From Wikipedia, the free encyclopedia
ବେସେଟ ଡିଜିଜ ବା ବିଡି (ଇଂରାଜୀରେ Behçet's disease orBD) ଏକ ରୋଗ ଯେଉଁଥିରେ ଦେହର ବିଭିନ୍ନ ସ୍ଥାନରେ ପ୍ରଦାହ ସୃଷ୍ଟି ହୁଏ ।[1] ଏହାର ଲକ୍ଷଣ:- ପାଟି ଘାଆ (mouth sores), ଯୋନାଙ୍ଗ ଘାଆ, ଚକ୍ଷୁର ବିଭିନ୍ନ ଅଂଶର ପ୍ରଦାହ ଓ ଆର୍ଥ୍ରାଇଟିସ । [2][1] ଏହି ଘାଆ କିଛି ଦିନ ମଧ୍ୟରେ ଭଲ ହୋଇଯାଏ ।[1] ଅସାଧାରଣ ଭାବରେ ମେରୁଦଣ୍ଡ ଓ ମସ୍ତିଷ୍କ ପ୍ରଦାହ, ଜମାଟ ରକ୍ତ (blood clots), ଆନିଉରିଜ୍ମ (aneurysm) ଓ ଅନ୍ଧତ୍ୱ ଆଦି ଦେଖାଯାଇପାରେ ।[2][1] ଅନ୍ୟ କେତେକ ଲକ୍ଷଣ ଦେଖାଯାଏ ଓ ସ୍ୱୟଂ ଭଲହୋଇଯାଏ । [2]
ବେସେଟ ଡିଜିଜ | |
---|---|
ବେସେଟ ଡିଜିଜ, ବେସେଟ ସିଣ୍ଡ୍ରୋମ, ମୋର୍ବସ ବେସେଟ, ବେସେଟ ଆଡାମାଣ୍ଟିଆଡେସ ସିଣ୍ଡ୍ରୋମ[1],ସିଲ୍କ ରୋଡ ଡିଜିଜ | |
ଉଚ୍ଚାରଣ |
|
ବିଭାଗ | ରିଉମାଟୋଲୋଜି (Rheumatology) |
ଲକ୍ଷଣ | ପାଟି ଘାଆ (Mouth sores), ଯୌନାଙ୍ଗ ଘାଆ, ଚକ୍ଷୁ ପ୍ରଦାହ, ଆର୍ଥ୍ରାଇଟିସ[2] |
ଆକ୍ରାନ୍ତ ସମୟ | ୨୦ରୁ ୪୦ ବର୍ଷ ବୟସ ।[2][1] |
ଅବଧି | ଦୀର୍ଘକାଳୀନ [2] |
କାରଣ | ଅଜ୍ଞାତ[2] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ [2] |
ସଠିକ ରୋଗ ନିର୍ଣ୍ଣୟ | ରିଆକ୍ଟିଭ ଆର୍ଥ୍ରାଇଟିସ (Reactive arthritis), ସ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ (Stevens-Johnson syndrome), ସ୍ୱିଟ ସିଣ୍ଡ୍ରମ (Sweet syndrome)[1] |
ଔଷଧ | କର୍ଟିକୋସ୍ଟିରଏଡ (corticosteroids) ଭଳି ଇମ୍ମୁନୋସପ୍ରେସିଭ ଔଷଧ (immunosuppressive medication)।[2] |
Prognosis | ସମୟକ୍ରମେ ଭଲ ହୋଇଯାଏ । [1] |
ପୁନଃପୌନିକ | କ୍ୱଚିତ୍ ଦେଖାଯାଏ (US, EU), ସାଧାରଣତଃ ମଧ୍ୟ ପୂର୍ବ ଓ ଏସିଆରେ ଦେଖାଯାଏ । [1] |
ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[2] ଜେନେଟିକ (genetic) ସମ୍ପର୍କ ଥିବା ସମ୍ଭାବନା ଅଛି ।[1] ବେସେଟ ଡିଜିଜ ଏକ ଛୁଆଁ (contagious) ରୋଗ ନୁହେଁ ।[2] ଏକ ବର୍ଷରେ ୩ ଥର ପାଟି ଘାଆ ଓ ନିମ୍ନରେ ପ୍ରଦତ୍ତ ଯେ କୌଣସି ଦୁଇଟି ଲକ୍ଷଣ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ; ଯୌନାଙ୍ଗ ଘାଅ, ଚକ୍ଷୁ ପ୍ରଦାହ, ଚର୍ମ ଘାଆ ଓ ଯୁକ୍ତାତ୍ମକ ପାଥର୍ଜି ଟେଷ୍ଟ (skin prick test) ।[2]
ଏହି ରୋଗ ଆରୋଗ୍ୟ ହୁଏନାହିଁ ।[2] କର୍ଟିକୋସ୍ଟିରଏଡ (corticosteroids) ଭଳି ଇମ୍ମୁନୋସପ୍ରେସିଭ ଔଷଧ (immunosuppressive medication) ଓ ପରିବର୍ତ୍ତିତ ଜୀବନଚର୍ଯ୍ୟା ସାହାଯ୍ୟରେ ଏହାର ଚିକିତ୍ସା କରାଯାଏ ।[2] ଲିଡୋକେନ (Lidocaine) ଦେଇ ପାଟି ଧୋଇଲେ ଯନ୍ତ୍ରଣା କମ୍ ହୋଇପାରେ ।[1] କଲଚିସିନ (Colchicine) ଦେଲେ ରୋଗର ପୁନଃପୌନିକ ଆକ୍ରମଣର ସଂଖ୍ୟା କମିଯାଏ ।[1] ସମୟକ୍ରମେ ଏହି ରୋଗ ଉପସମ ହେବା ଅନେକ କ୍ଷେତ୍ରରେ ଦେଖାଯାଏ । [1]
ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପରେ ଏହା କ୍ୱଚିତ ଦେଖାଯାଏ କିନ୍ତୁ ମଧ୍ୟପ୍ରାଚ୍ୟ (Middle East) ଓ ଏସିଆରେ ଅଧିକ ଦେଖାଯାଏ ।[1] ତୁର୍କୀରେ (Turkey) ପ୍ରତି ୧,୦୦୦ ଲୋକରେ ୨ ଜଣ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[1] ୨୦ରୁ ୪୦ ବର୍ଷ ବୟସ ମଧ୍ୟରେ ଏହି ରୋଗ ଆକ୍ରମଣ କରେ ।[2][1] ସନ ୧୯୩୭ରେ ତୁର୍କୀ ଚର୍ମ ବିଶେଷଜ୍ଞ ହୁଲୁସି ବେସେଟ Hulusi Behçet ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ । [3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.