ପଦ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନସଭା ନିର୍ବାଚନମଣ୍ଡଳୀ / From Wikipedia, the free encyclopedia
ପଦ୍ମପୁର (କ୍ରମିକ ସଂଖ୍ୟା: ୧) ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ୧୯୫୨ରୁ ୨୦୧୪ ମଧ୍ୟରେ ଗୋଟିଏ ଉପ ନିର୍ବାଚନକୁ ମିଶାଇ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହାଙ୍କୁ ୪୫୧୩ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।[1]
Quick Facts ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ...
ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ |
---|
ଭୋଟର ସଂଖ୍ୟା (୨୦୧୪): ୨,୨୪,୩୧୨ |
ଜିଲ୍ଲା: ବରଗଡ଼ ଜିଲ୍ଲା |
ଲୋକ ସଭା ଆସନ:ବରଗଡ଼ (ଲୋକ ସଭା ନିର୍ବାଚନ ମଣ୍ଡଳୀ) |
ପଞ୍ଚାୟତ ସମିତି: ୪ |
ଗ୍ରାମ ପଞ୍ଚାୟତ: |
ବିଜ୍ଞାପିତ ଅଞ୍ଚଳ ପରିଷଦ: |
ପୌର ପରିଷଦ: |
Close
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା ତାଙ୍କର ନିକଟତମ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୧୮ହଜାରରୁ ଉର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଥିଲେ ।
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପଦ୍ମପୁର, ଝାଡ଼ବନ୍ଧ ବ୍ଳକ, ପାଇକମାଳ ବ୍ଳକ ଓ ରାଜବୋଡାସମ୍ବର ବ୍ଳକ