ଟାର୍ଡିଭ ଡିସକାଇନେସିଆ
From Wikipedia, the free encyclopedia
Remove ads
ଟାର୍ଡିଭ ଡିସକାଇନେସିଆ (ଇଂରାଜୀ ଭାଷାରେ Tardive dyskinesia ବା TD) ବେମାରୀରେ ଶରୀରର ଅନିଚ୍ଛାକୃତ ଚଳନ ହୁଏ ।[୧] ମୁହଁର ବିକୃତ ଭଙ୍ଗି, ଜିଭ ବାହାରକୁ ବାହାର ହୋଇଯିବା ଓ ଓଠ କାମୁଡ଼ିବା ଆଦି ହେବା ଦେଖାଯାଏ । [୧] ଅଧିକନ୍ତୁ କୋରିଆ (rapid jerking movements) ଓ ଆଥେଟୋସିସ (slow writhing movements) ରୋଗ ମଧ୍ୟ ହୋଇପାରେ ।[୧] ପ୍ରାୟ ୨୦% ରୋଗୀଙ୍କର କର୍ମ ଶକ୍ତି କମିଯାଏ ।[୩]
ଦୀର୍ଘ କାଳ ଧରି ନିଉରୋଲେପ୍ଟିକ ଔଷଧ ଯେପରିକି ମେଟୋକ୍ଲୋପ୍ରାମାଇଡ (Neuroleptic medication) (antipsychotics, metoclopramide) ଔଷଧ ବ୍ୟବହାର କଲେ ଏହି ରୋଗ ହୁଏ । [୧][୨] ଏହି ଔଷଧ ଗୁଡ଼ିକ ସାଧାରଣତଃ ମାନସିକ ବେମାରୀ ନିମନ୍ତେ ଦିଆଗଲେ ମଧ୍ୟ ପାକଅନ୍ତନଳୀ ବା ସ୍ନାୟୁ ଜନିତ ବେମାରୀ ଗୁଡ଼ିକରେ ଦିଆଯାଇପାରେ ।[୧] ମାସ ମାସ ବା ବର୍ଷ ବର୍ଷ ଧରି ବ୍ୟବହାର କଲାପରେ ଏହି ରୋଗ ବାହାରେ ।[୧][୩] ସମ ଲକ୍ଷଣ ବିଶଷ୍ଟ ଅନ୍ୟାନ୍ୟ ସମ୍ଭାବ୍ୟ ରୋଗଗୁଡ଼ିକର ଅନୁପସ୍ଥିତି ନିଶ୍ଚିତ କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧]
ନିଉରୋଲେପ୍ଟିକ ଔଷଧ ଆବଶ୍ୟକ ସ୍ଥଳେ ଯେତେ ସମ୍ଭବ କମ୍ ମାତ୍ରାରେ ବ୍ୟବହାର କଲେ ଏହି ରୋଗର ପ୍ରତିଷେଧ ସମ୍ଭବ ହୋଇପାରିବ ।[୩] ଏହି ରୋଗର ଚିକିତ୍ସା ଆରମ୍ଭ କଲେ ଯଦି ସମ୍ଭବ ହୁଏ ନିଉରୋଲେପ୍ଟିକ ବନ୍ଦ କରି କ୍ଲୋଜାପିନ (clozapine) ଦିଆଯାଏ ।[୧] ଲକ୍ଷଣ କମ କରିବା ନିମନ୍ତେ ଭାଲବେନାଜିନ (Valbenazine), ଟେଟ୍ରାବେନାଜିନ (tetrabenazine), ବୋଟୁଲିନମ ଟକ୍ସିନ (botulinum toxin) ଆଦି ଔଷଧ ଦିଆଯାଇପାରେ ।[୧][୪] ଔଷଧ ଦେବା ଫଳରେ କେତେକ ରୋଗୀଙ୍କର ଉପଶମ ହୁଏ ଓ ଅନ୍ୟ କେତେକଙ୍କର ଉପଶମ ହୁଏନାହିଁ ।[୧]
ଆଟିପିକାଲ ଆଣ୍ଟିସାଇକୋଟିକ ଦେବା ପରେ (atypical antipsychotics) ଓ ଟିପିକାଲ ଆଣ୍ଟିସାଇକୋଟିକ (typical antipsychotics) ପରେ 30% ଲୋକଙ୍କର ରୋଗ ପୁନର୍ବାର ହୁଏ ।[୫] ବୃଦ୍ଧ ଲୋକଙ୍କର ଏହି ରୋଗ ସଙ୍କଟ ଅଧିକ ଥାଏ । [୩] ସନ ୧୯୬୪ରୁ ଏହି ଟାର୍ଡିଭ ଡିସକାଇନେସିଆ ଶବ୍ଦଟି ବ୍ୟବହାର ହୋଇଆସୁଛି ।[୩]
Remove ads
ଆଧାର
External links
Wikiwand - on
Seamless Wikipedia browsing. On steroids.
Remove ads