ଅବଧିପୂର୍ବ ପ୍ରସବ
୩୭ ସପ୍ତାହ ଗର୍ଭ ସମୟ ପୂର୍ବରୁ ହେଉଥିବା ପ୍ରସବ From Wikipedia, the free encyclopedia
Remove ads
ଅବଧିପୂର୍ବ ପ୍ରସବ (ଇଂରାଜୀରେ Preterm birth, ବା premature birth), ନାମ ଦିଆଯାଏ ଯେଉଁ ଶିଶୁ ୩୭ ସପ୍ତାହ ଗର୍ଭ ସମୟ ପୂର୍ବରୁ ଜନ୍ମ ହୁଏ ।[୧] ଏହି ଶିଶୁମାନଙ୍କୁ ଇଂରାଜୀରେ ପ୍ରୀମିଜ (preemies) ବା ପ୍ରେମ୍ମିଜ (premmies) କୁହାଯାଏ ।[୧] ଅବଧିପୂର୍ବ ପ୍ରସବ ଲକ୍ଷଣ: ଜରାୟୁ ସଙ୍କୋଚନ ପ୍ରତି ଦଶ ମିନିଟ ପୂର୍ବରୁ ହୁଏ କିମ୍ବା ଯୋନୀପଥରୁ ତରଳ ପଦାର୍ଥ କ୍ଷରିତ ହୁଏ ।[୨] ଅପରିପକ୍ୱ ଶିଶୁର ସେରେବ୍ରାଲ୍ ପାଲ୍ସି, ବିକାଶ ବିଳମ୍ବ, ଶ୍ରବଣ ସମସ୍ୟା ଓ ଦୃଷ୍ଟି ସମସ୍ୟା ସଙ୍କଟ ହୋଇପାରେ । ଯେତେ ଶୀଘ୍ର ଶିଶୁ ଜନ୍ମ ହେବ ସେତେ ସଙ୍କଟ ସମ୍ଭାବନା ରହିବ ।[୧]
ଏ ପ୍ରକାର ପ୍ରସବର କାରଣ ଜଣାଯାଇ ନାହିଁ ।[୩] କେତେକ ସଙ୍କଟ ଜନକ ଅବସ୍ଥାମାନଙ୍କର ନାମ: ଡାଏବେଟିସ, ଉଚ୍ଚ ରକ୍ତଚାପ, ଗର୍ଭରେ ଏକାଧିକ ଶିଶୁ, ମୋଟାପଣ ବା ସ୍ୱଳ୍ପ ଓଜନ ବିଶିଷ୍ଟ, ଯୋନୀପଥ ସଂକ୍ରମଣ, ଧୂମ୍ରପାନ ଓ ମାନସିକ ଚାପ ।[୩][୪] କୌଣସି ଗର୍ଭାବସ୍ଥାକୁ ଡାକ୍ତରୀ କାରଣ ନ ଥାଇ ୩୯ ସପ୍ତାହ ପୂର୍ବରୁ ଡାକ୍ତରୀ ପ୍ରସବ କରାଇବା ଅନୁଚିତ । ସିଜରିଆନ ସେକସନ ମଧ୍ୟ ସେହି କାରଣରୁ ସୁପାରିସ ଯୋଗ୍ୟ ନୁହେଁ ।[୩] କେବଳ ପ୍ରି-ଏକ୍ଲାମ୍ପସିଆ ରୋଗ ହେଲେ ପ୍ରସବ କରାଯାଇ ପାରେ ।[୫]
ସଙ୍କଟାବସ୍ଥା ଥିଲେ ଗର୍ଭାବସ୍ଥାରେ ପରୋଜେସ୍ଟେରନ ହରମୋନ ଦେଲେ ଅବଧିପୂର୍ବ ପ୍ରସବ ପ୍ରତିରୋଧ କରାଯାଇପାରେ । ବିଛଣା ବିଶ୍ରାମର ଉପକାରୀତା ବିଷୟରେ ପ୍ରମାଣ ମିଳୁନି ।[୬][୭] ହିସାବରୁ ଜଣାଯାଏ; ଉପଯୁକ୍ତ ଚିକିତ୍ସା ପାଇଲେ ଅବଧିପୂର୍ବଜାତ ଶିଶୁଙ୍କ ମଧ୍ୟରୁ ୭୫ % ବଞ୍ଚିଯାଆନ୍ତି ।[୩] ୨୪ରୁ ୩୪ ସପ୍ତାହ ମଧ୍ୟରେ ପ୍ରସବ ହେବା ସମ୍ଭାବନା ଥିଲେ କର୍ଟିକୋସ୍ଟିରଏଡ ଦେଇ ଉନ୍ନତ ଫଳାଫଳ ମିଳେ ।[୮] ନିଫେଡିପିନ ଭଳି ଅନେକ ଔଷଧ ଅଛି ଯାହା ଦେଲେ ପ୍ରସବ ଡେରି କରେଇ ହେବ ଓ ଉନ୍ନତ ଚିକିତ୍ସାଳୟକୁ ନିଆଯାଇ ପାରିବ ଯେଉଁଠାରେ ଅଧିକ ଯତ୍ନ ଉପଲବଧ ଥାଏ ଓ କର୍ଟିକୋସ୍ଟିରଏଡ ଦେଇ ଅଧିକ ଉପକାର ମିଳିପାରିବ ।[୯] ଶିଶୁ ଜନ୍ମ ହେବା ପରେ ତାକୁ ଉଷୁମ ରଖାଯିବ, ସାହାଯ୍ୟକାରୀ ସ୍ତନ୍ୟପାନ ଦିଆଯିବ, ସଂକ୍ରମଣ ଚିକିତ୍ସା କରାଯିବ ଓ ଶ୍ୱାସକ୍ରିୟା ଯତ୍ନ ନିଆଯିବ ।[୩]
ପୃଥିବୀରେ ନବଜାତ ଶିଶୁ ମୃତ୍ୟୁ କାରଣ ମଧ୍ୟରେ ଅବଧିପୂର୍ବ ପ୍ରସବ ଏକ ଅତି ସାଧାରଣ କାରଣ ।[୧] ପ୍ରତି ବର୍ଷ ପ୍ରାୟ ୧୫ ନିୟୁତ (ସମସ୍ତ ପ୍ରସବର ୫ %ରୁ ୧୮ %) ଅବଧିପୂର୍ବ ପ୍ରସବ ହୁଏ । ଅନେକ ଦେଶରେ ୧୯୯୦ରୁ ୨୦୧୦ ମସିହା ମଧ୍ୟରେ ଏହି ବୃଦ୍ଧି ପାଇଛି ।[୩] ଏପରି ପ୍ରସବର ଜଟିଳତା ଯୋଗୁ ସନ ୧୯୯୦ରେ ୧.୫୭ ନିୟୁତ ମୃତ୍ୟୁ ହୋଇଥିଲା ବେଳେ ୨୦୧୩ରେ ଏହା କମିଯାଇ ୦.୭୪ ହୋଇଛି ।[୧୦] ୨୩ ସପ୍ତାହ ପୂର୍ବରୁ ପ୍ରସବ ହୋଇଥିଲେ ବଞ୍ଚିବା ଆଶା ପ୍ରାୟ ୦ ହୋଇଥିଲା ବେଳେ ୨୩ ସପ୍ତାହରେ ଏହି ଆଶା ୧୫ %, ୨୪ ସପ୍ତାହରେ ୫୫ %, ୨୫ ସପ୍ତାହରେ ୮୦% ଥାଏ ।[୧୧] କୌଣସି ଦୀର୍ଘକାଳୀନ ଅସୁବିଧା ନ ଥାଇ ବଞ୍ଚିବା ଆଶା କମ ।[୧୨]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads