ସେପ୍ଟିକ ଅର୍ଥ୍ରାଇଟିସ
ରୋଗ From Wikipedia, the free encyclopedia
Remove ads
ସେପ୍ଟିକ ଅର୍ଥ୍ରାଇଟିସ (ଇଂରାଜୀ ଭାଷାରେ Septic arthritis, also known as joint infection or infectious arthritis) ଏକ ଗଣ୍ଠି (joint) ରୋଗ ଯାହା ଏକ ସଂକ୍ରାମକ ଏଜେଣ୍ଟ (infectious agent) ସାହାଯ୍ୟରେ ସଂକ୍ରମିତ ହୋଇ ଗଣ୍ଠି ପ୍ରଦାହ joint inflammation ହୋଇଥାଏ ।[୩] ଏହି ରୋଗରେ ଗଣ୍ଠି ଲାଲ, ଉଷ୍ମ ଓ ଯନ୍ତ୍ରଣାଦାୟକ ହୁଏ ଓ ଏହାର ଚଳନ ଶକ୍ତି କମିଯାଏ । [୨] ଦୃତ ଗତିରେ ଏହା ଆରମ୍ଭ ହୁଏ ।[୨] ଜ୍ୱର, ଦୁର୍ବଳତା ଓ ମୁଣ୍ଡ ବିନ୍ଧା ଆଦି ଲକ୍ଷଣ ମଧ୍ୟ ଦେଖାଯାଏ । [୨][୩] ବେଳେବେଳେ ଏକାଧିକ ଗଣ୍ଠିରେ ପ୍ରଦାହ ହୋଇପାରେ । [୩]
ଜୀବାଣୁ (Bacteria), ଭୂତାଣୁ (viruses), କବକ (fungi) ଓ ପରଜୀବୀ (parasites) ଆକ୍ରମଣରେ ଏ ରୋଗ ହୁଏ ।[୩] ଗଣ୍ଠି ପ୍ରତିରୋପଣ ହୋଇଥିଲେ (Artificial joint), ପୂର୍ବତନ ଆର୍ଥ୍ରାଇଟିସ ଥିଲେ, ମଧୁମେହ, ସ୍ୱଳ୍ପ ଇମ୍ମୁନ କାର୍ଯ୍ୟ (poor immune function) ଆଦି ଅବସ୍ଥାରେ ଏହି ରୋଗ ସଙ୍କଟ ବୃଦ୍ଧି ପାଏ ।[୨] ଅଧିକାଂଶ ସମୟରେ ରକ୍ତରେ ଜୀବାଣୁ (the blood) ପ୍ରବାହ ହେବାରୁ ଗଣ୍ଠି ସଂକ୍ରମିତ ହେଲେ ମଧ୍ୟ ଆଘାତ ଓ ଗଣ୍ଠି ଚାରିପାଖର ସଂକ୍ରମଣ ଯୋଗୁ ମଧ୍ୟ ଏହି ରୋଗ ହୁଏ ।[୨] ଗଣ୍ଠି ଆସ୍ପିରେସନ (Joint aspiration) ଓ କଲଚର (culture) ସାହାଯ୍ୟରେ ରୋଗ ନିଧାର୍ଯ୍ୟ କରାଯାଏ ।[୨] ଶ୍ୱେତ ରକ୍ତ କଣିକା (White blood cells) ସଂଖ୍ୟା ୫୦,୦୦୦ ମିମି୩ ବା ଗଣ୍ଠି ତରଳ ପଦାର୍ଥରେ ଲାକ୍ଟେଟ (lactate) ମାତ୍ରା ୧୦ ମିମୋଲ/୧ ଥିଲେ ଏହି ସମ୍ଭାବନା ଅଧିକ ଥାଏ ।[୪][୨]
ଆରମ୍ଭରେ ଭାଙ୍କୋମାଇସିନ, ସେଫଟ୍ରାଇଆକ୍ସୋନ, ସେଫଟାଜିଡିମ ଇତ୍ୟାଦି ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରାଯାଏ ।[୨] ଗଣ୍ଠି ପରିସ୍କାର କରିବା ନିମନ୍ତେ ଅପରେଶନ ଆବଶ୍ୟକ ହୋଇପାରେ ।[୨] ତୁରନ୍ତ ଚିକିତ୍ସା ନପାଇଲେ ରୋଗୀର ଗଣ୍ଠି ସମସ୍ୟା ଅନେକ ଦିନ ଧରି ଲାଗିରହେ । [୨] ପ୍ରତି ବର୍ଷ ୧୦୦,୦୦୦ ଲୋକରେ ପ୍ରାୟ ୫ ଜଣକୁ ଏହି ରୋଗ ହୁଏ ।[୩] ସାଧାରଣତଃ ବୟସ୍କ ଲୋକଙ୍କୁ ଏ ରୋଗ ହୁଏ ।[୩] ଚିକିତ୍ସା ସହିତ ୧୫% ଓ ବିନା ଚିକିତ୍ସାରେ ୬୬% ରୋଗୀଙ୍କର ମୃତ୍ୟୁ ହୁଏ । [୨]
Remove ads
ଆଧାର
ବାହ୍ୟ ଲିଙ୍କ
Wikiwand - on
Seamless Wikipedia browsing. On steroids.
Remove ads