କୋଣାର୍କ
ଓଡ଼ିଶା ର ଏକ ସହର / From Wikipedia, the free encyclopedia
କୋଣାର୍କ ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ଏକ ଛୋଟ ସହର । ଏଠାରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ସ୍ଥାପିତ ସୂର୍ଯ୍ୟ ମନ୍ଦିର ଅବସ୍ଥିତ । ପୁରୀ ସହରଠାରୁ ୩୨ କି.ମି. ଦୂରତାରେ ବଙ୍ଗୋପସାଗର କୂଳରେ ଅବସ୍ଥିତ । ଏହା ସ୍ୱର୍ଣ୍ଣ ତ୍ରିଭୁଜର ଗୋଟିଏ ସୀମାରେ ଅବସ୍ଥିତ । ଏହା ବ୍ଲାକ ପାଗୋଡା ନାମରେ ମଧ୍ୟ ବିଶ୍ୱ ବିଖ୍ୟାତ । [1] କୋଣାର୍କ ଅର୍କକ୍ଷେତ୍ର, ପଦ୍ମକ୍ଷେତ୍ର ନାମରେ ପୁରାଣ ପ୍ରସିଦ୍ଧ । ଏହା ମୈତ୍ରେୟ ବନ ଭାବେ ମଧ୍ୟ ପରିଚିତ ଥିଲା| [2] ଏହି ସ୍ଥାନ ଭୁବନେଶ୍ୱରଠାରୁ ୬୫ କି.ମି. ଦୁରରେ ଅବସ୍ଥିତ । ଏଠାରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ସ୍ଥାପିତ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ରହିଛି । ଏହା ଚନ୍ଦ୍ରଭାଗା ଓ ବଙ୍ଗୋପସାଗର କୂଳରେ ଅବସ୍ଥିତ । କୋଣାର୍କରେ ପ୍ରତି ଡିସେମ୍ବର ମାସରେ ବାର୍ଷିକ ନାଚ ଓ ଗୀତ ଉତ୍ସବ ପାଳନ ହୁଏ । ଏଥିରେ ଅନେକ ଭାରତୀୟ ନାଚ ପ୍ରଦର୍ଶିତ ହୁଏ ।
‹ The template below (Infobox Indian Jurisdiction) is being considered for deletion. See templates for discussion to help reach a consensus.›
Quick Facts
କୋଣାର୍କ | |
— ସହର — | |
ଦିଗବାରେଣି | 19.90°N 86.12°E / 19.90; 86.12 |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାରତର ଜିଲାସବୁ | ପୁରୀ |
ଲୋକସଂଖ୍ୟା | ୧୫,୦୧୫ (2001[update]) |
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ପରିସୀମା • ସମୁଦ୍ର ପତ୍ତନଠାରୁ ଉଚ୍ଚତା |
• 2 metres (6.6 ft) |
ବେବସାଇଟ | konark.nic.in http://www.konark.nic.in/ konark.nic.in |
Close