ସବଆରାକନଏଡ ହେମୋରେଜ

From Wikipedia, the free encyclopedia

ସବଆରାକନଏଡ ହେମୋରେଜ
Remove ads

ସବଆରାକନଏଡ ହେମୋରେଜ (ଇଂରାଜୀ ଭାଷାରେ Subarachnoid hemorrhage ବାSAH) ଏକ ରୋଗ ଯେଉଁଥିରେ ମସ୍ତିଷ୍କ‌କୁ (brain) ଘୋଡ଼େଇ ରଖୁଥିବା (ଆରାକନଏଡ (arachnoid membrane) ଓ ପାୟା ମାଟର (pia mater) ମଧ୍ୟବର୍ତ୍ତୀ ସ୍ଥାନ‌ରେ ଥିବା ସବଆରାକନଏଡ ସ୍ପେସରେ ରକ୍ତସ୍ରାବ bleeding ହୁଏ । [] ଏହି ରୋଗ ହେଲେ ଥଣ୍ଡରକ୍ଲାପ ମୁଣ୍ଡବିନ୍ଧା (Severe headache of rapid onset), ବାନ୍ତି (vomiting), ଚେତନା ସ୍ତର କମିଯିବା (decreased level of consciousness) ଓ ଜ୍ୱର ଆଦି ଲକ୍ଷଣ ଦେଖାଯାଏ ଓ ସମୟ ସମୟରେ ବାତ (seizure) ମଧ୍ୟ ହୁଏ ।[] ବେକରେ କଷ୍ଟ ହୁଏ ଓ ଅନମନୀୟ ହୁଏ ।[] ଏକ ଚତୁର୍ଥାଂଶ ରୋଗୀଙ୍କର ବଡ଼ ଧରଣର ରକ୍ତସ୍ରାବର ଏକ ମାସ ମଧ୍ୟରେ ଏକ ଛୋଟ ଧରଣର ରକ୍ତସ୍ରାବ ହୁଏ । []

Quick facts ସବଆରାକନଏଡ ହେମୋରେଜ (Subarachnoid hemorrhage), ଉଚ୍ଚାରଣ ...

ମୁଣ୍ଡ ଆଘାତ (head injury) ପରେ ବା ସ୍ୱତଃ ସେରେବ୍ରାଲ ଆନିଉରିଜ୍ମ (cerebral aneurism) ଫାଟିଯିବା ଫଳରେ ସବଆରାକନଏଡ ହେମୋରେଜ ହୁଏ । [] ଉଚ୍ଚ ରକ୍ତଚାପ, ଧୂମ୍ରପାନ (smoking), ମଦ୍ୟାତ୍ୟୟ, କୋକେନ ସେବନ ଥିଲେ ଏହି ରୋଗ ସଙ୍କଟ ରହେ ।[] ସାଧାରଣତଃ ଏହି ରୋଗ ହେବାର ୬ ଘଣ୍ଟା ମଧ୍ୟରେ ସିଟି ସ୍କାନ (CT scan) କଲେ ରୋଗ ନିର୍ଣ୍ଣୟ ହୋଇପାରେ ।[] କେତେକ କ୍ଷେତ୍ରରେ ଲମ୍ବର ପଙ୍କଚର (lumbar puncture) ଆବଶ୍ୟକ ହୁଏ ।[] ଏହା ପରେ ରୋଗର ଅନ୍ତର୍ନିହିତ କାରଣ ନିର୍ଣ୍ଣୟ କରିବା ନିମନ୍ତେ ମଧ୍ୟ ଅନେକ ପରୀକ୍ଷା କରିବା ଆବଶ୍ୟକ ହୁଏ ।[]

ତୁରନ୍ତ ମସ୍ତିଷ୍କ ଅପରେଶନ (neurosurgery) ବା ରେଡିଓଲୋଜିକାଲି ଗାଇଡେଡ ଇଣ୍ଟରଭେନସନ (radiologically guided interventions) କରାଯାଏ ।[] ତୁରନ୍ତ ଅପରେଶନ ସମ୍ଭବ ନହେଲେ ରକ୍ତଚାପ କମେଇବାକୁ ଲାବେଟାଲୋଲ (Labetalol) ଔଷଧ ଦେଇ ଅପେକ୍ଷା କରାଯାଏ ।[] ଜ୍ୱର ଥିଲେ ଆବଶ୍ୟକ ଔଷଧ ଦିଆଯାଏ ।[] ଭାସୋସ୍ପାଜ୍ମ କମେଇବା ନିମନ୍ତେ ନିମୋଡିପିନ (nimodipine) ଭଳି କ୍ୟାଲସିଅମ ଚ୍ୟାନେଲ ବ୍ଲକର calcium channel blocker ଦିଆଯାଏ ।[] ବାତ ପ୍ରତିଷେଧ ନିମନ୍ତେ ରୁଟିନ ଔଷଧର ଉପକାରୀତା ସ୍ପଷ୍ଟ ହେଉନାହିଁ ।[] ଆନିଉରିଜ୍ମ ଯୋଗୁ ଏହି ରୋଗ ହେଉଥିଲେ ପ୍ରାୟ ୩୦ ଦିନ ମଧ୍ୟରେ ଅର୍ଦ୍ଧକ ରୋଗୀଙ୍କର ମୃତ୍ୟୁ ହୁଏ ଓ ବଞ୍ଚିଯାଇଥିବା ରୋଗୀଙ୍କ ମଧ୍ୟରୁ ଏକ ତୃତୀୟାଂଶ ରୋଗୀଙ୍କର ଅନ୍ୟାନ୍ୟ ସମସ୍ୟା ଦେଖାଯାଏ ।[] ୧୦-୧୫% ରୋଗୀ ଡାକ୍ତରଖାନାରେ ପ‌ହଞ୍ଚିବା ପୂର୍ବରୁ ମୃଯୁ ବରଣ କରନ୍ତି ।[]

ପ୍ରତି ବର୍ଷ ୧୦,୦୦୦ ଲୋକ ମଧ୍ୟରୁ ଜଣେ ସବଆରାକନଏଡ ହେମୋରେଜ ରୋଗର ଆକ୍ରାନ୍ତ ହୁଏ । [] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[] ପ୍ରାୟ ୫୫ ବର୍ଷ ବୟସ ମଧରେ ୫୦% ଲୋକ ଆକ୍ରାନ୍ତ ହୁଅନ୍ତି ।[] ଏହା ଏକ ପ୍ରକାର ସ୍ଟ୍ରୋକ (stroke) ଓ ସମୁଦାୟ ସ୍ଟ୍ରୋକ ରୋଗୀଙ୍କର ୫% ଏହି ରୋଗରେ ପୀଡ଼ିତ ହୁଅନ୍ତି । [] ସନ ୧୯୩୦ରେ ଏହି ରୋଗ ନିମନ୍ତେ ପ୍ରଥମେ ଅପରେଶନ ଆରମ୍ଭ କରାଗଲା ।[] ସନ ୧୯୯୦ରୁ ବଡ଼ ରକ୍ତନଳୀ ମାଧ୍ୟମରେ କଏଲିଙ୍ଗ ("coiling") ଅପରେଶନ ଆରମ୍ଭ କରାଗଲା ।[] }}

Remove ads

ଆଧାର

ବାହ୍ୟ ଲିଙ୍କ

Loading related searches...

Wikiwand - on

Seamless Wikipedia browsing. On steroids.

Remove ads