ଲୋପେରାମାଇଡ
From Wikipedia, the free encyclopedia
Remove ads
ଲୋପେରାମାଇଡ, ଔଷଧ ଇମୋଡିଅମ ନାମରେ ବିକ୍ରି ହେଲେ ମଧ୍ୟ ଅନେକ ଅନ୍ୟ ନାମରେ ମିଳେ,[୧] ଓ ବାରମ୍ବାର ତରଳ ଝାଡ଼ା ହେଉଥିଲେ ତାହାର ହାର କମେଇବାକୁ ଦିଆଯାଏ ।[୨] ଏହି କାରଣ ନିମନ୍ତେ ଏହା ଅନ୍ୟ ରୋଗ ଯଥା ପାକସ୍ଥଳୀ-ଅନ୍ତନଳୀ ପ୍ରଦାହ, ଇନଫ୍ଲାମେଟରି ବାୱେଲ ଡିଜିଜ, ଓ ସର୍ଟ ବାୱେଲ ସିଣ୍ଡ୍ରୋମ. ଏହା ଝାଡ଼ାରେ ରକ୍ତ ପଡ଼ିଲେ ଦିଆଯାଏ ନାହିଁ । ଏହି ଖାଇବାକୁ ଦିଆଯାଏ ।[୨]
ଏହି ଔଷଧର ମୁଖ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ କୋଷ୍ଠବଦ୍ଧ, ନିଦ୍ରାହାନୀ, ବାନ୍ତି ଓ ଶୁଖିଲା ପାଟି ଉଲ୍ଲେଖଯୋଗ୍ୟ । ଟକ୍ସିକ ମେଗାକୋଲୋନ ହେବା ସଙ୍କଟ ମଧ୍ୟ ରହେ ।[୨] ଗର୍ଭାବସ୍ଥାରେ ଏହି ଔଷଧ ପ୍ରୟୋଗର ନିରାପତ୍ତା ଯଦିଓ ସନ୍ଦେହଜନକ ତେବେ କୌଣସି କ୍ଷତି ହେବାର ପ୍ରମାଣ ମିଳିନାହିଁ ।[୩] ଏହା ସ୍ତନ୍ୟପାନ ସମୟରେ ଦେଲେ ନିରାପଦ ।[୪] ଏହା ଏକ ପ୍ରକାର ଓପିଅଏଡ (opioid) ଯାହା ଅବଶୋଷିତ ହୋଇପାରେ ନାହିଁ ।[୫] ଅନ୍ତନଳୀର ସଙ୍କୋଚନ ଧୀର କରିଦିଏ ।[୨]
ଲୋପେରାମାଇଡ ସନ ୧୯୬୯ରେ ପ୍ରଥମେ ତିଆରି ହୋଇଥିଲା ଓ ଚିକିତ୍ସାରେ ସନ ୧୯୭୬ରେ ବ୍ୟବହୃତ ହୋଇଥିଲା ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ଦାମିକା ନୁହେଁ ।[୨][୮] ଏହାର ହୋଲସେଲ ମୂଲ୍ୟ ଏକ ଡୋଜ ପିଛା ପ୍ରାୟ ୦.୦୦୪ରୁ ୦.୦୪ ଆମେରିକୀୟ ଡଲାର ।[୯] ଆମେରିକାରେ ଏହାର ଡୋଜ ପିଛା ମୂଲ୍ୟ ୦.୨୦ ଆମେରିକୀୟ ଡଲାର ।[୨]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads
