ଆଠମଲ୍ଲିକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ / From Wikipedia, the free encyclopedia
ଆଠମଲ୍ଲିକ (କ୍ରମିକ ସଂଖ୍ୟା: ୬୩) ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଆଠମଲ୍ଲିକ (ବି), ଆଠମଲ୍ଲିକ ବ୍ଳକ, କିଶୋରନଗର ବ୍ଳକ ଓ ଅନୁଗୋଳ ବ୍ଳକର କିଛି ଅଞ୍ଚଳ ।[2][3]
Quick Facts ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ...
ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୭୮,୪୦୪ |
ଜିଲ୍ଲା: | ଅନୁଗୋଳ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ସମ୍ବଲପୁର |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | ୫୪ |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
Close
ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ଚନ୍ଦ୍ର ସାଇ ବିଜେପି ପ୍ରାର୍ଥୀ ଭାଗିରଥି ପ୍ରଧାନଙ୍କଠାରୁ ୪୭,୧୮୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।[4]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସଞ୍ଜୀବ କୁମାର ସାହୁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର କୁମାର ପ୍ରଧାନଙ୍କଠାରୁ ୧୯୫୩୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।[5]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସଞ୍ଜୀବ କୁମାର ସାହୁ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମୌସୁମି ପ୍ରଧାନଙ୍କଠାରୁ ୧୮,୯୮୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[6]