ସର୍ବନିମ୍ନ ପରିବର୍ତ୍ତନ ରୋଗ

ସର୍ବନିମ୍ନ ପରିବର୍ତ୍ତନ ରୋଗ ହେଉଛି ଏକ ପ୍ରକାର ବୃକ୍‌କ ରୋଗ ଯେଉଁଥିରେ ରୋଗୀ ମୂତ୍ରରେ ଉଲ୍ଲେଖନୀୟ ପରିମାଣର ପ From Wikipedia, the free encyclopedia

ସର୍ବନିମ୍ନ ପରିବର୍ତ୍ତନ ରୋଗ
Remove ads

ସର୍ବନିମ୍ନ ପରିବର୍ତ୍ତନ ରୋଗ (ଇଂରାଜୀ ଭାଷାରେ Minimal change disease/ MCD ) ହେଉଛି ଏକ ପ୍ରକାର ବୃକ୍‌କ ରୋଗ ଯେଉଁଥିରେ ରୋଗୀ ମୂତ୍ରରେ ଉଲ୍ଲେଖନୀୟ ପରିମାଣର ପ୍ରୋଟିନ ବା ପୁଷ୍ଟିସାର ଥାଏ କିନ୍ତୁ ବୃକ୍‌କ‌ ବାୟୋପ୍ସିକୁ ଅଣୁବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କରାଯିବାବେଳେ ଅପେକ୍ଷାକୃତ ସାଧାରଣ ବୃକ୍‌କ ଥିବା ଦେଖାଯାଏ | [] ଏହାର ଲକ୍ଷଣ ମଧ୍ୟରେ ଫୁଲା ଏବଂ ଫେଣ‌ଯୁକ୍ତ ମୂତ୍ର ତ୍ୟାଗ ହେଉଥିବା ଦେଖାଯାଏ | [] ରୋଗ ଜଟିଳ ହେଲେ ରକ୍ତ ଜମାଟ ବାନ୍ଧିଯାଏ, ସଂକ୍ରମଣ, ନିର୍ଜଳନ ଏବଂ ଉଚ୍ଚ ରକ୍ତ କୋଲେଷ୍ଟେରଲ ଥାଏ । [] [] ବୃକ୍‌କ ବିଫଳତା ବିରଳ ଅଟେ | []

Quick facts Minimal change disease, ବିଭାଗ ...

ଏହାର କାରଣ ସାଧାରଣତଃ ଜଣା ପଡ଼ିନାହିଁ | [] [] ଏହା ସଂକ୍ରମଣ କିମ୍ବା ଆଲର୍ଜି ପ୍ରତିକ୍ରିୟାଦ୍ୱାରା ସକ୍ରିୟ ହୋଇପାରେ । [] ବୃକ୍‌କରରେ ଥିବା ଗ୍ଲୋମେରୁଲସରେ କ୍ଷତି ହେବା ଯୋଗୁ ଏହି ରୋଗ ହୋଇପାରେ | [] ସାଧାରଣତଃ ଲକ୍ଷଣ ସ‌ହିତ ମୂତ୍ର ପରୀକ୍ଷା ଏବଂ ଲ୍ୟାବ ପରୀକ୍ଷା ଫଳ ଉପରେ ଆଧାରିତ କରି ରୋଗ ନିର୍ଣ୍ଣୟ କରାଯାଏ | [] ଯଦି ତ‌ଥାପି ରୋଗ ନିର୍ଣ୍ଣୟ ଅସ୍ପଷ୍ଟ ଥାଏ, ତେବେ ବୃକ୍‌କ ବାୟୋପ୍ସି ଉପଯୋଗୀ ହୋଇପାରେ। []

ସାଇକ୍ଲୋଫସଫାମାଇଡ କିମ୍ବା ସାଇକ୍ଲୋସ୍ପୋରିନ୍ ଦେଇ ଚିକିତ୍ସା କରାଯାଏ । [] ଏସିଇ ଇନହିବିଟର ବା କ୍ୟାଲସିଅମ ଚ୍ୟାନେଲ ବ୍ଲକର ଦେଇ ଉଚ୍ଚ ରକ୍ତଚାପ ପରିଚାଳନା କରାଯାଇପାରେ | [] ଏକ ନିମ୍ନ ଲବଣ ଯୁକ୍ତ ଖାଦ୍ୟ ଏବଂ ଡାଇୟୁରେଟିକସ ଦେଇ ଫୁଲା ନିୟନ୍ତ୍ରଣ କରାଯାଏ । []ସମସ୍ତ ବୟସରେ ଫଳାଫଳ ପ୍ରାୟ ଭଲ ରହେ । [] ପ୍ରାୟ ୮୦%ରୁ ଅଧିକ ବୟସ୍କଙ୍କର ଏହି ରୋଗ ଚିକିତ୍ସା ସହିତ ଉପଶମ ହୋଇଯାଏ । []

ବର୍ଷକୁ ପ୍ରାୟ ୨୦,୦୦୦ ପିଲାଙ୍କ ମଧ୍ୟରୁ ଜଣେ ଏହି ରୋଗଦ୍ୱାରା ପ୍ରଭାବିତ ହୋଇଥାଏ | [] ସାଧାରଣତଃ ୨ରୁ ୩ ବର୍ଷ ବୟସର ପିଲାଙ୍କ ମଧ୍ୟରେ ଏହା ଅଧିକ ଦେଖାଯାଏ | [] ପିଲାମାନଙ୍କଠାରେ ପୁରୁଷମାଙ୍କ ଅପେକ୍ଷା ମହିଳାମାନେ ଅପେକ୍ଷା ଅଧିକ ପ୍ରଭାବିତ ହୁଅନ୍ତି। [] ବୟସ୍କମାନଙ୍କଠାରେ ଏହା ଏକ ଅଭାବନୀୟ ଘଟଣା। [] ପିଲାଙ୍କର ହେଉଥିବା ନେଫ୍ରୋଟିକ୍ ସିଣ୍ଡ୍ରୋମର ସବୁଠାରୁ ସାଧାରଣ କାରଣ ଏହି ରୋଗ ହୋଇଥାଏ ଏବଂ ବୟସ୍କମାନଙ୍କ କ୍ଷେତ୍ରରେ ୧୦ରୁ ୨୫% ମାମଲା ଏଥିପାଇଁ ଦାୟୀ ହୁଅନ୍ତି | [] [] ଏହି ରୋଗ ପ୍ରଥମେ ୧୯୧୩ ମସିହାରେ ମଙ୍କ ବର୍ଣ୍ଣନା କରିଥିଲେ । []

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads