ରିଆଲ୍ ଆଣ୍ଟିବଡି ଏବଂ ଆଲାକାଲାଇନ ଫସଫାଟେଜ ବା କ୍ଷାରୀୟ ଫସଫାଟେଜ୍ କିମ୍ବା ଆବଶ୍ୟକ ସ୍ଥଳେ ଯକୃତ ବାୟୋପ୍ସି କରାଯାଏ ।[]

ପ୍ରାରମ୍ଭିକ ଚିକିତ୍ସାରେ ସାଧାରଣତଃ ଉର୍ସୋଡିଅକ୍ସିକୋଲିକ ଏସିଡ (ursodeoxycholic acid (UDCA) ଦିଆଯାଏ ଯାହା ରୋଗର ପ୍ରଗତିକୁ ମନ୍ଥର କରିଥାଏ | [] ଓବେଟିକୋଲିକ୍ ଏସିଡ୍ (OCA) ମଧ୍ୟ ବ୍ୟବହୃତ ହୋଇପାରେ | []ଜଟିଳତା ଥିଲେ ତାହାର ପରିଚାଳନା ନିମନ୍ତେ ପ୍ରୟାସ କରାଯାଏ | [] ଯକୃତ ବିଫଳତା ସୃଷ୍ଟି ହୋଇଥିଲେ ଯକୃତ ପ୍ରତିରୋପଣ କରାଯାଇପାରେ | []

ପିବିସି ପ୍ରାୟ ୨୫୦୦ରୁ ୫୨୦୦୦ ଲୋକଙ୍କ ମଧ୍ୟରୁ ଜଣକୁ ଆକ୍ରମଣ କରେ | [] ଏହା ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ୯ ଗୁଣ ଅଧିକ ହୋଇଥାଏ।[] ୩୦ରୁ ୬୦ ବର୍ଷ ବୟସ ମଧ୍ୟରେ ସାଧାରଣତଃ ଲୋକମାନେ ଏହି ରୋଗରେ ପ୍ରଭାବିତ ହୁଅନ୍ତି | [] ଏହାକୁ ଅତି କମରେ ୧୮୫୧ ମସିହାରୁ ବର୍ଣ୍ଣନା କରାଯାଇଛି ଏବଂ ୧୯୪୯ ମସିହାରେ ଏହାର ନାମ "ପ୍ରାଥମିକ ବିଲିୟାରି ସିରୋସିସ୍" ରଖାଯାଇଥିଲା।[] [୧୦] ଯେହେତୁ ଏହି ରୋଗରେ ସିରୋସିସ୍ ଦେଖାଯାଏ ତେଣୁ ଏହାର ନୂତନ ନାମକରଣ ସନ ୧୯୧୪ରେ "ପ୍ରାଥମିକ ବିଲିୟାରି କୋଲାଙ୍ଗାଇଟିସ୍"କୁ ପରିବର୍ତ୍ତନ କରାଯାଇଥିଲା। [୧୧]  

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads