ମର୍ଫିନ
From Wikipedia, the free encyclopedia
Remove ads
ମର୍ଫିନ, ଅନେକ ବ୍ୟବସାୟିକ ନାମରେ ବିକ୍ରୟ ହୁଏ ଓ ଏହା ଏକ ଯନ୍ତ୍ରଣା ନିବାରଣକାରୀ ଓପିଏଡ ଔଷଧ । ଏହା ସିଧା ସଳଖ କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ (ସିଏନଏସ) ଉପରେ କାମ କରି ଯନ୍ତ୍ରଣା ଅନୁଭୂତିକୁ କମାଏ । ଏହା ଉଭୟ ଆକ୍ୟୁଟ ଯନ୍ତ୍ରଣା ଓ କ୍ରନିକ ଯନ୍ତ୍ରଣା ନିମନ୍ତେ ବ୍ୟବହାର କରାଯାଏ । ହୃଦଘାତ ଓ ଗର୍ଭ ଶୂଳ କଷ୍ଟ ନିମନ୍ତେ ମଧ୍ୟ ଦିଆଯାଏ । ଏହା ବିଭିନ୍ନ ପଥ ମାଧ୍ୟମରେ ଦେହରେ ପ୍ରବେଶ କରେଇଦିଆଯାଏ, ଯେପରିକି ପାଟି, ମାଂସପେଶୀ, ଚର୍ମତଳେ, ଶିରାରେ, ମେରୁଦଣ୍ଡ ଚାରିପାଖରେ ଥିବା ସ୍ଥାନରେ ଓ ମଳଦ୍ୱାର ଭିତରେ । ଶିରାରେ ଦେବାର ୨0 ମିନିଟ ପରେ ଓ ପାଟିରେ ଦେବାର ୬୦ ମିନିଟ ପରେ ଏହାର ସର୍ଭାଧିକ ପ୍ରଭାବ ହୁଏ[୪] ଓ ଏହାର ପ୍ରଭାବ ୩ରୁ ୭ ଘଣ୍ଟା ପର୍ଯ୍ୟନ୍ତ ରହେ ।[୪][୫] ଦୀର୍ଘକାଳୀନ କାର୍ଯ୍ୟକ୍ଷମ ମର୍ଫିନ ମଧ୍ୟ ମିଳୁଛି । [୪]
ସମ୍ଭାବ୍ୟ ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା:- ଶ୍ୱାସକ୍ରିୟା କମିଯାଏ ଓ ନିମ୍ନ ରକ୍ତଚାପ ହୁଏ । ଏହା ମାନବକୁ ନିଶାଗ୍ରସ୍ତ କରାଏ ଓ ଏହାର ଦୁରୂପଯୋଗ ହୁଏ । ଦୀର୍ଘଦିନର ବ୍ୟବହାର ପରେ ଏହାର ମାତ୍ରା କମେଇଲେ ଓପିଅଏଡ ଉଇଥଡ୍ରୟାଲ ହୁଏ । ସାଧାରଣ ପାର୍ଶ୍ୱପ୍ରତିକ୍ରିୟାରେ ଝୁମା ହୁଏ, ବାନ୍ତି ଓ କୋଷ୍ଠକାଠିନ୍ୟ ହୁଏ । ନବଜାତ ଶିଶୁଙ୍କୁ ପ୍ରଭାବିତ କରୁଥିବାରୁ ମହିଳାମାନଙ୍କୁ ଗର୍ଭାବସ୍ଥାରେ ଓ ସ୍ତନ୍ୟପାନ ସମୟରେ ମର୍ଫିନ ଦେବାବେଳେ ସତର୍କ କରିଦିଆଯାଏ । [୪]
ଫ୍ରିଡ୍ରିକ ସର୍ଟର୍ନର (Friedrich Sertürner) ସନ ୧୮୯୩ ଓ ୧୮୦୫ ମସିହା ମଧ୍ୟରେ ମର୍ଫିନ ପୃଥକୀକରଣ କରିଥିଲେ । [୬] ବିଶ୍ୱାସ କରାଯାଏ ଯେ କୋଣସି ଗଛରୁ ସକ୍ରିୟ ଉପାଦାନ ପୃଥକୀକରଣ କରିବାରେ ଏହା ପ୍ରଥମ ଥିଲା । [୭] ସନ ୧୮୨୭ରେ ମର୍କ Merck ପ୍ରଥମେ ଏହାକୁ ବ୍ୟବସାୟିକ ଭିତ୍ତିରେ କାରବାର କରିଥିଲେ । [୬] ସନ ୧୮୫୩-୧୮୫୫ ମଧ୍ୟରେ ହାଇପୋଡର୍ମିକ ସିରିଞ୍ଜ ଆବିଷ୍କୃତ ହେବା ପରେ ମର୍ଫିନ ବହୁଳ ଭାବରେ ବ୍ୟବହୃତ ହୋଇଥିଲା । [୬][୮] ଗ୍ରୀସ ଦେଶର ନିଦ୍ରା ଦେବତା ମର୍ଫିଅସଙ୍କ ନାମ ଅନୁସାରେ ସର୍ଟର୍ନର ଏହାର ନାମକରଣ ମର୍ଫିନ କରିଥିଲେ । [୮][୯]
ଅଫିମ (ଇଂରାଜୀ ଭାଷାରେ Opium poppy) ଏହାର ପ୍ରଥମିକ ଉତ୍ସ ଯେଉଁଥିରୁ ମର୍ଫିନ ପୃଥକୀକରଣ କରାଯାଏ । [୧୦] ସନ ୨୦୧୩ରେ ୫୨୩,୦୦୦ କିଲୋଗ୍ରାମ ମର୍ଫିନ ତିଆରି କରାଯାଇଥିଲା । [୧୧] ଏଥିରୁ ୪୫, ୦୦୦ କିଲୋଗ୍ରାମ ଯନ୍ତ୍ରଣା ଲାଘବ ନିମନ୍ତେ ବ୍ୟବହୃତ ହୋଇଥିଲା ଯାହା ବିଗତ ୨୦ ବର୍ଷରେ ବ୍ୟବହୃତ ପରିମାଣର ୪ ଗୁଣ । [୧୧] ସେଥିରୁ ଅଧିକାଂଶ ବିକଶିତ ଦେଶମାନଙ୍କରେ ବ୍ୟବହୃତ ହୋଇଥିଲା । [୧୧] ମର୍ଫିନର ୭୦ % ଅନ୍ୟ ଔଷଧ ଯଥା ହାଇଡ୍ରୋମର୍ଫିନ, ଅକ୍ସିକୋଡୋନ, ହିରୋଇନ ଓ ମେଥାଡନ ତିଆରି କରିବା ନିମନ୍ତେ ବ୍ୟବହାର ହୋଇଥିଲା । [୧୧][୧୨][୧୩] ଆମେରିକାରେ ଏହା ସିଡ୍ୟୁଲ ୨ ଔଷଧ,[୧୨] ଇଂଲଣ୍ଡରେ କ୍ଲାସ ଏ[୧୪] ଓ କାନାଡ଼ାରେ ସିଡ୍ୟୁଲ ୧ ଔଷଧ ।[୧୫] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଡେଲ ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ମୂଳ ସ୍ୱାସ୍ଥ୍ୟ ସେବାର ଏକ ମହତ୍ତ୍ୱପୂର୍ଣ୍ଣ ଔଷଧ ଭାବରେ ଏହାର ନାମ ଲିପିବଦ୍ଧ ଅଛି । [୧୬]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads
