ଆନାଫାଇଲାକ୍ସିସ
From Wikipedia, the free encyclopedia
ଆନାଫାଇଲାକ୍ସିସ ଏକ ସାଂଘାତିକ ଆଲର୍ଜି ପ୍ରତିକ୍ରିୟା ଯାହା ଚଞ୍ଚଳ ଆରମ୍ଭ ହୁଏ ଓ ଏଥି ଯୋଗୁ ମୃତ୍ୟୁ ମଧ୍ୟ ହୋଇପାରେ । [1][2] ସ୍ୱାଭାବିକ ଭାବରେ ଏହା ଏକାଧିକ ଲକ୍ଷଣ ପ୍ରକାଶ କରେ ଯଥା:- ଗଲୁକାରୀ ରାସ୍, ଜିଭ ଓ ଗଳା ଫୁଲିଯିବା, ଛୋଟ ଛୋଟ ଶ୍ୱାସକ୍ରିୟା, ବାନ୍ତି, ମୁଣ୍ଡ ହାଲୁକା ଲାଗିବା ଓ ନିମ୍ନ ରକ୍ତଚାପ । ଏହି ଲକ୍ଷଣ କିଛି ମିନିଟରୁ କିଛି ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ । [3]
ଆନାଫାଇଲାକ୍ସିସ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Allergy and immunology |
ଆଇସିଡ଼ି-୧୦ | T78.2 |
ଆଇସିଡ଼ି-୯-ସିଏମ୍ | 995.0 |
ରୋଗ ଡାଟାବେସ | 29153 |
ମେଡ଼ିସିନ-ପ୍ଲସ | 000844 |
ଇ-ମେଡ଼ିସିନ | med/128 |
MeSH | D000707 |
ଏହି ରୋଗ ସାଧାରଣତଃ ପୋକ କାମୁଡ଼ା ଓ ନାହୁଡ଼ ମରା, ଖାଦ୍ୟ ଓ ଔଷଧ ପ୍ରତିକ୍ରିୟା ଯୋଗୁ ହୁଏ । ବ୍ୟାୟାମ ଓ ଲେଟେକ୍ସ ସଂସ୍ପର୍ଷ ଯୋଗୁ ମଧ୍ୟ ଏହା ହୁଏ । କୌଣସି ନିର୍ଦ୍ଦିଷ୍ଟ କାରଣ ନ ଥାଇ ମଧ୍ୟ ଏହା ହୋଇପାରେ ।[3] ଇମ୍ମ୍ୟୁନୋଲୋଜିକ ବା ଅଣ-ଇମ୍ମ୍ୟୁନୋଲୋଜିକ ପ୍ରଣାଳୀରେ କେତେକ ଶ୍ୱେତ ରକ୍ତ କଣିକାରୁ ନିର୍ଗତ ମେଡିଏଟର ଯୋଗୁ ଏହି ରୋଗ ହୁଏ ।[4] ଆଲର୍ଜେନ ସଂସ୍ପର୍ଷରେ ଆସିବା ପରେ ଉପସ୍ଥାପିତ ଲକ୍ଷଣ ଓ ଚିହ୍ନ ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ ।[3]
ଏହି ରୋଗରେ ସର୍ବ ପ୍ରଥମେ ମାଂସପେଶୀରେ ଏପିନେଫ୍ରିନ ଇଞ୍ଜେକସନ ଦିଆଯାଏ, ଶିରାଭ୍ୟନ୍ତର ତରଳ ପଦାର୍ଥ ଦିଆଯାଏ ଓ ସଳଖ ଭାବରେ ରୋଗୀକୁ ରଖାଯାଏ । [3][5] ଅଧିକ ଏପିନେଫ୍ରିନ ଡୋଜ ମଧ୍ୟ ଆବଶ୍ୟକ ହୋଇପାରେ । ଆଣ୍ଟିହିସ୍ଟାମିନ, ଓ ସ୍ଟିରଏଡ ମଧ୍ୟ ଏହା ସହିତ ଦେବାକୁ ପଡ଼େ । ଆନାଫାଇଲାକ୍ସିସ ଇତିହାସ ଥିଲେ ବେମାରୀର କାରଣ ଖୋଜିବାକୁ ହୁଏ ଓ ଏପିନେଫ୍ରିନ ଅଟୋଇଞ୍ଜେକ୍ଟର ଦିଆଯାଏ ।[3]
ପୃଥିବୀର ୦.୦୫–୨% ଲୋକଙ୍କୁ ଜୀବନର ଯେ କୌଣସି ସମୟରେ ଏହି ରୋଗ ହୁଏ । ଏହି ରୋଗ ହାର ବଢ଼ିବା ଦେଖାଯାଉଛି ।[6] ଯୁବା ବୟସରେ ଓ ମହିଳାମାନଙ୍କଠାରେ ଏହା ଅଧିକ ଦେଖାଯାଏ ।[5][7] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଯୋଗୁ ଆଡମିସନ ହେଉଥିବା ରୋଗୀଙ୍କ ମଧ୍ୟରୁ ୦.୩% ମୃତ୍ୟୁ ବରଣ କରନ୍ତି ।[8] ଏହି ଆନାଫାଇଲାକ୍ସିସ ଶବ୍ଦଟି ପ୍ରାଚୀନ ଗ୍ରୀକ ଶବ୍ଦ: ἀνά ଆନା ଅର୍ଥ "ବିରୁଦ୍ଧରେ" ଓ ପ୍ରାଚୀନ ଗ୍ରୀକ ଶବ୍ଦ: φύλαξις ଫାଇଲାକ୍ସିସ ଅର୍ଥ "ସୁରକ୍ଷା" ଆସିଛି ।[9]