ବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନମଣ୍ଡଳୀ / From Wikipedia, the free encyclopedia
ବରଗଡ଼ (କ୍ରମିକ ସଂଖ୍ୟା: ୩) ବରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦେବେଶ ଅାଚାର୍ଯ୍ୟ ଭାରତୀୟ ଜାତୀୟ କଂଗ୍ରେସ ପାର୍ଥୀ ସାଧୁ ନେପାକଙ୍କଠାରୁ ୧୩୨୦୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[1] ବିଗତ ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସାଧୁ ନେପାକ, ବିଜୁ ଜନତା ଦଳ ପ୍ରାର୍ଥୀ ଆନନ୍ଦ ଆଚାର୍ଯ୍ୟଙ୍କଠାରୁ ପ୍ରାୟ ୨୦୦୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ । [2]
Quick Facts ବରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ...
ବରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା: | |
ଜିଲ୍ଲା: | ବରଗଡ଼ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ବରଗଡ଼ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୧ |
Close
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବରଗଡ଼ (ପୌ), ବରଗଡ଼ ବ୍ଳକ, ବରପାଲୀ ବ୍ଳକ ଅନ୍ତର୍ଗତ କିଛି ଅଞ୍ଚଳ ।