ବିଶ୍ବର ସର୍ବବୃହତ ଜନବହୁଳ ସହରସବୁର ତାଲିକା
ଜନବହୁଳ ସହର / From Wikipedia, the free encyclopedia
ଏହି ସନ୍ଦର୍ଭରେ ପୃଥିବୀର ସର୍ବାଧିକ ଜନବହୁଳ ସହର ଗୁଡିକର ତାଲିକା ପ୍ରଦାନ କରାଯାଇଛି ଯାହା କେବଳ ସହରମାନଙ୍କ ଜନସଂଖ୍ୟା ଉପରେ ଆଧାରିତ । ସହର କହିଲେ ଆଇନ ଗତ କିମ୍ବା ରାଜନୈତିକ ଭାବରେ ସୀମା ଚିହ୍ନଟ ହେଇଥିବା ଓ ପ୍ରଶାସନଦ୍ୱାରା ସ୍ୱୀକୃତ ସହରାଞ୍ଚଳ ଭାବେ ହେଇଥିବା ଓ ସ୍ଥାନୀୟ ପ୍ରଶାସନ[1][2] ରହିଥିବା ଅଞ୍ଚଳକୁ କୁହାଯାଇଥାଏ । ଏଥି ସହ ଏହାର ଉପ ସହର ( sub urban ) ସମ୍ମିଳିତ ହେଇ ନଥାଏ ମଧ୍ୟ ।[3]
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
"World Urbanization Prospects" , ନାମକ ମିଳିତ ଜାତିସଂଘର ଏକ ପ୍ରକାଶନ ଅନୁସାରେ ସହରର ବ୍ୟାଖ୍ୟା ଏପରି କରାଯାଇଛି , " ଏକ ସହରର ପ୍ରଶାସନିକ ସୀମା ରେଖା ମଧ୍ୟରେ ରହୁଥିବା ଜନ ସମୂହ ବା ଏକକ ସହର-ପ୍ରଶାସନ ଅଧୀନରେ ଥିବା ସମସ୍ତ ଅଧିବାସୀଙ୍କୁ ନେଇ ସହରର ଜନସଂଖ୍ୟା ଆକଳନ କରାଯାଇପାରିବ " । ଏଥିରେ ଆହୁରି ମଧ୍ୟ ଉଲ୍ଲିଖିତ ଅଛି " ସହରର ପ୍ରଶାସନିକ ସୀମା ରେଖାରେ ତାହାର ସହରତଳିରେ , ଯେଉଁଠାରେ ସହରରେ କର୍ଜୟା କରୁଥିବା ଅନେକ ଲୋକ ରହି ଯାତାୟତ କରି କାର୍ଯ୍ୟ କରନ୍ତି , ଥିବା ଉପସହର ଅନ୍ତର୍ଭୁକ୍ତ ହେବା ଜରୁରୀ ନୁହେ । "
ଉପରୋକ୍ତ ବ୍ୟାକୟା ଅନୁସାରେ ସହରାଞ୍ଚଳ ବା ମେଟ୍ରୋ- ପଲିଟାନ ଅଞ୍ଚଳର ପ୍ରକୃତ ଚିତ୍ର ଆସିପାରେ ନାହିଁ । ଏହି ପ୍ରଶାସନିକ ବ୍ୟାଖ୍ୟାଦ୍ୱାରା କିଛି ସହର ତାଲିକା ଭିତରକୁ ଆସୁଥିଲେ ମଧ୍ୟ ପ୍ରକୃତରେ ସେଗୁଡ଼ିକ ନିର୍ଧାରିତ ମନଠାରୁ ସାନ । ଚୀନ ଦେଶରେ ସହର ଗୁଡିକର ପ୍ରଶାସନିକ ଅଞ୍ଚଳର ସୀମା ମୁଖ୍ୟ ସହରଠାରୁ ଅନେକ ଦୁରବର୍ତୀ ଇଲାକା ଯାଏ ଉପ ସହର ଓ ଗ୍ରାମାଚଳକୁ ମଧ୍ୟ ନେଇ ବ୍ୟାପ୍ତ ହେଇଥାଏ ।