ସାଧାରଣ ଆଣ୍ଟିସାଇକୋଟିକ

ଏହା ବିଭିନ୍ନ ପ୍ରକାରର ଆଣ୍ଟିସାଇକୋଟିକ ଔଷଧ ଶ୍ରେଣୀ ମଧ୍ୟରୁ ଗୋଟିଏ । From Wikipedia, the free encyclopedia

ସାଧାରଣ ଆଣ୍ଟିସାଇକୋଟିକ
Remove ads

ସାଧାରଣ ଆଣ୍ଟିସାଇକୋଟିକ ହେଉଛି ବିଭିନ୍ନ ପ୍ରକାରର ଆଣ୍ଟିସାଇକୋଟିକ ଔଷଧ ଶ୍ରେଣୀ ମଧ୍ୟରୁ ଗୋଟିଏ ।[] ସେଗୁଡିକ ମୁଖ୍ୟତଃ ଉତ୍ତେଜନା, ସିଜୋଫ୍ରେନିଆ, ବାଇପୋଲାର ଏବଂ ଅଇ ପାଇଁ ବ୍ୟବହୃତ ହୁଏ ।[] ଅନ୍ୟାନ୍ୟ ବ୍ୟବହାର ମଧ୍ୟରେ ହିକ୍କା ଅନ୍ତର୍ଭୁକ୍ତ ହୋଇପାରେ ।[] ସେଗୁଡିକ ପାଟିରେ ଦିଆଯାଇପାରେ କିମ୍ବା ଇଞ୍ଜେକ୍ସନ ଆକାରରେ ବ୍ୟବହାର କରାପାରେ ।[] ଦୀର୍ଘକାଳୀନ ଇଞ୍ଜେକ୍ସନ ଇତ୍ୟାଦି ମଧ୍ୟ ଉପଲବ୍ଧ ।[]

Quick facts ସାଧାରଣ ଆଣ୍ଟିସାଇକୋଟିକ, Class identifiers ...

ପାର୍ଶ୍ୱ ପ୍ରତିକ୍ରିୟାରେ ଅନିଚ୍ଛାକୃତ ଗତିବିଧି ବେମାରୀ,ଟାର୍ଡିଭ୍ ଡିସକାଇନେସିଆ, ନିଦ୍ରାଳୁ, ନିମ୍ନ ରକ୍ତଚାପ ଏବଂ ଯୌନ ସମସ୍ୟା ହୋଇପାରେ ।[] ଅନ୍ୟାନ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ନିଉରୋଲେପ୍ଟିକ୍ ମାଲିଗାଣ୍ଟ ସିଣ୍ଡ୍ରୋମ ଏବଂ କ୍ୟୁଟି (QT) ବିସ୍ତାର ଅନ୍ତର୍ଭୁକ୍ତ ହୋଇପାରେ ।[] ସେମାନେ ଆଟିପିକାଲ୍ ଆଣ୍ଟିସାଇକୋଟିକ୍ ଅପେକ୍ଷା କମ୍ ଓଜନ ବୃଦ୍ଧି ଏବଂ ମଧୁମେହ ସୃଷ୍ଟି କରନ୍ତି ।[] ଡିମେନ୍ସିଆରେ ମୃତ୍ୟୁ ଆଶଙ୍କା ବଢ଼ିଯାଏ ।[] ଡୋପାମାଇନ୍ ପାଇଁ ମସ୍ତିଷ୍କରେ ଥିବା ରିସେପ୍ଟରଗୁଡ଼ିକୁ ଅବରୋଧ କରି ସେମାନେ କାର୍ଯ୍ୟକ୍ଷମ ହୁଅନ୍ତି ବୋଲି ବିଶ୍ୱାସ କରାଯାଏ ।[]

ସେଗୁଡିକ ପ୍ରଥମେ ୧୯୫୦ ଦଶକରେ କ୍ଲୋରପ୍ରୋମାଜିନ ସହିତ ବିକଶିତ ହୋଇଥିଲା ।[] ସେଗୁଡିକ ଜେନେରିକ ଔଷଧ ଭାବରେ ଉପଲବ୍ଧ ଏବଂ ସାଧାରଣତଃ ଅପେକ୍ଷାକୃତ ଶସ୍ତା ।[] ଦୀର୍ଘକାଳୀନ ଇଞ୍ଜେକ୍ସନ ସୂତ୍ର ଅଧିକ ମହଙ୍ଗା ଅଟେ ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads