ଭାରତୀୟ ଭାଷାବିଜ୍ଞାନ ଗବେଷଣା ସଂଗଠନ From Wikipedia, the free encyclopedia
କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନ(Central Institute of Indian languages) ୧୯୬୯ ମସିହା ଜୁଲାଇ ୧୭ ତାରିଖରେ କର୍ଣାଟକର ମହିଶୁରଠାରେ[1] ପ୍ରତିଷ୍ଠା କରାଯାଇଥିଲା । ଏହାର ପ୍ରାଣପ୍ରତିଷ୍ଠାତା ହେଉଛନ୍ତି ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ମନ୍ତ୍ରାଳୟ ଅଧିନସ୍ଥ ଏହି ଅନୁଷ୍ଠାନ, ପ୍ରାଥମିକ ଅବସ୍ଥାରେ ଭାରତୀୟ ଭାଷାଗୁଡ଼ିକ ମଧ୍ୟରେ ସମନ୍ୱୟ ସ୍ଥାପନା ଉଦ୍ଦେଶ୍ୟରେ ଗଠିତ ହୋଇଥିଲା ।[2] ଫଳସ୍ୱରୂପ ଭାରତର ସଂବିଧାନ ସ୍ୱୀକୃତ କେତୋଟି ଭାଷାକୁ ହାଇସ୍କୁଲ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଥିଲା । ପ୍ରଥମ କରି ୨୦୦୭-୨୦୦୮ ବର୍ଷରେ ଭାଷା, ସାହିତ୍ୟ ଓ ସଂସ୍କୃତି ଆଦି ଗବେଷକମାନଙ୍କ ପାଇଁ ପ୍ରଶିକ୍ଷଣ ନେବାର ସୁଯୋଗ ସୃଷ୍ଟି କରାଯାଇଥିଲା;କିନ୍ତୁ ଦୁଇ ବର୍ଷ ହେବ ଗବେଷକମାନଙ୍କ ପାଇଁ ଭାଷାଶିକ୍ଷାର ସୁଯୋଗ ଆଉ ନାହିଁ । ଭାଷା ପ୍ରଶିକ୍ଷଣ ଦେବା ପାଇଁ ଏହି ଅନୁଷ୍ଠାନର ସାରା ଭାରତରେ ସାତଟି ଆଞ୍ଚଳିକ କେନ୍ଦ୍ର ରହିଛି। । ଭୁବନେଶ୍ୱରର ଲକ୍ଷ୍ମୀସାଗରରେ ଏକ ଆଞ୍ଚଳିକ କେନ୍ଦ୍ର ରହିଛି; ଯେଉଁଠି ଓଡ଼ିଆ ଭାଷା ସମେତ ବାଂଲା,ସାଂତାଳୀ ଓ ମୈଥିଳୀ ଭାଷା ପ୍ରଶିକ୍ଷଣ ନେବାର ସୁବିଧା ରହିଛି ।
ଏହି ଅନୁଷ୍ଠାନର ମୁଖ୍ୟକାର୍ଯାଳୟ ମହିଶୁରରେ ଭାଷା ପ୍ରଶିକ୍ଷଣ ସହିତ ବିଭିନ୍ନ ଭାଷାମୂଳକ ଗବେଷଣାମାନ ଚାଲୁଛି । କଂପ୍ୟୁଟର ଉପଯୋଗୀ ଭାଷା ଗବେଷଣାପାଇଁ ଏଲ୍.ଡି.ସି.-ଆଇ.ଏଲ୍ (LDC-IL)ବିଭାଗ ଓ ଅନୁବାଦ ବିଷୟକ କାମ ବା ଗବେଷଣା ପାଇଁ ରାଷ୍ଟ୍ରୀୟ ଅନୁବାଦ ମିଶନ୍ କାର୍ଯ୍ୟ କରୁଛି । ଏହି ଦୁଇଟି ବିଭାଗରେ କେତେଜଣ ଓଡ଼ିଆ କାର୍ଯ୍ୟ କରୁଛନ୍ତି । ଏହା ବ୍ୟତୀତ ଏନ୍.ଟି.ଏସ୍ ଓ ଏସ୍.ପି.ପି. ଏଲ୍. ବିଭାଗ ମଧ୍ୟ ରହିଛି ।
ଭାରତର ବିଭିନ୍ନ ଗବେଷଣାମୂଳକ ବହି କିଣା ଓ ଛପେଇବା ଏପରିକି ଛୋଟ ଛୋଟ ପତ୍ରିକା ଓ ସଂପାନ/ ସେମିନାର ଆଦି କରିବା ପାଇଁ ଏହି ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ଆର୍ଥିକ ସହାୟତା ଦିଆଯ଼ାଏ । ଓଡ଼ିଆ ଭାଷାଭାଷୀ ଲୋକେ ମଧ୍ୟ ଏଥିପାଇଁ ଆବେଦନ କରୁଛନ୍ତି । ଏହି ଅନୁଷ୍ଠାନରେ ଏକ ବିଶାଳ ପାଠାଗାର ଅଛି । ବିଭିନ୍ନ ଭାଷା ପୁସ୍ତକରେ ଭରା ଏହି ପାଠାଗାର ବିଶେଷ କରି ଭାଷା ଗବେଷଣା ପାଇଁ ଏହା ବହୁ ସୁଯୋଗ ସୃଷ୍ଟି କରିଛି । ଭାଷା ଗବେଷଣା ପାଇଁ ଏମିତିକା ପାଠାଗାର ବୋଧହୁଏ ଭାରତରେ ଆଉ କେଉଁଠି ନାହି !
ଏହି ଅନୁଷ୍ଠାନ ଅଧିନରେ ସାତଟି ଅନ୍ୟ ଅନୁଷ୍ଠାନ କାର୍ଯ୍ୟରତ । ସେଗୁଡିକ :
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.