ଆର୍ଥ୍ରାଇଟିସ

ଗଣ୍ଠି ଭିତରେ ପ୍ରଦାହ From Wikipedia, the free encyclopedia

ଆର୍ଥ୍ରାଇଟିସ
Remove ads

ଆର୍ଟେରାଇଟିସ ଗୋଟିଏ ଅଲଗା ରୋଗ ।

Quick facts ଆର୍ଥ୍ରାଇଟିସ, ବିଭାଗ ...

ଆର୍ଥ୍ରାଇଟିସ (ଇଂରାଜୀ ଭାଷାରେ Arthritis) ଏକ ନାମ ଯାହା ଅଧିକାଂଶ ସମୟରେ ଗଣ୍ଠିର (joints) ଯେ କୌଣସି ବେମାରୀ ନିମନ୍ତେ ବ୍ୟବ‌ହାର ହେଉଛି [] ଏହାର ମୂଖ୍ୟ ଲକ୍ଷଣ: ଗଣ୍ଠି ଯନ୍ତ୍ରଣା (joint pain) ଓ ଶକ୍ତ ଗଣ୍ଠି [] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଲାଲ ଦେଖାଯିବା, ଉଷୁମ ହୋଇଯିବା, ଗଣ୍ଠି ଭିତରେ ତରଳ ପଦାର୍ଥ ଜମିଯାଇ ଫୁଲିବା ଓ ଚଳନ ପରିମାଣ କମିଯିବା ଇତ୍ୟାଦି ଦେଖାଯାଏ ।[][] କେତେକ ଆର୍ଥ୍ରାଇଟିସରେ ଦେହର ଅନ୍ୟ ଅଙ୍ଗ ପ୍ରଭାବିତ ହୁଅନ୍ତି ।[] ଏହି ରୋଗର ଆରମ୍ଭ ହଠାତ ବା ଧୀରେ ହୋଇପାରେ ।[]

ଅଧୁନା ପ୍ରାୟ ୧୦୦ ପ୍ରକାର ଆର୍ଥ୍ରାଇଟିସ ଚିହ୍ନଟ ହେଲାଣି ।[][] ଏମାନଙ୍କ ମଧ୍ୟରୁ ଦୁଇଟି ମୂଖ୍ୟ ରୋଗ, ଓଷ୍ଟିଓଆର୍ଥାରାଇଟିସ (ବିନଷ୍ଟକାରୀ ଗଣ୍ଠି ରୋଗ) ଓ ରିଉମାଟଏଡ ଆର୍ଥ୍ରାଇଟିସ । ଓଷ୍ଟିଓଆର୍ଥାରାଇଟିସ ରୋଗ ସାଧାରଣତଃ ବୟସ ବୃଦ୍ଧି ହେଲେ ହୁଏ, ଆଙ୍ଗୁଠି, ଆଣ୍ଠୁ ଓ ହିପ ଗଣ୍ଠି ଆକ୍ରମଣ କରେ । ରିଉମାଟଏଡ ଆର୍ଥ୍ରାଇଟିସ ଏକ ଅଟୋଇମ୍ମ୍ୟୁନ ରୋଗ ଯାହା ହାତ ଓ ପାଦକୁ ଆକ୍ରମଣ କରେ [] ଅନ୍ୟାନ୍ୟ ଗଣ୍ଠି ରୋଗମାନଙ୍କର ନାମ: ଗାଉଟ, ଲୁପସ (lupus), ଫାଇବ୍ରୋମ୍ୟାଲଜିଆ (fibromyalgia) ଓ ସେପ୍ଟିକ ଆର୍ଥ୍ରାଇଟିସ (septic arthritis) । [][] ଏହି ରୋଗ ଗୁଡ଼ିକ ରିଉମାଟିକ ରୋଗର (rheumatic disease) ଅନ୍ତର୍ଭୁକ୍ତ ।[]

ପ୍ରଭାବିତ ଗଣ୍ଠିକୁ ବିଶ୍ରାମ ଦିଆଯାଏ ଓ ଥଣ୍ଡା ଓ ଗରମ ସେକ ବଦଳ କରି ଦିଆଯାଏ । ଓଜନ ହ୍ରାସ ଓ ବ୍ୟାୟାମ ମଧ୍ୟ ଉପକାରରେ ଆସେ ।[] ଯନ୍ତ୍ରଣା ନିବାରଣ ନିମନ୍ତେ ଆଇବୁପ୍ରୋଫେନ୍ପାରାସେଟାମୋଲ ଦିଆଯାଇପାରେ ।[] କେତେକ ସ୍ଥଳରେ ଗଣ୍ଠି ବଦଳ ମଧ୍ୟ କରାଯାଏ ।[]

ଓଷ୍ଟିଓଆର୍ଥ୍ରାଇଟସ ପ୍ରାୟ ୩.୮% ଓ ରିଉମାଟଏଡ ଆର୍ଥ୍ରାଇଟିସ ପ୍ରାୟ ୦.୨୪% ଲୋକଙ୍କୁ ଆକ୍ରମଣ କରେ ।[] ପଶ୍ଚିମ ପୃଥିବୀର ପ୍ରାୟ ୧ରୁ ୨% ଲୋକଙ୍କ ଜୀବନରେ କୌଣସି ସମୟରେ ଗାଉଟ ହୁଏ । [] ଅଷ୍ଟ୍ରେଲିଆ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ୨୦%ରୁ ଅଧିକ ଲୋକଙ୍କର ଆର୍ଥ୍ରାଇଟିସ ରୋଗ ଥାଏ ।[][୧୦] ମୋଟାମୋଟି ଭାବରେ ବୟସ ବୃଦ୍ଧି ହେଲେ ଏହି ରୋଗ ହୁଏ ।[] କର୍ତ୍ତବ୍ୟ ହାନୀର ଏହି ରୋଗ ଏକ ମୂଖ୍ୟ କାରଣ ଓ ଏହା ଯୋଗୁ ଜୀବନ‌ଧାରାର ଗୁଣବତ୍ତା କମିଯାଏ ।[] ଆର୍ଥ୍ରାଇଟିସ ଶବ୍ଦଟି ଆର୍ଥ୍ରୋସ (ଯାହାର ଅର୍ଥ ଗଣ୍ଠି) ଓ ଆଇଟିସ (ଯାହାର ଅର୍ଥ ପ୍ରଦାହ) ନାମକ ଦୁଇଟି ଗ୍ରୀକ ଶବ୍ଦର ମିଶ୍ରଣରୁ ସୃଷ୍ଟି ହୋଇଛି ।[୧୧]

Remove ads

ବର୍ଗୀକରଣ

ଏ ଭଳି ଅନେକ ରୋଗ ଅଛି ଯେଉଁଥିରେ ଗଣ୍ଠି ଯନ୍ତ୍ରଣା ମୂଖ୍ୟ ଲକ୍ଷଣ ଥାଏ । ଆର୍ଥ୍ରାଇଟିସ ଲକ୍ଷଣ ଥିବା ରୋଗମାନଙ୍କ ନାମ ପ୍ରଦତ୍ତ ନିମ୍ନରେ ପ୍ରଦତ୍ତ ହେଲା ।

ମୂଖ୍ୟ ଲକ୍ଷଣ ନ ଥାଇ ଅନେକ ରୋଗ ଅଛି ଯେଉଁଥିରେ ଗଣ୍ଠି ଯନ୍ତ୍ରଣା ହୁଏ । ମୂଖ୍ୟ ରୋଗର ଏହା ଗୌଣ ରୋଗ । ଏହିଭଳି ରୋଗମାନଙ୍କ ନାମ ଦିଆଗଲା ।

  • ସୋରିଆସିସ (ସୋରିଆଟିକ ଆର୍ଥ୍ରାଇଟିସ)
  • ରିଆକ୍ଟିଭ ଆର୍ଥ୍ରାଇଟିସ
  • ଏଲର୍ସ-ଡାନ୍‌ଲସ୍ ସିଣ୍ଡ୍ରୋମ
  • ହେମୋକ୍ରୋମାଟୋସିସ
  • ହେପାଟାଇଟିସ
  • ଲାଇମ ରୋଗ
  • ଜୋଗ୍ରେନ ରୋଗ
  • ହାସିମୋଟୋ ଥାଇରଏଡାଇଟିସ୍
  • ଇନଫ୍ଲାମେଟରି ବାୱେଲ ଡିଜିଜ୍ (କ୍ରନ୍‌ସ୍ ରୋଗଅଲ୍‌ସରେଟିଭ୍ କୋଲାଇଟିସ ସ‌ହିତ)
  • ହେଙ୍କ-ସନ୍‌ଲେନ ପରପ୍ୟୁରା
  • ହାଇପର‌ଇମ୍ମ୍ୟୁନୋଗ୍ଲୋବ୍ୟୁଲିନେମିଅ ଡି ଉଇଥ ରିକରେଣ୍ଟ ଫିଭର
  • ସାର୍କଏଡୋସିସ୍
  • ହୁଇପ୍ଲସ୍ ଡିଜିଜ
  • ଟିଏନଏଫ ରିସେପ୍ଟର ଆସୋସିଏଟେଡ ପିରିଓଡିକ ସିଣ୍ଡ୍ରୋମ
  • ଗ୍ରାନୁଲୋମାଟୋସିସ୍ ଉଇଥ ପଲିଆଞ୍ଜାଇଟିସ (ଓ ଅନେକ ଭାସ୍କୁଲାଇଟିସ ସିଣ୍ଡ୍ରୋମ)
  • ଫାମିଲିଆଲ ମେଡିଟେରାନିଆନ ଫିଭର
  • ସିସ୍ଟମିକ ଲୁପସ ଏରିଥେମାଟୋସସ୍

ପୃଥକୀକରଣହୀନ ଆର୍ଥ୍ରାଇଟିସ ନାମ ଦିଆଯାଏ ଯେତେବେଳେ ଗୋଟିଏ ଆର୍ଥ୍ରାଇଟିସ କୌଣସି ନିର୍ଦ୍ଦିଷ୍ଟ ଜଣାଶୁଣା ଦଳରେ ରହିପାରେ ନାହିଁ, ସମ୍ଭବତଃ ଆରମ୍ଭ ହେଉଥିବା ରିଉମାଟଏଡ ରୋଗ[୧୨]

Remove ads

ପ୍ରାଧାନ୍ୟ

ସନ ୧୯୯୦ରୁ ୨୦୧୦ ମଧ୍ୟରେ ପେଶୀଅସ୍ଥି ରୋଗ ଜନିତ ଶାରୀରିକ ଅସାମର୍ଥ୍ୟ ୪୫ % ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରେ ଓଷ୍ଟିଓଆର୍ଥ୍ରାଇଟିସ ମୂଖ୍ୟ ସ୍ୱାସ୍ଥ୍ୟ ସମସ୍ୟାରୂପେ ଉଭାହୋଇଛି ।[୧୩] ଗୋଟିଏ ଅନୁଶୀଳନରରେ ୨୦ଟି ସ୍ଥାନ ଓ ୭ଟି ଡାକ୍ତରଖାନାର ତ‌ଥ୍ୟ ନିଆଯାଇଥିଲା ।[୧୪] ଏଥିରେ ୧୨ଟି ଦକ୍ଷିଣ ଆଫ୍ରିକା ଦେଶ ଥିଲା । ୯ଟି ଉତ୍ତମ ଅନୁଶୀଳନ, ୧୧ଟି ମଧ୍ୟମ ଧରଣର ଓ ୭ଟି ନିକୃଷ୍ଟ ଧରଣର ଅନୁଶୀଳନ ଥିଲା । ଏହାର ଫଳ ନିମ୍ନରେ ଦିଆଗଲା ।

Remove ads

ଚିହ୍ନ ଓ ଲକ୍ଷଣ

ରୋଗୀ ପରୀକ୍ଷା, ଲାବୋରେଟରୀ ପରୀକ୍ଷା ଓ ଏକ୍ସ-ରେ ଆଦି କରି ନିର୍ଦ୍ଦିଷ୍ଟ ଆର୍ଥ୍ରାଇଟିସ ରୋଗ ନିର୍ଣ୍ଣୟ କରାଯାଏ ।[୧୫] ସମସ୍ତ ଆର୍ଥ୍ରାଇଟିସରେ କଷ୍ଟ ହେଉଛି ମୁଖ୍ୟ ଲକ୍ଷଣ । ବିଭିନ୍ନ ଆର୍ଥ୍ରାଇଟିସ ରୋଗ ଭିନ୍ନ ଭିନ୍ନ ଗଣ୍ଠିକୁ ପ୍ରଭାବିତ କରିଥାଏ । ଏହାର ପ୍ରକାର ଭେଦ ଓ ସ୍ଥାନ ଅନୁସାରେ ଯନ୍ତ୍ରଣାର ପ୍ରକାର ଅଲଗା ହୁଏ । ତେଣୁ ରୋଗୀର ଯନ୍ତ୍ରଣା ବିବରଣୀରୁ ଓ ପରୀକ୍ଷା କରିବାଦ୍ୱାରା ପ୍ରାୟ ୯୦ ପ୍ରତିଶତ ଗଣ୍ଠିବାତ ବିନା ରକ୍ତ ପରୀକ୍ଷାରେ ଜାଣିହୁଏ । ଅଳ୍ପ କେତେକ ଗଣ୍ଠି ବାତ ରୋଗ ଚିହ୍ନଟ ପାଇଁ ରକ୍ତ ପରୀକ୍ଷା, ଯେପରିକି ଇ.ଏସ୍.ଆର୍/ସି.ଆର୍.ପି ଓ ଆର୍.ଏଫ୍ ଆଦିର ଆବଶ୍ୟକତା ପଡ଼ିଥାଏ । ଏକ୍ସ-ରେ ପରୀକ୍ଷାଦ୍ୱାରା ଦୀର୍ଘସ୍ଥାୟୀ ଗଣ୍ଠି ବାତ ରୋଗର ଅସ୍ଥି ଉପରେ ଥିବା କୁପ୍ରଭାବ ଜାଣି ହୁଏ । ରିଉମାଟଏଡ ଆର୍ଥ୍ରାଇଟିସରେ ସାଧାରଣତଃ ସକାଳେ ଲକ୍ଷଣ ତୀବ୍ର ହୁଏ ଓ ଗଣ୍ଠି ଶକ୍ତ ରହେ; ରୋଗ ଆରମ୍ଭ ହେଉଥିବା ବେଳେ ସକାଳ ସ୍ନାନ ପରେ ଲକ୍ଷଣ ଉଭେଇ ଯାଏ । ଅନ୍ୟ ପକ୍ଷରେ ଓଷ୍ଟିଓଆର୍ଥ୍ରାଇଟିସରେ ବ୍ୟାୟାମ ପରେ ଲକ୍ଷଣ ତୀବ୍ର ହୁଏ । ବୟସ୍କ ଅଳ୍ପ ବୁଲାଚଲା କରନ୍ତ ଓ ପିଲାମାନେ ଚଳପ୍ରଚଳ କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି ଓ ସେମାନଙ୍କର ଯନ୍ତ୍ରଣା ମୂଖ୍ୟ ଲକ୍ଷଣ ନ ହୋଇପାରେ ।

ରୋଗର ଇତିହାସ ହିଁ ରୋଗ ନିର୍ଣ୍ଣୟ କରିବାରେ ସାହାଯ୍ୟ କରେ । ରୋଗ ଆରମ୍ଭ ସମୟ, କେତେ ଶୀଘ୍ର ରୋଗ ଆଗଉଛି, କେଉଁ କେଉଁ ଗଣ୍ଠିରେ ରୋଗ ହେଉଛି, ଲକ୍ଷଣମାନଙ୍କର ସମନ୍ୱୟତା, ପ୍ରାତଃ ଶକ୍ତ‌ତା, ଦରଜ, ଲକ୍ଷଣ ବଢ଼ିବା ଓ କମିବା ସମୟ ଓ ଅନ୍ୟ ସାମଗ୍ରିକ ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରାଯାଏ । ଶାରୀରିକ ପରୀକ୍ଷା କଲେ ରୋଗ ନିର୍ଣ୍ଣୟ ହୁଏ ବା ସିସ୍ଟେମିକ ରୋଗ ନିର୍ଣ୍ଣୟ କରାଯାଏ ।ଏକ୍ସ-ରେ କରି ତୀବ୍ରତା ଦେଖାଯାଏ ଓ କମ ବେଶୀ ଆକଳନ କରାଯାଏ ।

ରକ୍ତ ପରୀକ୍ଷାଏକ୍ସ-ରେ ଆବଶ୍ୟକ ହୁଏ । ରକ୍ତ ପରୀକ୍ଷା ମଧ୍ୟରେ ରିଉମାଟଏଡ ଫ୍ୟାକ୍ଟର, ଆଣ୍ଟିନ୍ୟୁକ୍ଲିଆର ଫ୍ୟାକ୍ଟର (ଏଏନଏଫ) ଓ ନିର୍ଦ୍ଦିଷ୍ଟ ଆଣ୍ଟବଡି ନିମନ୍ତେ ପରୀକ୍ଷା କରାଯାଏ ।

ଓଷ୍ଟିଓଆର୍ଥ୍ରାଇଟିସ

ଓଷ୍ଟିଓଆର୍ଥ୍ରାଇଟିସ ହେଉଛି ସର୍ବାଧିକ ହେଉଥିବା ଆର୍ଥ୍ରାଇଟିସ ।[୧୬] ଏହା ଛୋଟ, ବଡ଼ ସବୁ ଗଣ୍ଠିମାନଙ୍କୁ ଆକ୍ରମଣ କରେ ଯଥା:- କଚଟି (wrist), ପାଦ, ପିଠି, ହିପ ଓ ଆଣ୍ଠୁ । ଏହି ପ୍ରକାର ଆର୍ଥ୍ରାଇଟିସ କୋମଳାସ୍ଥିର କ୍ଷୟ ଯୋଗୁଁ ହୋଇଥାଏ । ସାଧାରଣ ଦୈନ‌ନ୍ଦିନ ଗଣ୍ଠି ଘର୍ଷଣ ଯୋଗୁ ଏହା ହୁଏ, କିନ୍ତୁ ଏହା ଆଘାତ ଯୋଗୁ ମଧ୍ୟ ହୁଏ । ବିକୃତ ଗଣ୍ଠି ବା ଅବୟବ ଥିଲେ ସେଥି ଯୋଗୁ ମଧ୍ୟ ଏହି ରୋଗ ଆଣ୍ଠୁ ଓ ହିପ୍‌ରେ ହୁଏ । ଅହା ସାଧାରଣତଃ ବୃଦ୍ଧାବସ୍ଥାରେ ହୋଇଥାଏ । ଓଷ୍ଟିଓଆର୍ଥ୍ରାଇଟିସ ଗଣ୍ଠି ଅଭ୍ୟନ୍ତରରେ ଥିବା ଉପାସ୍ଥିକୁ ନଷ୍ଟ କରି ଧୀରେ ଧୀରେ ସଂଲଗ୍ନ ସାମନା ସାମନି ଅସ୍ଥିକୁ ଘୋରି ଦିଏ । ରୋଗ ଆରମ୍ଭ ସମୟରେ କାମ କଲାବେଳେ ସାମାନ୍ୟ ଯନ୍ତ୍ରଣା ହୁଏ, କ୍ରମେ ଯନ୍ତ୍ରଣା ନିରନ୍ତର ହୁଏ ଓ ବିଶ୍ରାମ ସମୟରେ ମଧ୍ୟ ହୁଏ । ଅଧିକ ଯନ୍ତ୍ରଣା ଯୋଗୁ କେତେକ କାମ କରିହୁଏ ନାହିଁ । ସ୍ୱାଭାବିକ ଭାବରେ ଏହା ଓଜନ ନେଉଥିବା ଗଣ୍ଠିରେ ହୁଏ ଯେପରିକି ମେରୁ ଅସ୍ଥି ଓ ପେଲଭିସ୍ । ଏହା ବୟସ୍କ ଲୋକଙ୍କୁ ଅଧିକ ହୁଏ । ୩୦ % ମହିଳାମାନଙ୍କର ୬୫ ବର୍ଷ ବୟସ ବେଲକୁ ରୋଗ ହୋଇଥାଏ । ପୂର୍ବରୁ ହୋଇଥିବା ଆଘାତ, ମୋଟାପା ଓ ଏକାନ୍ତ ଜୀବନ ଯାତ୍ରା ଯୋଗୁ ରୋଗ ହେଉଥିବା ସମ୍ଭାବନା ଅଧିକ ରହେ ।

ରିଉମାଟଏଡ ଆର୍ଥ୍ରାଇଟିସ

ରିଉମାଟଏଡ ଆର୍ଥ୍ରାଇଟିସ (ଆରଏ) ଏଭଳି ଏକ ରୋଗ ଯେଉଁଥିରେ ନିଜ ଦେହର ଇମ୍ମ୍ୟୁନ ସିସ୍ଟମ ନିଜ ଦେହ ତନ୍ତୁ ବିରୁଦ୍ଧରେ ଆକ୍ରମଣ କରେ । ଏହା କେବଳ ଗଣ୍ଠି ବିରୁଦ୍ଧରେ ନୁହେଁ, ଅନ୍ୟ ବିଭାଗକୁ ମଧ୍ୟ ଆକ୍ରମଣ କରେ । ରିଉମାଟଏଡ ଆର୍ଥ୍ରାଇଟିସରେ ଉପାସ୍ଥି(cartilage) ଓ ଗଣ୍ଠି ଆବରଣକୁ ନଷ୍ଟ କରିଦେବା ଫଳରେ ସାମନା ସାମନି ଥିବା ଅସ୍ଥି ଘର୍ଷଣ ହୋଇ କ୍ଷୟପ୍ରାପ୍ତ ହୁଏ । ହାତ ଆଙ୍ଗୁଠିର ଗଣ୍ଠି, କଚଟି(wrist) ଆଣ୍ଠୁ ଓ କ‌ହୁଣୀରେ ଏହି ରୋଗ ଦେହର ଉଭୟ ପାର୍ଶ୍ୱରେ ହୁଏ ଓ ଚିକିତ୍ସା ନ ହେଲେ ଅଧିକ ବିକଳାଙ୍ଗ ହୁଏ । ଏହି ରୋଗ ସାଧାରଣତଃ ଯୁବାବସ୍ଥାରେ ଦେଖାଦିଏ । ଏହା ୨୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ହୁଏ । ପିଲାମାନଙ୍କ ଦେହରେ ଏହା ଯୋଗୁ ଚର୍ମ ରାସ, ଜ୍ୱର, ଯନ୍ତ୍ରଣା, ବିକଳାଙ୍ଗ ଓ ଦୈନ‌ନ୍ଦିନ କାର୍ଯ୍ୟ ନିର୍ବାହ କମିଯାଏ । ଆରମ୍ବରୁ ଚିକିତ୍ସିତ ହେଲେ ରୋଗୀ ଏକ ଉନ୍ନତ ଜୀବନ ଯାପନ କରିବାକୁ ସକ୍ଷମ ହୁଏ । ଏହାର ଚିକିତ୍ସାରେ କର୍ଟିକୋସ୍ଟିରଏଡ ଓ ଶୀରା ମଧ୍ୟମରେ ମୋନୋକ୍ଲୋନାଲ ଆଣ୍ଟିବଡି ଦିଆଯାଏ । ଏହା ବ୍ୟତୀତ ଏନଏସଆଇଡିଡିଜିଜ-ମଡିଫାଇଙ୍ଗ ଆଣ୍ଟିରିଉମାଟିକ ଡ୍ରଗs (ଡିଏମଆରଡି) ଦିଆଯାଏ ଓ କ୍ୱଚିତ ଗଣ୍ଠି ରୋପଣ ଆବଶ୍ୟକ ହୁଏ, କିନ୍ତୁ ରୋଗ ଆରୋଗ୍ୟ ହୁଏ ନାହିଁ ।[୧୭]

ଆଡାପ୍‌ତିଭ ଇମ୍ମ୍ୟୁନ ସିସ୍ଟମ ରେସପନ୍ସକୁ ସିଡି୪+ଟି ହେଲ୍‌ପର୍ (ଟିଏଚ) ଜୀବକୋଷ ବିଶେଷତଃଟି ଏଚ୧୭ ଜୀବକୋଷ ଜାଗ୍ରତ କରିବାକୁ ଡିଏମଆରଡି ଦେଇ ଚିକିତ୍ସା କରାଯାଏ ।[୧୮]ଟି ଏଚ୧୭ ଜୀବକୋଷ ନଷ୍ଟ ହେଉଥିବା ସ୍ଥାନରେ ଥାଇ ପ୍ରଦାହ ସୃଷ୍ଟକାରୀ ସାଇଟିକାଇନିନ ଯେପରିକି ଇଣ୍ଟରଲିଉକିନ-୧୭ (ଆଇଏଲ ୧୭) ତିଆରି କରନ୍ତି ।[୧୯]

ଅସ୍ଥି କ୍ଷୟ ଏହି ରୋଗର ଏକ ମୂଖ୍ୟ ବିଶେଷତ୍ତ୍ୱ । ସୁସ୍ଥ ହାଡ଼ରେ ଅହରହ ରିମଡେଲ ହେଉଥାଏ; ଓଷ୍ଟିଓକ୍ଲାସ୍ଟ କୋଷ ଏହାକୁ କ୍ଷୟ କରେ ଓ ଓଷ୍ଟିଓବ୍ଲାସ୍ଟ ଏହାକୁ ତିଆରି କରେ । ସାଇନୋଭିଆଲ ମେମ୍ବ୍ରେନର ପ୍ରଦାହ ଏହି କ୍ଷୟକୁ ସକ୍ରିୟ କରାଏ; ଏହା ସାଇଟିକାଇନ ଓ ଏକ ଜୀବକୋଷ ଉପର ସ୍ତରରେ ଥିବା ରିସେପ୍ଟର ଆକ୍ଟିଭେଟର କାପା ବି ଲିଗାଣ୍ଡଦ୍ୱାରା(ଆରଏଏନ‌କେଏଲ) ହୁଏ ଯାହା ଓଷ୍ଟିଓବ୍ଲାସ୍ଟ ଓ ଟିଏଚ୧୭ ଜୀବକୋଷରେ ଥାଏ ।[୧୯] ଆରଏଏନ‌କେଏଲ ମେକାନିଜ୍‌ମଦ୍ୱାରା ଓଷ୍ଟିଓବ୍ଲାସ୍ଟ ଏହି ଓଷ୍ଟିଓକ୍ଲାସ୍ଟ କାମ କରେଇପାଏ ।[୨୦]

ଲୁପସ୍

ଲୁପସ୍ ଏକ ସାଧାରଣ କୋଲାଜେନ ରକ୍ତନଳୀ ରୋଗ ଯାହା ଗମ୍ଭୀର ଧରଣର ଆର୍ଥ୍ରାଇଟିସ ରୋଗରେ ଥାଇପାରେ । ଅନ୍ୟ ଲକ୍ଷଣ ମଧ୍ୟରେ ଚର୍ମ ରାସ୍, ଫଟୋସେନ୍‌ସିଟିଭିଟି, ମୁଣ୍ଡବାଳ ହାନୀ, ବୃକ୍‌କ ସମସ୍ୟା, ଫୁସ୍‌ଫୁସ୍ ଫାଇବ୍ରଏଡ଼ ଓ ଅହରହ ଗଣ୍ଠି ଯନ୍ତ୍ରଣା ଦେଖାଯାଏ । [୨୧]

ଗାଉଟ

ଗାଉଟ ରୋଗରେ ଗଣ୍ଠିରେ ୟୁରିକ ଏସିଡ୍ କ୍ରିସ୍ଟାଲ ଜମା ହୋଇ ପ୍ରଦାହ ସୃଷ୍ଟି କରେ । ଏକ ରମ୍ବଏଡ ଆକାରର କ୍ୟାଲସିୟମ ପାଇରୋଫସ୍‌ଫେଟ କ୍ରିସ୍ଟାଲ ଜମା ହୋଇ ସୁଡୋଗାଉଟ ନାମକ ଏକ ରୋଗ ମଧ୍ୟ ହୁଏ । ପ୍ରାରମ୍ଭରେ ଗୋଟିଏ ଗଣ୍ଠିରେ ରୋଗ ଆରମ୍ଭ ହୁଏ ଓ ସମୟକ୍ରମେ ଅନେକ ଗଣ୍ଠିରେ ହୁଏ ଓ ପଙ୍ଗୁ କରିଦିଏ । ଗାଉଟରେ ଗଣ୍ଠି ଫୁଲିଯାଏ ଓ ଅକାମୀ ହୋଇଯାଏ । ଉପ‌ଯୁକ୍ତ ଚିକିତ୍ସା ନ ପାଇଲେ ଅତ୍ୟଧିକ ଯନ୍ତ୍ରଣା ହୋଇ ଶେଷରେ ପଙ୍ଗୁ ହେବା ସମ୍ଭାବନା ରହେ ।[୨୨] ଆଲୋପ୍ୟୁରିନଲ ଓ ଫେବୁକ୍‌ସୋସ୍ଟାଟ ଇତ୍ୟାଦି ଔଷଧଦ୍ୱାରା ଏହି ରୋଗ ଲକ୍ଷଣର ଉପସମ ନ ହେଲେ ବା ପ୍ରୋବେନେସିଡ ଦେଇ ଯୁରିକ ଏସିଡ୍ ନିଷ୍କସନ ନ ହୋଇପାରିଲେ ରୋଗକୁ ରିଫ୍ରାକ୍ଟରି କ୍ରନିକ ଗାଉଟ କୁହାଯାଏ ।[୨୩]

ମୁଖ୍ୟ ଆର୍ଥ୍ରାଇଟିସ ରୋଗମାନଙ୍କର ତୁଳନା

More information ଓଷ୍ଟିଓଆର୍ଥ୍ରାଇଟିସ, ରିଉମାଟଏଡ ଆର୍ଥ୍ରାଇଟିସ ...

ଅନ୍ୟାନ୍ୟ

ସଂକ୍ରମଣ ଆର୍ଥ୍ରାଇଟିସ ଆଉ ଏକ ପ୍ରକାର ଆର୍ଥ୍ରାଇଟିସ । ଏଥିରେ ହଠାତ୍ ଥଣ୍ଡା ଲାଗେ, ଜ୍ୱର ଓ ଗଣ୍ଠି ଯନ୍ତ୍ରଣା ହୁଏ । ଶରୀରର ଅନ୍ୟ କୌଣସି ସ୍ଥାନରେ ଥିବା ଜୀବାଣୁ ଯୋଗୁ ଏହି ରୋଗ ହୁଏ । ଏହି ରୋଗ ଅତି ଶୀଘ୍ର ନିର୍ଣ୍ଣୟ କରି ଗଣ୍ଠି ନଷ୍ଟ ହେବାରୁ ରକ୍ଷା କରିବା ନିମନ୍ତେ ଚିକିତ୍ସା କରିବା ଆବଶ୍ୟକ ।[୨୭]

ସୋରିଆସିସ୍ ରୋଗରେ ସୋରିଆଟିକ ଆର୍ଥ୍ରାଇଟିସ ହୁଏ । ଏଥିରେ ଚର୍ମ ରୋଗ ପ୍ରଥମେ ହେବା ପରେ ଆର୍ଥ୍ରାଇଟିସ ହୁଏ । ଏହି ରୋଗରେ ଅନବରତ ଗଣ୍ଠି ଯନ୍ତ୍ରଣା, ଫୁଲା ଓ ଗଣ୍ଠିକାଠିନ୍ୟ ହୁଏ । ମଝିରେ ମଝିରେ ରୋଗ ଛାଡ଼ିଯାଇ ଆଉଥରେ ହୁଏ ଓ ଏହା ଆରୋଗ୍ୟ ସାଧ୍ୟ ନୁହେଁ । କିଛି ଅଂଶ ରୋଗୀମାନଙ୍କର ଅତିଶୟ ଯନ୍ତ୍ରଣାଦାୟକ ଓ କ୍ଷୟିଷ୍ଣୁ ଆର୍ଥ୍ରାଇଟିସ ହୋଇ ହାତର ଛୋଟ ଗଣ୍ଠିଗୁଡ଼ିକ ନଷ୍ଟ ହୋଇଯାଏ ଓ ସବୁଦିନ ନିମନ୍ତେ ପଙ୍ଗୁ କରିଦିଏ । [୨୮]

Remove ads

ଚିକିତ୍ସା

ରିଉମାଟଏଡ ଆର୍ଥ୍ରାଇଟିସ ଓ ଓଷ୍ଟିଓଆର୍ଥ୍ରାଇଟିସ ରୋଗ ଆରୋଗ୍ୟ ହୁଏନାହିଁ । ଆର୍ଥ୍ରାଇଟିସର ପ୍ରକାର ଉପରେ ଏହାର ଚିକିତ୍ସା ନିର୍ଭର କରେ; ଫିଜିଓଥେରାପି, ଜୀବନ‌ଚର୍ଯ୍ୟାର ପରିବର୍ତ୍ତନ (ବ୍ୟାୟାମ ଓ ଓଜନ ନିୟନ୍ତ୍ରଣ), ଅର୍ଥୋପେଡିକ ବ୍ରେସ ଓ ଔଷଧ ସାହାଯ୍ୟରେ ଚିକିତ୍ସା କରାଯାଏ । ଗଣ୍ଠିକ୍ଷୟ ଅଧିକ ଥିଲେ ଆବଶ୍ୟକ ସ୍ଥଳେ ଗଣ୍ଠି ପ୍ରତିରୋପଣ କରାଯାଏ । ଔଷଧ ସାହାଯ୍ୟରେ ଯନ୍ତ୍ରଣା ଓ ପ୍ରଦାହ କମିଯାଏ । ପ୍ରଦାହ କମିଗଲେ ଗଣ୍ଠିକ୍ଷୟ ହାର କମିଯାଏ ।

ଫିଜିଓଥେରାପି

ଅନୁଶୀଳନରୁ ଦେଖାଯାଇଛି, ବ୍ୟାୟାମ କଲେ ରୋଗା ଗଣ୍ଠିର ଯନ୍ତ୍ରଣା ଦୀର୍ଭକାଳୀନ ଭିତ୍ତିରେ କମିଯାଏ । ଗଣ୍ଠିର ସ୍ୱାସ୍ଥ୍ୟ ଓ ଶରୀର ସ୍ୱାସ୍ଥ୍ୟ ବ୍ୟାୟାମଦ୍ୱାରା ଭଲ ରହେ ।[୨୯]

ଆର୍ଥ୍ରାଇଟିସ ରୋଗୀ ଉଭୟ ଫିଜିଓଥେରାପି ଓ ଅକୁପେସନାଲ ଥେରାପିଦ୍ୱାରା ଉପକୃତ ହୁଏ । ଆର୍ଥ୍ରାଇଟିସରେ ଗଣ୍ଠି ଶକ୍ତ ଥାଏ ଓ ଚଳନ ପରିମାଣ କମ ଥାଏ । ଫୁଜିକାଲ ଥେରାପି କଲେ ଗଣ୍ଠିର କାମରେ ଉନ୍ନତି ହୁଏ, ଯନ୍ତ୍ରଣା କମିଯାଏ ଓ ଅପରେଶନ ଆବଶ୍ୟକତାରେ ବିଳମ୍ବ ଲାଗେ ।[୩୦] ଓଷ୍ଟିଓଆର୍ଥ୍ରାଇଟିସ ରୋଗରେ ଔଷଧ ଅପେକ୍ଷା ଫିଜିଓଥାରାପିସ୍ଟ ପ୍ରସ୍ତୁତ ବ୍ୟାୟାମ ଅଧିକ କାର୍ଯ୍ୟକ୍ଷମ ସାବ୍ୟସ୍ତ ହୁଏ । ବ୍ୟାୟାମରେ ମାଂସପେଶୀ ଶକ୍ତି ବୃଦ୍ଧି, ସ‌ହ‌ନଶୀଳତା ଓ ନମନୀୟତା ଉପରେ ଅଧିକ ଜୋର ଦିଆଯାଏ । କେତେକ ସ୍ଥଳରେ ନିୟନ୍ତ୍ରଣ ରଖିବାକୁ ଟ୍ରେନିଙ୍ଗ ଦିଆଯାଏ । ବିଭିନ୍ନ କାମ ଓ ଯନ୍ତ୍ରପାତି ବିଷୟରେ ଅକୁପେସନାଲ ଥେରାପିରେ ଶିକ୍ଷା ଦିଆଯାଏ ।

ଔଷଧ

ଆର୍ଥ୍ରାଇଟିସ ଚିକିତ୍ସାରେ ଅନେକ ପ୍ରକାର ଔଷଧ ବ୍ୟବ‌ହୃତ ହୁଏ । ସ୍ୱଳ୍ପ ପାର୍ଶ୍ୱପ୍ରତିକ୍ରିୟା ଜଣାଥିବା ଔଷଧ ପ୍ରଥମେ ଦିଆଯାଏ ଓ ଉପକାର ନ ମିଳିଲେ ଅନ୍ୟ ଔଷଧ ଯୋଗ କରାଯାଏ ।[୩୧]

ଓଷ୍ଟିଓଆର୍ଥ୍ରାଇଟିସ ରୋଗରେ ଆସେଟାମିନୋଫେନ (ପାରାସେଟାମୋଲ) ହେଉଛି ପ୍ରଥମ ଶ୍ରେଣୀ ଔଷଧ କିନ୍ତୁ ପ୍ରଦାହ ହେଉଥିବା ଆର୍ଥ୍ରାଇଟିସରେ ଆଇବୁପ୍ରୋଫେନ ଭଳି ନନ୍-ସ୍ଟିରଏଡାଲ ଆଣ୍ଟି-ଇନଫ୍ଲାମେଟରି ଡ୍ରଗ(ଏନ‌ଏସ‌ଏ‌ଆଇ‌ଡି) ଦିଆଯାଏ । ଏନ‌ଏସ‌ଏ‌ଆଇ‌ଡି ଓ ଓପିଅଏଡ ଔଷଧ ଦେହ ଭଲ ସମ୍ଭାଳି ପାରେନାହିଁ । [୩୨]

ରିଉମାଟଏଡ ଆର୍ଥ୍ରାଇଟିସ ଏକ ଅଟୋଇମ୍ମ୍ୟୁନ ରୋଗ, ଏଣୁ ଆଣ୍ଟି-ଇନଫ୍ଲାମେଟରି ଔଷଧ ସ‌ହିତ ରୋଗ ବଦଳକାରୀ ଔଷଦ ଡିଏମଆରଡି ଦିଆଯାଏ । ମେଥୋଟ୍ରେକ୍‌ସେଟ ଏହିଭଳି ଏକ ଔଷଧ । ଏହା ଇମ୍ମ୍ୟୁନ ସିସ୍ଟମ ଉପରେ କାମ କରି ସେହି ପ୍ରକ୍ରିୟାର ପ୍ରଗତିକୁ ଧୀର କରିଦିଏ ।

ଅନ୍ୟ ଚିକିତ୍ସା

ସୁବ୍ୟବସ୍ଥିତ କ୍ଲିକିକମାନଙ୍କରେ ପ୍ରାକୃତିକ ଔଷଧକୁ ନେଇ ପରୀକ୍ଷା ଚାଲିଛି । ରିଉମାଟଏଡ ଆର୍ଥ୍ରାଇଟିସ, ଓଷ୍ଟିଓଆର୍ଥ୍ରାଇଟିସ ଓ ଅନ୍ୟାନ୍ୟ ଆର୍ଥ୍ରାଇଟିସମାନଙ୍କରେ ବିଜ୍ଞାନ ସମ୍ମତ ୯ଟି ଅନୁପୂରକ (ସପ୍ଲିମେଣ୍ଟ) କାର୍ଯ୍ୟକ୍ଷମ ହେବା ଜଣାଯାଇଛି: 9 Supplements for Arthritis

ଓଷ୍ଟିଓଆର୍ଥ୍ରାଇଟିସରେ ଆର୍ଥ୍ରୋସ୍କୋପିକ ଅପରେଶନ ଉପକାରୀତା ଶାରୀରିକ ଓ ଔଷଧ ଚିକିତ୍ସା ଅପେକ୍ଷା କିଛି ଅଧିକ ଉପକାର କରିବା ଭଳି ଜାଣାଯାଇ ନାହିଁ ।[୩୩]

ସନ ୨୦୦୦ରେ କ‌କ୍ରେନ ଅନୁଶୀଳନ ଅନୁସାରେ ଆଣ୍ଠୁ ଓଷ୍ଟିଓଆର୍ଥ୍ରାଇଟିସ ରୋଗରେ ପ୍ଲାସେବୋ ଅପେକ୍ଷା ଟ୍ରାନ୍‌ସକ୍ୟୁଟାନିଅସ ଇଲେକ୍ଟ୍ରିକାଲ ନର୍ଭ ସ୍ଟିମୁଲେସନ (ଟେନ୍‌ସ୍) ଅଧିକ ଯନ୍ତ୍ରଣା ନିୟନ୍ତ୍ରଣକାରୀ ହେବା ଜଣାଯାଇଛି । [୩୪]

ଆର୍ଥ୍ରାଇଟିସର ଯନ୍ତ୍ରଣା ନିବାରଣ ନିମନ୍ତେ ପଲ୍‌ସ୍‌ଡ ଇଲେକ୍ଟ୍ରୋମ୍ୟାଗନେଟିକ ଫିଲ୍‌ଡ୍ ଥେରାପି (ପିଇଏଫଟି) ଅଧିକ ଉପାଦେୟ ହେଉଥିବା ଜଣାଯାଇଛି । [୩୫] ଏହି ପିଇଏଫଟି ଚିକିତ୍ସାକୁ ଏଫଡିଏ ଅନୁମୋଦନ କରିନାହିଁ କିନ୍ତୁ କାନାଡାରେ ଏହା ଆଇନତଃ ଅନୁମୋଦିତ ହୋଇଛି । ଏହି ଯନ୍ତ୍ରରେ ସିଲିଣ୍ଡ୍ରିକାଲ କଏଲରେ ଇଲେକ୍ଟ୍ରୋମ୍ୟାଗନେଟିକ ଫିଲ୍ଡ ପ୍ରସ୍ତୁତ କରାଯାଏ ।

ଖାଦ୍ୟ ଓ ଗଣ୍ଠି ବାତର ସମ୍ପର୍କ‌କୁ ନେଇ ଜନସାଧାରଣରେ ବ‌ହୁ ଭ୍ରାନ୍ତ ଧାରଣା ରହିଛି । କେବଳ ଗାଉଟ ବା ୟୁରିକ୍ ଏସିଡ୍‌ଜନିତ ଗଣ୍ଠ ବାତ ରୋଗକୁ ଛାଡ଼ିଦେଲେ ଅନ୍ୟ କୌଣସି ଗଣ୍ଠି ବାତ ରୋଗରେ କିଛି ଖାଦ୍ୟ ବାରଣ ନ ଥାଏ । ଧୂମ‌ପାନ ଓ ମଦ୍ୟସେବନଦ୍ୱାରା ସମସ୍ତ ପ୍ରକାରର ଗଣ୍ଠି ବାତ ଉପରେ କୁପ୍ରଭାବ ସୃଷ୍ଟି ହୋଇଥାଏ । ତେଣୁ ଏହାକୁ ବର୍ଜନ କରିବା ନିହାତି ଆବଶ୍ୟକ ।

Remove ads

ରୋଗାନୁଶୀଳନ

ବୟସାଧିକ୍ୟ ଲୋକଙ୍କୁ ଆର୍ଥ୍ରାଇଟିସ ହେଉଥିଲେ ମଧ୍ୟ ପିଲାମାନଙ୍କୁ ବି ଆକ୍ରମଣ କରେ । ଉତ୍ତର ଆମେରିକାରେ ୬୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କ ମଧ୍ୟରୁ ୭୦% ଲୋକଙ୍କୁ ଏହି ରୋଗ ହୁଏ । ଏହି ରୋଗରେ ମହିଳାମାନେ ସବୁ ବୟସରେ ଅଧିକ ଆକ୍ରାନ୍ତ ହୁଅନ୍ତି ଓ ସବୁ ଜାତି, ବର୍ଣ୍ଣ ଓ ସଂସ୍କୃତିରେ ଏ ରୋଗ ଦେଖାଯାଏ । ଆମେରିକାର ୨୦୦୭-୨୦୦୯ର ସିଡିଏ ସର୍ଭେ ଅନୁସାରେ ≥୧୮ ବର୍ଷ ବୟସର ୨୨.୨% (୪୯.୯ ନିୟୁତ) ଲୋକମାନେ ନିଜେ ଏହି ରୋଗ ରିପୋର୍ଟ କରିଛନ୍ତି ଓ ତା ମଧ୍ୟରୁ ୯.୪% (୨୧.୧ ନିୟୁତ ବା ୪୨.୪%) ଲୋକଙ୍କର ରୋଗ ବିଷୟକ କର୍ମ ସୀମିତ ହେବା ଜଣାଯାଇଥିଲା । ଅଧିକ ବୟସ ହେଲେ ଏହି ସଂଖ୍ୟା ବଢ଼ିବା ସମ୍ଭାବନା ଥାଏ । [୩୬]

Remove ads

ଇତିହାସ

ଡାଇନୋସର ଜୀବମାନଙ୍କର ଓଷ୍ଟିଓଆର୍ଥ୍ରାଇଟିସ ହେଉଥିବା ପ୍ରମାଣ ଅଛି, While evidence of primary ankle osteoarthritis has been discovered in dinosaurs,[୩୭] କିନ୍ତୁ ଖ୍ରୀ:ପୂ ୪୫୦୦ରେ ପ୍ରଥମ ମାନବ ଆର୍ଥ୍ରାଇଟିସ ହୋଇଥିବା ଚିହ୍ନ ମିଳିଛି । ଅନ୍ୟ ପୁରାତନ ରିପୋର୍ଟ ଅନୁସାରେ ପ୍ରାକ୍-ଐତିହାସିକ ସମୟରେ ଆର୍ଥ୍ରାଇଟିସ ଏକ ସାଧାରଣ ରୋଗ ହୋଇଥିବା ଜଣାଯାଏ ।[୩୮] ଟେନିସିଓଲାଥେ, କାନ୍‌ସାସ୍ର ସ୍ଥାନୀୟ ଲୋକଙ୍କ ଅସ୍ଥି ଅବଶେଷରେ ଏହି ରୋଗ ଚିହ୍ନ ଦେଖାଯାଇଛି । ଏହି ରୋଗ ହେଉଥିବାର ପ୍ରମାଣ ସାରା ଇତିହାସରେ ମିଳିଛି, ଇଟାଲିଅଷ୍ଟ୍ରିଆ ସୀମାରୁ ଓଟଜିରୁ ମମି (ସିର୍କା ଖ୍ରୀ:ପୂ:୩୦୦୦) ପର୍ଯ୍ୟନ୍ତ ଦେଖାଯାଇଛି । [୩୯]

ସନ ୧୭୧୫ରେ ଉଇଲିଅମ ମସ୍‌ଗ୍ରେଭ୍ ତାଙ୍କର ମହତ୍ତ୍ୱପୂର୍ଣ୍ଣ ପୁସ୍ତକ De arthritide symptomaticaର ଦ୍ୱିତୀୟ ଏଡିସନରେ ଆର୍ଥ୍ରାଇଟିସ ଓ ତାହାର ପ୍ରଭାବ ବିଷୟରେ ଲିପିବଦ୍ଧ କରିଯାଇଛନ୍ତି । [୪୦]

Remove ads

ଅଧିକ ଦେଖନ୍ତୁ

  • Arthritis Care (charity in the UK)
  • Arthritis Foundation (US not-for-profit)
  • Knee arthritis
  • Osteoimmunology

ଆଧାର

ବାହାର ଲିଙ୍କ

Loading related searches...

Wikiwand - on

Seamless Wikipedia browsing. On steroids.

Remove ads