ଅକ୍ଷୟ ମହାନ୍ତି
ଓଡ଼ିଆ ସଙ୍ଗୀତଜ୍ଞ, ଗାୟକ / From Wikipedia, the free encyclopedia
ଅକ୍ଷୟ ମହାନ୍ତି (ଖୋକା ଭାଇ ନାମରେ ମଧ୍ୟ ଜଣା, ୧୨ ଅକ୍ଟୋବର ୧୯୩୬ – ୧୭ ନଭେମ୍ବର ୨୦୦୨)[3] କଟକଠାରେ ଜନ୍ମିତ ଜଣେ ଓଡ଼ିଆ ଗାୟକ, ସଙ୍ଗୀତଜ୍ଞ,[4], ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ ଥିଲେ । ସେ ଓଡ଼ିଆ କଥାଚିତ୍ର, ପଲ୍ଲୀଗୀତ, ଭଜନମାନଙ୍କରେ କଣ୍ଠଦାନ କରିଛନ୍ତି, ତାଙ୍କୁ ଓଡ଼ିଆ ଆଧୁନିକ ଓ ସୁଗମ ସଙ୍ଗୀତର ଜନ୍ମଦାତା ବୋଲି କୁହାଯାଇଥାଏ । ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ନେଇ ସେ ସଙ୍ଗୀତ ସଂଯୋଜନା କରିଛନ୍ତି ।
Quick Facts ଅକ୍ଷୟ ମହାନ୍ତି, ଜନ୍ମ ...
ଅକ୍ଷୟ ମହାନ୍ତି | |
---|---|
ଜନ୍ମ | ଅକ୍ଷୟ କୁମାର ମହାନ୍ତି (1936-10-12)୧୨ ଅକ୍ଟୋବର ୧୯୩୬ କଟକ, ଓଡ଼ିଶା |
ମୃତ୍ୟୁ | ୧୭ ନଭେମ୍ବର ୨୦୦୨(2002-11-17) (ବୟସ ୬୬) କଟକ |
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ଖୋକା ଭାଇ |
ଶିକ୍ଷା | ସ୍ନାତକ (ଗଣିତ, ଆଇନ)[1] |
ଶିକ୍ଷାନୁଷ୍ଠାନ | ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ, ମଧୁସୂଦନ ଆଇନ ମହାବିଦ୍ୟାଳୟ |
ପ୍ରସିଦ୍ଧି | ଓଡ଼ିଆ ଗାୟକ ଓ ସଙ୍ଗୀତକାର |
ବୈବାହିକ-ସାଥୀ | ପ୍ରବୀଣା ମହାନ୍ତି |
ସନ୍ତାନ | ଚିତ୍ରଭାନୁ ମହାନ୍ତି |
ପିତାମାତା(s) | ବିଚିତ୍ରାନନ୍ଦ ମହାନ୍ତି ସୁବର୍ଣ୍ଣ ମଞ୍ଜରୀ ଦେବୀ |
ସମ୍ପର୍କୀୟ | ଦେବୀପ୍ରସନ୍ନ ପଟ୍ଟନାୟକ (ଭିଣୋଇ) ହେମନ୍ତ ଦାସ (ମାମୁ ପୁଅ ଭାଇ)[2] |
ଦସ୍ତଖତ | |
Close