ପାଇରାଜିନାମାଇଡ

From Wikipedia, the free encyclopedia

ପାଇରାଜିନାମାଇଡ
Remove ads

ପାଇରାଜିନାମାଇଡ (ଇଂରାଜୀ ଭାଷାରେ Pyrazinamide) ଏକ ଔଷଧ ଯାହା ଯକ୍ଷ୍ମା ରୋଗର ଚିକିତ୍ସାରେ ଦିଆଯାଏ । [] ସକ୍ରିୟ ଯକ୍ଷ୍ମା ନିମନ୍ତେ ପାଇରାଜିନାମାଇଡ, ଆଇସୋନିଆଜିଡ, ରିଫାମ୍ପିସିନ ସ‌ହିତ ସ୍ଟ୍ରେପ୍ଟୋମାଇସିନ (streptomycin) ଅଥବା ଇଥାମ୍ବୁଟଲ ଦିଆଯାଏ । [] ଗୁପ୍ତ ଯକ୍ଷ୍ମା ନିମନ୍ତେ ଏହା ସାଧରାଣତଃ ଦିଆଯାଏନାହିଁ ।[] ଏହି ଔଷଧ ପାଟିରେ ଦିଆଯାଏ । []

Quick facts Clinical data, Trade names ...

ପାଇରାଜିନାମାଇଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଅରୁଚି, ମାଂସପେଶୀ ଯନ୍ତ୍ରଣା ଓ ରାସ ଇତ୍ୟାଦି ଲକ୍ଷଣ ଦେଖାଯାଏ । ଅଧିକ ସଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଗାଉଟ୍, ଯକୃତ ବିଷକ୍ରିୟା (liver toxicity) ଓ ସୂର୍ଯ୍ୟାଲୋକ ସମ୍ବେଦନଶୀଳ ଇତ୍ୟାଦି ହୋଇପାରେ ।[] ଉଲ୍ଲେଖନୀୟ ଯକୃତ ରୋଗପରଫିରିଆ ରୋଗମାନଙ୍କରେ ଏହା ଦେବାକୁ ମନାକରାଯାଏ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ କିନ୍ତୁ ସ୍ତନ୍ୟପାନ ସମୟରେ ଦିଆଯାଇପାରେ ।[] ପାଇରାଜିନାମାଇଡ ଏକ ଆଣ୍ଟିମାଇକୋବ୍ୟାକ୍ଟେରିଆଲ (antimycobacterial) ଶ୍ରେଣୀର ଔଷଧ । ଏହାର କାର୍ଯ୍ୟପ୍ରଣାଳୀ ସ୍ପଷ୍ଟ ଭାବରେ ଜଣାଯାଇନାହିଁ ।[]

ସନ ୧୯୩୬ରେ ପାଇରାଜିନାମାଇଡ ପ୍ରଥମେ ତିଆରି ହୋଇଥିଲା କିନ୍ତୁ ସନ ୧୯୭୨ରୁ ବ‌ହୁଳ ଭାବରେ ବ୍ୟବ‌ହାର ଆରମ୍ଭ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ପାଇରାଜିନାମାଇଡ ଜେନେରିକ ନାମରେ ବିକ୍ରୟ ହୁଏ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର କ୍ରୟ ମୂଲ୍ୟ ୨.୭୬ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର କ୍ରୟ ମୁଲ୍ୟ ପ୍ରାୟ ୧୦୦ରୁ ୨୦୦ ଆମେରିକୀୟ ଡଲାର ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads