ଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ / From Wikipedia, the free encyclopedia
ଆନନ୍ଦପୁର (କ୍ରମିକ ସଂଖ୍ୟା: ୨୨) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଆନନ୍ଦପୁର (ପୌ), ହାଟଡିହି ବ୍ଳକ ଓ ଆନନ୍ଦପୁର ବ୍ଳକର କିଛି ଅଂଶ ।[2][3]
Quick Facts ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ...
ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୯,୭୨୪ |
ଜିଲ୍ଲା: | କେନ୍ଦୁଝର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କେନ୍ଦୁଝର |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୧ |
Close
ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଭାଗିରଥୀ ସେଠୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନାଙ୍କଠାରୁ ୪୪,୧୯୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।[4]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମାୟାଧର ଜେନା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନାଙ୍କଠାରୁ ୨୨୨୨୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଭାଗିରଥୀ ସେଠୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନାଙ୍କଠାରୁ ୨୩,୮୦୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[6]