ହେପାଟାଇଟିସ ଇ

ଏହା ଏକ ଭୁତାଣୁ ଜନିତ ମାନବ ରୋଗ From Wikipedia, the free encyclopedia

ହେପାଟାଇଟିସ ଇ
Remove ads

ହେପାଟାଇଟିସ ଇ ହେଉଛି ହେପାଟାଇଟିସ ଇ ଭୁତାଣୁ (HEV)ଦ୍ୱାରା ଯକୃତର ସଂକ୍ରମଣ ଯୋଗୁ ହୁଏ; ଏହା ଏକ ପ୍ରକାର ଭୁତାଣୁ ଜନିତ ଯକୃତ ପ୍ରଦାହ ରୋଗ | [] [] ଏହାର ଲକ୍ଷଣ ମଧ୍ୟରେ ଥକ୍କା, ବାନ୍ତି, ଯକୃତ ଉପରେ ଯନ୍ତ୍ରଣା, କଳା ପରିସ୍ରା ଏବଂ ହଳଦିଆ ଚର୍ମ ଇତ୍ୟାଦି ଦେଖାଯାଏ; ଯଦିଓ ଅନେକଙ୍କର କୌଣସି ଲକ୍ଷଣ ନଥାଏ | [] ସଂକ୍ରମିତ ହେବାର ୨ରୁ ୧୦ ସପ୍ତାହ ପରେ ଏହାର ଲକ୍ଷଣ ପ୍ରକାଶିତ ହୁଏ ଓ ଲକ୍ଷଣ ଗୁଡ଼ିକ 2 - 6 ସପ୍ତାହ ପର୍ଯ୍ୟନ୍ତ ରହେ । [] ବେଳେବେଳେ, ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ଥିବା ଲୋକଙ୍କଠାରେ ସଂକ୍ରମଣର ସମାଧାନ ହୁଏ ନାହିଁ ଏବଂ ସିରୋସିସ୍ ଭଳି ଜଟିଳ ରୋଗ ପରବର୍ତ୍ତୀ ସମୟରେ ଦେଖାଦେଇପାରେ | [] ଗର୍ଭବତୀ ମହିଳାମାନଙ୍କଠାରେ ଗୁରୁତର ସଂକ୍ରମଣ, ତୀବ୍ର ଯକୃତ ବିଫଳତା ହୋଇପାରେ | []

Quick facts Hepatitis E, ବିଭାଗ ...

ମୁଖ୍ୟତଃ ଅପମିଶ୍ରିତ ଓ ଦୂଷିତ ଜଳ ପିଇବାଦ୍ୱାରା ହେପାଟାଇଟିସ ଇ ରୋଗ ବ୍ୟାପିଥାଏ; ଯଦିଓ ଏହା ଦରସିଝା ମାଂସ ଖାଇବାଦ୍ୱାରା ବିସ୍ତାର ହୋଇପାରୁଥିବା ଭୁତାଣୁ ଅଟେ | [] [] ଏହା ସାଧାରଣତଃ ଲୋକଙ୍କ ମଧ୍ୟରେ ସିଧାସଳଖ ବିସ୍ତାର ହୁଏ ନାହିଁ | [] ଏହା ଏକ ସକରାତ୍ମକ ଭାବନା (ପଜିଟିଭ ସେନ୍ସ), ଅଣ-ବିକଶିତ, ଏକକ-ଷ୍ଟ୍ରାଣ୍ଡେଡ୍, ଆରଏନଏ (RNA) ଇକୋସାହେଡ୍ରାଲ୍ ଭୁତାଣୁ ଅଟେ | [] ରକ୍ତ କିମ୍ବା ମଳ ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ ହୋଇପାରେ। [] ଏହି ରୋଗ ୮ ପ୍ରକାର ଜେନୋଟାଇପ (genotypes) ଭାବରେ ପୃଥକ କରିହେବ, ଯାହା ୪ଟି ସାହାଯ୍ୟରେ ପ୍ରାଥମିକ ଭାବରେ ଲୋକମାନେ ରୋଗଦ୍ୱାରା ସଂକ୍ରମିତ ହୁଅନ୍ତି । [] ଅନ୍ୟ ପ୍ରକାରର ଭୁତାଣୁ ହେପାଟାଇଟିସ୍ ମଧ୍ୟରେ ଏ, ବି, ସି, ଡି ଏବଂ ଏକ୍ସ ଅନ୍ତର୍ଭୁକ୍ତ ହୋଇପାରେ |

ବିଶୁଦ୍ଧ ଜଳ ବ୍ୟବ‌ହାର ଏବଂ ଉପଯୁକ୍ତ ଶୌଚାଳୟ ବ୍ୟବହାର କରି ଏହି ରୋଗ ପ୍ରତିରୋଧ କରିହୁଏ | [] ଏଚଇଭି ଟିକା (HEV 239) ଦେଇ ରୋଗ ରୋକିବାକୁ ଚୀନ ଦେଶରେ ଉପଲବ୍ଧ ହେଉଛି । [] [] ଚିକିତ୍ସାରେ ସାଧାରଣତଃ ବିଶ୍ରାମ ଏବଂ ପର୍ଯ୍ୟାପ୍ତ ପରିମାଣର ତରଳ ପଦାର୍ଥ ପାନ କରି ଲକ୍ଷଣାତ୍ମକ ଯତ୍ନ କରାଯାଏ | [] କ୍ରନିକ୍ ରୋଗ କ୍ଷେତ୍ରରେ ରିବାଭିରିନ୍ ବ୍ୟବହୃତ ହୋଇପାରେ | [] ସନ ୨୦୧୫ରେ ଏହା ଯୋଗୁ ପ୍ରାୟ ୪୪,000 ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । [] ଗର୍ଭଧାରଣର ତୃତୀୟ ମାସିକରେ ଏହି ରୋଗ ହେଲେ ପ୍ରାୟ୨୫% ମହିଳା ମରିପାରନ୍ତି | []

ସନ ୨୦୧୭ରେ ହେପାଟାଇଟିସ ଇ ରୋଗ ଯୋଗୁ ୧୯ ନିୟୁତରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିବ ବୋଲି ଆକଳନ କରାଯାଇଥିଲା। [] ବିକାଶଶୀଳ ଦେଶମାନଙ୍କରେ ଏହା ଦେଖାଯାଏ ବିଶେଷତଃ ଏସିଆରେ ଅଧିକ ଦେଖାଯାଏ | [] [] ୧୫ରୁ ୩୦ ବର୍ଷ ବୟସ୍କ ପୁରୁଷମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି | [] ନିରାପଦ ଜଳ ମିଳିବା ଅସୁବିଧା ଯୋଗୁଁ ଏହା ଏକ ମହାମାରୀ ହୋଇପାରେ | [] ହେପାଟାଇଟିସ୍ ଇର ଆରମ୍ଭ ଅତି କମରେ ୧୯୫୫ ମସିହାରେ ନୂଆଦିଲ୍ଲୀରେ ହୋଇଥିଲା[] ୧୯୮୩ ମସିହାରେ ଆଫଗାନିସ୍ତାନରେ ହୋଇଥିବା ବିସ୍ଫୋରଣର ଅନୁସନ୍ଧାନ କରୁଥିବା ଋଷିଆର ବୈଜ୍ଞାନିକମାନେ ଏହି ଜୀବାଣୁକୁ ପୃଥକ୍ କରିଥିଲେ। []  

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads