ବୃକ୍କ
From Wikipedia, the free encyclopedia
ବୃକକ ବା କିଡନୀ ମାନବ ଶରୀରରେ ଥିବା ନିଷ୍କାସନ ବିଭାଗର ଦୁଇଟି ଅଙ୍ଗ, ଦେଖିବାକୁ ଶିମ୍ବ ମଞ୍ଜି ଭଳି ଓ ଆକାର ମୁଠା ହୋଇଥିବା ହାତ ଭଳି । ଅଣ୍ଟା ପାଖରେ ପେଟ ଭିତରେ ମେରୁ ଅସ୍ଥି ଦୁଇ ପଟରେ [1] ପେରିଟୋନିଅମ ପଛ ପାଖରେ ଦୁଇଟି କିଡନୀ ଥାଏ । ବାମ କିଡନି ଅପେକ୍ଷା ଡାହାଣ କିଡନୀ ସାମାନ୍ୟ ତଳକୁ ଥାଏ ଓ ବାମ କିଡନି ମେରୁ ଅସ୍ଥିର ଅଧିକ ପାଖକୁ ଥାଏ [2]। ପ୍ରତ୍ୟେକ କିଡନୀକୁ ଗୋଟିଏ ‘କିଡନୀ ଧମନୀ’ ପ୍ରବେଶ କରେ ଓ ଗୋଟିଏ ‘କିଡନୀ ଶିରା’ ବାହାରେ । କିଡନୀରୁ ଗୋଟିଏ ନଳୀ ବାହାରେ ଯାହାକୁ ୟୂରେଟର କହନ୍ତି । ଏହି ୟୂରେଟର ମଧ୍ୟ ଦେଇ କିଡନୀରୁ ପରିସ୍ରା ବାହାରି ମୂତ୍ରାଶୟରେ ଜମା ହୁଏ ।
ଏକ ରକ୍ତ ଶୋଧନ ଯନ୍ତ୍ର ଭାବେ ଜଣାଶୁଣା ଥିଲେ ମଧ୍ୟ ଏହା ଶରୀରରେ ଅନେକ କାର୍ଯ୍ୟ ସାଧନ କରେ । ଏହା ଇଲେକ୍ଟ୍ରୋଲାଇଟ ନିୟନ୍ତ୍ରଣ କରେ, ଏସିଡ-ବେସ ସନ୍ତୁଳନ ରଖେ, ରକ୍ତ ଚାପ ନିୟନ୍ତ୍ରଣ କରେ । ଏହା ରକ୍ତକୁ ପ୍ରାକୃତିକ ଉପାୟରେ ଶୋଧନ କରି ୟୁରିଆ ଓ ଆମୋନିଅମ ଭଳି ଶରୀରର ହାନି କାରକ ପଦାର୍ଥ ଗୁଡିକୁ ନିଷ୍କାସନ କରେ । ରକ୍ତର ଫିଲଟର ବା ପରିସ୍ରବଣଦ୍ୱାରା ଅଧିକ ପରିମାଣରେ ବାହାରି ଯାଉଥିବା ଜଳ, ଗ୍ଳୁକୋଜ ଓ ଆମିନୋ ଏସିଡ ଭଳି ପଦାର୍ଥକୁ ପୁନର୍ବାର ଶରୀରକୁ ପ୍ରବେଶ କରାଏ । କ୍ୟାଲସିଟ୍ରଲ, ଏରିଥ୍ରୋପଏଟିନ ଓ ରେନିନ ଭଳି ଏନଯାଇମ ଏହା ପ୍ରସ୍ତୁତ କରେ ।
ବୃକକ | |
---|---|
Human kidneys viewed from behind with spine removed | |
ଲାଟିନ ଭାଷାରେ | Ren (Greek: nephros) |
ବିଭାଗ | Urinary system and endocrine system |
ଧମନୀ | Renal artery |
ଶିରା | Renal vein |
ସ୍ନାୟୁ | Renal plexus |
MeSH | Kidney |
Dorlands/Elsevier | Kidney |