ଆର୍ତ୍ତବଲ୍ଲଭ ମହାନ୍ତି
ଭାରତୀୟ ଲେଖକ ଓ ଶିକ୍ଷାବିତ / From Wikipedia, the free encyclopedia
ଆର୍ତ୍ତବଲ୍ଲଭ ମହାନ୍ତି (୩୦ ଜୁଲାଇ ୧୮୮୭–୩୦ ସେପ୍ଟେମ୍ବର ୧୯୬୩) ଜଣେ ଓଡ଼ିଆ ଲେଖକ, ଶିକ୍ଷାବିତ୍ ଓ ପ୍ରଫେସର ଥିଲେ ।[1][2] ସେ ପ୍ରାଚୀ ସମିତିର ପ୍ରତିଷ୍ଠାତା ଥିଲେ । [3] ପୁରାତନ ଓଡ଼ିଆ ରଚନାବଳୀରେ ଥିବା ଶୁଦ୍ଧ ସଂସ୍କରଣର ଅଭାବ ଦେଖି ସେ ନିଜେ ଅନେକ ପୋଥି ପଢ଼ି ଓ ଗବେଷଣା କରି ବିଦଗ୍ଧ ଚିନ୍ତାମଣି, ମଥୁରା ମଙ୍ଗଳ ସମେତ ଅନ୍ୟାନ୍ୟ ଗ୍ରନ୍ଥର ଶୁଦ୍ଧ ସଂସ୍କରଣ ପ୍ରାଚୀ ସମିତିଦ୍ୱାରା ପ୍ରକାଶ କରିଥିଲେ । ପରବର୍ତ୍ତୀ ସମୟରେ ପ୍ରାଚୀ ସମିତି ତାହାର ପ୍ରକାଶିତ ଅନେକ ପୁରୁଣା ଗ୍ରନ୍ଥ ଓ ତାଳପତ୍ର ପୋଥିଗୁଡ଼ିକ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଅର୍ପଣ କରିଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟ ଏଗୁଡ଼ିକୁ ପ୍ରାଚୀ ଗ୍ରନ୍ଥମାଳା ନାମରେ ପ୍ରକାଶିତ କରିଥିଲା ।[4] ଭାରତ ସରକାର ତାଙ୍କୁ ୧୯୬୦ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲା ।[5] ଏହା ପୂର୍ବରୁ ସେ ୧୯୩୨ରେ ରାୟ ସାହେବ ଓ ୧୯୪୩ରେ ରାୟ ବାହାଦୁରରେ ଉପାଧୀ ମଧ୍ୟ ପାଇଥିଲେ ।
Quick Facts ଆର୍ତ୍ତବଲ୍ଲଭ ମହାନ୍ତି, ଜନ୍ମ ...
ଆର୍ତ୍ତବଲ୍ଲଭ ମହାନ୍ତି | |
---|---|
ଜନ୍ମ | ୩୦ ଜୁଲାଇ ୧୮୮୭ କଟକ |
ମୃତ୍ୟୁ | ୩୦ ସେପ୍ଟେମ୍ବର ୧୯୬୩ (ବୟସ ୭୬) |
ଶିକ୍ଷାନୁଷ୍ଠାନ |
|
ବୃତ୍ତି | ଲେଖକ, ସାହିତ୍ୟ ସମାଲୋଚକ |
ନିଯୁକ୍ତିଦାତା | |
କାର୍ଯ୍ୟ | ପ୍ରାଚୀ ସମିତି |
ପୁରସ୍କାର |
|
ଉପାଧୀ | ରାୟ ବାହାଦୁର |
Close