ସ୍ୱତଃ ଗର୍ଭପାତ

From Wikipedia, the free encyclopedia

ସ୍ୱତଃ ଗର୍ଭପାତ
Remove ads

ସ୍ୱତଃ ଗର୍ଭପାତ, (en|ଇଂରାଜୀରେ Miscarriage, ବା spontaneous abortion ବା pregnancy loss), କୁହାଯାଏ ଯେତେବେଳେ ଗର୍ଭସ୍ଥ ଭୃଣର/ଫିଟସର ନିଜସ୍ୱ ଜୀବନ ନିର୍ବାହ ଶକ୍ତି ପାଇବା ପୂର୍ବରୁ ପ୍ରାକୃତିକ ମୃତ୍ୟୁ ହୁଏ ।[][] ଗର୍ଭ ୨୦ ସପ୍ତାହ ହେବା ପର୍ଯ୍ୟନ୍ତ ଏହି ମୃତ୍ୟୁ ହେଲେ ସ୍ୱତଃ ଗର୍ଭପାତ ଓ ଏହା ପରେ ହେଲେ ସ୍ଟିଲ ବାର୍ଥ କୁହାଯାଏ ।[] ଯୋନୀପଥରୁ ରକ୍ତସ୍ରାବ ଏହାର ମୂଖ୍ୟ ଲକ୍ଷଣ । [] ଏହା ଯନ୍ତ୍ରଣାଦାୟକ ହୋଇପାରେ ବା ନ ହୋଇପାରେ ।[] ଯୋନୀପଥରୁ ମୁଣ୍ଡାରକ୍ତ ଓ ତନ୍ତୁ ନିର୍ଗତ ହୁଏ । [] ବିଷାଦ, ଉତ୍କଣ୍ଠା ଓ ଅପରାଧୀ ଭଳି ଭାବନା ହୋଇପାରେ । []

Quick facts ସ୍ୱତଃ ଗର୍ଭପାତ, ବିଭାଗ ...

ସ୍ୱତଃ ଗର୍ଭପାତ କେତେକ ସଙ୍କଟଦାୟକ ଅବସ୍ଥା ଥିଲେ ହୁଏ ଯଥା :- ବୟସ୍କ ପିତାମାତା, ପୂର୍ବ ସ୍ୱତଃ ଗର୍ଭପାତ ଇତିହାସ, ଧୁମ୍ରପାନ, ମୋଟାପଣ, ଡାଏବେଟିସ ଓ ନିଶା ସେବନ ତ‌ଥା ମଦ୍ୟପାନ ।[][] ୩୫ ବର୍ଷ ପୂର୍ବରୁ ସ୍ୱତଃ ଗର୍ଭପାତ ସଙ୍କଟ ୧୦ %, ୪୦ ବର୍ଷ ବୟସ ପରେ ଏହା ୪୫ % ହୁଏ । [] ବୟସ ୩୦ ପରେ ସଙ୍କଟ ବଢ଼ିଯାଏ । [] ପ୍ରଥମ ତ୍ରୈମାସିକରେ ୮୦ % ସ୍ୱତଃ ଗର୍ଭପାତ ହୁଏ । ଏହାର ଅନ୍ତର୍ନିହିତ କାରଣ ମଧ୍ୟରେ ଅସ୍ୱାଭାବିକ କ୍ରୋମୋଜୋମ ସଂପୃକ୍ତ ଥାଏ । ସମାନ ଲକ୍ଷଣ ଥିବା ଅନ୍ୟ ରୋଗମାନଙ୍କ ନାମ ଏକ୍ଟୋପିକ ପ୍ରେଗନାନସିଇମ୍ପ୍ଲାଣ୍ଟେସନ ବ୍ଲିଡିଙ୍ଗ[] ଜରାୟୁ ମୁଖ ଖୋଲା ବା ବନ୍ଦ ଅଛି, ରକ୍ତରେ ହ୍ୟୁମାନ କୋରିଓନିକ ଗୋନାଡ଼ୋଟ୍ରଫିନ (ଏଚସିଜି) ଉପସ୍ଥିତି ଓ ଅଲଟ୍ରାସାଉଣ୍ଡ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । []

ଉତ୍ତମ ପ୍ରିନାଟାଲ ଯତ୍ନ ସ୍ୱତଃ ଗର୍ଭପାତର ପ୍ରତିଷେଧ କାମ କରେ । ନିଶା ଦ୍ରବ୍ୟ ଓ ମଦ୍ୟ ପରିତ୍ୟାଗ, ସଂକ୍ରମଣ ନ ହେବା ନିମନ୍ତେ ଯତ୍ନ ଓ ରାଡିଏସନଠାରୁ ଦୂରରେ ରହିଲେ ପ୍ରତିଷେଧ କାମ କରେ । [] କୌଣସି ନିଧାର୍ଯ୍ୟ ଚିକିତ୍ସା ପ୍ରଥମ ୭ରୁ ୧୪ ଦିନ ମଧ୍ୟରେ ଆବଶ୍ୟକ ହୁଏ ନାହିଁ ।[][] ଅଧିକାଂଶ ମହିଳା ବିନା ଚିକିତ୍ସାରେ ରହ‌ନ୍ତି ।[] ବେଳେ ବେଳେ ମିସୋପ୍ରୋସ୍ଟୋଲ ଔଷଧ ଦିଆଯାଏ ଓ ଜରାୟୁରେ ରହିଯାଇଥିବା ପଦାର୍ଥ ଡାଇଲାଟେସନ ଓ କ୍ୟୁରେଟେଜ (ଡିସି) ଅପରେଶନ କରି ବାହାର କରିଦିଆଯାଏ । [] ଆର ଏଚ ନେଗେଟିଭ ଥିବା ମହିଳା [[ଆର ଏଚ ଓ (ଡି) ଇମ୍ମ୍ୟନ‌ଗ୍ଲୋବ୍ୟୁଲିନ}} ଆବଶ୍ୟକ କରନ୍ତି । [] ଯନ୍ତ୍ରଣାଦୂରକାରୀ ଔଷଧ ଓ ସ‌ହାନୁଭୁତି ଉପକାରୀ ସାବ୍ୟସ୍ତ ହୁଏ । []

ପ୍ରାକ୍ ଗର୍ଭାବସ୍ଥାର ସର୍ବାଧିକ ଜଟିଳ ସମସ୍ୟା ହେଉଛି ସ୍ୱତଃ ଗର୍ଭପାତ । [୧୦] ନିଜର ଗର୍ଭ ଥିବା ଜାଣିଥିବା ମହିଳାଙ୍କର ସ୍ୱତଃ ଗର୍ଭପାତ ହାର ୧୦ %ରୁ ୨୦ % ଓ ସମସ୍ତ ଗର୍ଭିଣି ମହିଳାଙ୍କର ଏହି ହାର ୩୦ %ରୁ ୫୦ % । [][] ପ୍ରାୟ ୫ % ମହିଳାଙ୍କର କ୍ରମାନ୍ୱୟରେ ଦୁଇଟି ସ୍ୱତଃ ଗର୍ଭପାତ ହୁଏ । [୧୧]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads