ଏଟିପିକାଲ୍ ଆଣ୍ଟିସାଇକୋଟିକ

ଆଟିପିକାଲ୍ ଆଣ୍ଟିସାଇକୋଟିକ ହେଉଛି ଆଣ୍ଟିସାଇକୋଟିକ୍ ଶ୍ରେଣୀର ଏକ ପ୍ରକାର ଔଷଧ ଯାହା ଉତ୍ତେଜନା, ସିଜୋଫ୍ରେନ From Wikipedia, the free encyclopedia

ଏଟିପିକାଲ୍ ଆଣ୍ଟିସାଇକୋଟିକ
Remove ads

ଏଟିପିକାଲ୍ ଆଣ୍ଟିସାଇକୋଟିକ (ଇଂରାଜୀ ଭାଷାରେ Atypical antipsychotics/ AAP ) ହେଉଛି ଆଣ୍ଟିସାଇକୋଟିକ୍ ଶ୍ରେଣୀର ଏକ ପ୍ରକାର ଔଷଧ | [] ମୁଖ୍ୟତଃ ଉତ୍ତେଜନା, ସିଜୋଫ୍ରେନିଆ ଏବଂ ବାଇପୋଲାର ଡିଜଅଡର ରୋଗମାନଙ୍କ ପାଇଁ ଏହା ବ୍ୟବହୃତ ହୁଏ | [] ଅନ୍ୟାନ୍ୟ ବ୍ୟବହାରରେ ଅଟିଜିମ୍ କିମ୍ବା ଅବସାଦ ନିମନ୍ତେ ମଧ୍ୟ ବ୍ୟବ‌ହାର ହୋଇଥାଏ | [] ଏହି ଶ୍ରେଣୀର ବିଭନ୍ନ ଔଷଧମାନଙ୍କ ମଧ୍ୟରେ ଗୋଟିଏ ଅନ୍ୟଠାରୁ ଅଧିକ ପ୍ରଭାବଶାଳୀ ଭାବରେ କୌଣସି ସ୍ପଷ୍ଟ ପ୍ରମାଣ ନାହିଁ | [] [] ଏହି ଔଷଧ ଗୁଡ଼ିକ ପାଟିରେ କିମ୍ବା ମାଂସପେଶୀରେ ଇଞ୍ଜେକ୍ସନଦ୍ୱାରା ନିଆଯାଇପାରେ | [] [] ଦୀର୍ଘକାଳୀନ ଇଞ୍ଜେକସନ ମଧ୍ୟ ଉପଲବ୍ଧ | []

Quick Facts ଏଟିପିକାଲ୍ ଆଣ୍ଟିସାଇକୋଟିକ, Class identifiers ...

ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଦୋଷ, ଓଜନ ବୃଦ୍ଧି, ମଧୁମେହ, ଯୌନ‌କ୍ରିୟା ଅସୁବିଧା ଓ ଅନିଚ୍ଛାକୃତ ଚଳନ ବ୍ୟାଧି ହୋଇପାରେ କିନ୍ତୁ ଶେଷୋକ୍ତ ଅସୁବିଧା ସ୍ୱାଭାବିକ ଆଣ୍ଟିସାଇକୋଟିକ ତୁଳନାରେ କମ୍ ଦେଖାଯାଏ | [] ଅନ୍ୟାନ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ନ୍ୟୁରୋଲେପ୍ଟିକ୍ ମାଲିଗନାଣ୍ଟ ସିଣ୍ଡ୍ରୋମ ଏବଂ ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ ହୋଇପାରେ। [] କ୍ଲିଜାପିନ ଯୋଗୁ କମ ଶ୍ୱେତ ରକ୍ତକଣିକା ଓ ହୃତ୍‌ପିଣ୍ଡ ପ୍ରଦାହ ହୋଇପାରେ । [] ଡିମେନ୍ସିଆ ଥିଲେ ମୃତ୍ୟୁ ଆଶଙ୍କା ଅଧିକ ହୁଏ । [] ଡୋପାମାଇନ୍ ଏବଂ ସେରୋଟୋନିନ ପାଇଁ ମସ୍ତିଷ୍କରେ ଥିବା ରିସେପ୍ଟର ଗୁଡ଼ିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଅନ୍ତି | []

୧୯୭୦ ଦଶକରେ ଏଟିପିକାଲ୍ ଆଣ୍ଟିସାଇକୋଟିକ୍ସ ଔଷଧ ଗୁଡ଼ିକ ଡାକ୍ତରୀ ବ୍ୟବହାରରେ ଆସିଥିଲା | [] ଏମାନଙ୍କ ମଧ୍ୟରୁ କେତେକ ଔଷଧ ଜେନେରିକ ନାମରେ ଉପଲବ୍ଧ ଏବଂ ଅପେକ୍ଷାକୃତ ଶସ୍ତା | [] ୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ୟୁନାଇଟେଡ୍ ଷ୍ଟାଟସ୍ରେ କୋଟିଆପିନ ୫୯ ତମ ସର୍ବାଧିକ ପ୍ରେସକ୍ରିପସନ ହୋଇଥିବା ଔଷଧ ଏବଂ ଆରିପିପ୍ରାଜୋଲ୍ ୧୦୧ତମ ସର୍ବାଧିକ ପ୍ରେସକ୍ରିପସନ ଔଷଧ ଥିଲା | []  

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads