ଇଂରାଜି ଅର୍ଥନୀତି ଖବରକାଗଜ From Wikipedia, the free encyclopedia
ପ୍ରକାର | ଦୈନିକ |
---|---|
Format | Broadsheet |
ମାଲିକ | ବେନେଟ୍, କୋଲେମାନ୍ ଓ କୋ. ଲିମିଟେଡ଼୍ |
ପ୍ରକାଶକ | ଦି ଟାଇମସ୍ ଗ୍ରୁପ୍ |
ପ୍ରତିଷ୍ଠିତ | ୧୯୬୧ |
ଭାଷା | ଇଂରାଜୀ |
ମୁଖ୍ୟାଳୟ | ଟାଇମସ୍ ହାଉସ ଡି ଏନ୍ ରୋଡ୍, ମୁମ୍ବାଇ, ମହାରାଷ୍ଟ୍ର – ୪୦୦୦୦୧, ଭାରତ |
Circulation | ୪୦୫୯୪୦ ଦୈନିକ[1] (as of ଡିସେମ୍ବର ୨୦୧୩) |
Sister newspapers | ନବଭାରତ ଟାଇମସ୍ ମହାରାଷ୍ଟ୍ର ଟାଇମସ୍ ଏଇ ସମୟ |
ଓ. ସି. ଏଲ. ସି. ନମ୍ବର | ୬୧୩୧୧୬୮୦ |
ୱେବସାଇଟ | economictimes |
ଇକୋନୋମିକ୍ ଟାଇମସ୍ ଇଂରାଜୀ ଭାଷାର ଏକ ଭାରତୀୟ ଦୈନିକ ଖବରକାଗଜ, ଯାହା ବେନେଟ୍, କୋଲେମାନ୍ ଓ କୋ. ଲିମିଟେଡ଼୍ଦ୍ୱାରା ପ୍ରକାଶିତ ହୁଏ ।ଏହାର ପ୍ରଥମ ସଂସ୍କରଣ ୧୯୬୧ ମସିହାରେ ହୋଇଥିଲା । ଏହା ବିଶ୍ୱରେ ଇଂରାଜୀ ଭାଷାର ସର୍ବବୃହତ ପଠନକାରୀ ବ୍ୟବସାୟିକ ଖବରକାଗଜ ଏବଂ ଏହି ବିଭାଗରେ ପ୍ରଥମ ସ୍ଥାନରେ ରହିଛି ଦି ଓ୍ବାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍[2]।ଇଟି ଏକସମୟରେ ୧୨ଟି ସହର ଯଥା ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ, ଚେନ୍ନାଇ, କୋଲକାତା, ଲକ୍ଷ୍ନୌ, ହାଇଦ୍ରାବାଦ, ଜୟପୁର, ଅହମଦାବାଦ, ନାଗପୁର, ଚଣ୍ଡିଗଡ଼ ଓ ପୁନେରୁ ପ୍ରକାଶ ପାଏ । ଇଟିର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇରେ ଥିବା 'ଦି ଟାଇମସ୍ ଅଫ୍ ଇଣ୍ଡିଆ'ର କାର୍ଯ୍ୟାଳୟରେ ଅବସ୍ଥିତ । ଏହାର ମୁଖ୍ୟ ଖବର ଭାରତୀୟ ଅର୍ଥନୀତି, ଆନ୍ତର୍ଜାତୀୟ ଅର୍ଥ, 'ସେୟାର ମୂଲ୍ୟ' ଏବଂ ଅର୍ଥ ସହ ଜଡ଼ିତ ଅନ୍ୟାନ୍ୟ ଖବର ଉପରେ ପର୍ଯ୍ୟବସିତ । ୧୯୬୧ ମସିହାରେ ଉଦଘାଟନ ସମୟରେ ଏହାର ପ୍ରତିଷ୍ଠାତା ଓ ସମ୍ପାଦକ ଥିଲେ ପି. ଏସ୍. ହରିହରନ୍ । ବର୍ତ୍ତମାନ 'ଦି ଇକୋନୋମିକ୍ ଟାଇମସ୍' ଓ 'ଇଟି ନାଓ'ର ସମ୍ପାଦକୀୟ ନିର୍ଦ୍ଦେଶକ ହେଉଛନ୍ତି ରାହୁଲ ଯୋଶୀ । ଲଣ୍ଡନରେ ଥିବା 'ଫାଇନାନସିଆଲ୍ ଟାଇମସ୍' ଭଳି 'ଦି ଇକୋନୋମିକ୍ ଟାଇମସ୍', ସାଲମନ୍ ଗୋଲାପୀ କାଗଜ ଉପରେ ଛପାଯାଏ । ଏହା ଭାରତର ସମସ୍ତ ମୁଖ୍ୟ ସହରରେ ବିକ୍ରୟ କରାଯାଏ ।ଜୁନ ୨୦୦୯ଠାରୁ ଏହା ଦୂରଦର୍ଶନରେ 'ଇଟି ନାଓ' [3][4]ନାମକ ଏକ ଚ୍ୟାନେଲ ନାମରେ ପ୍ରସାରଣ କରାଯାଉଛି ।
| image = ସମ୍ପାଦନା - ରବି ବାଳକ୍ରିଷ୍ନନ୍ ଓ ବିନୋଦ ମହାନ୍ତ
ସମ୍ପାଦନା - ବିନୋଦ ମହାନ୍ତ
'ଦି ଇକୋନୋମିକ୍ ଟାଇମସ୍' ପତ୍ରିକା ପ୍ରତ୍ୟେକ ରବିବାର ପ୍ରକାଶିତ ହୁଏ । ସମ୍ପୂର୍ଣ୍ଣ ସପ୍ତାହରେ ପ୍ରକାଶ ପାଇନଥିବା ଛୋଟମୋଟ ଖବର ସବୁ ଏଥିରେ ପ୍ରକାଶ ପାଏ । ଏହି ସାପ୍ତାହିକୀରେ ପ୍ରକାଶ ପାଉଥିବା ବିଭିନ୍ନ ସ୍ତମ୍ଭଗୁଡିକ ହେଲା - 'ହ୍ୱାଟସ୍ ନ୍ୟୁଜ୍', 'ନ୍ୟୁଜ୍ ଇନ୍ ନମ୍ବରସ୍', 'ବିହାଇଣ୍ଡ୍ ଦି ନ୍ୟୁଜ୍', 'ସ୍ପଟ୍ ଲାଇଟ୍', 'କଭର୍ ଷ୍ଟୋରି', 'ଏକ୍ସପର୍ଟ ଭ୍ୟୁ', 'ଇକୋନୋମି', 'କଣ୍ଟ୍ରେସ୍ପ୍ରେଡ୍', 'ଟ୍ରାଭେଲ୍ ଗାଇଡ୍', 'ଫୁଡ୍ ଏଣ୍ଡ ଡ୍ରିଙ୍କ', 'ରେକମେଣ୍ଡେଡ୍' ଓ 'ଫିଲ୍ ସ୍ମାର୍ଟ' । 'ଫିଲ୍ ସ୍ମାର୍ଟ'ରେ ଏକ 'କକଟେଲ୍ କନଭରସେସନ୍' ଥାଏ, ଯାହା ବିଭିନ୍ନ ପଦ, ପଦ୍ଧତି, ବ୍ୟକ୍ତି ଓ ଭୌତିକ ସତ୍ତାହୀନ ମତ ମଧ୍ୟରେ ପାର୍ଥକ୍ୟ ଦର୍ଶାଏ । ଏଥିରେ 'ବିହାଇଣ୍ଡ୍ ଦି ଲାଇନସ୍' ମଧ୍ୟ ଥାଏ, ଯାହା ବିଭିନ୍ନ ସମସ୍ୟା ଓ ତା'ର ସମାଧାନ ବର୍ଣ୍ଣନା କରେ ।
ଛାଞ୍ଚ:ପୋର୍ଟାଲ୍
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.