ସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନମଣ୍ଡଳୀ / From Wikipedia, the free encyclopedia
ସମ୍ବଲପୁର (କ୍ରମିକ ସଂଖ୍ୟା: ୧୭) ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସମ୍ବଲପୁର (ପୌ), ହୀରାକୁଦ (ବି) ଓ ବୁର୍ଲା (ବି) ।[2][3]
- ଏହି ଲେଖାଟି ସମ୍ବଲପୁର 'ବିଧାନ ସଭା ନିର୍ବାଚନ ମଣ୍ଡଳୀ' ବାବଦରେ । ବାକିସବୁ ପାଇଁ, ସମ୍ବଲପୁର (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।
Quick Facts ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ...
ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୭୮,୯୯୪ |
ଜିଲ୍ଲା: | ସମ୍ବଲପୁର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ସମ୍ବଲପୁର |
ପଞ୍ଚାୟତ ସମିତି: | ୦ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୨ |
ପୌର ପରିଷଦ: | ୧ |
Close
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥିନୀ ରାସେଶ୍ୱରୀ ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କଠାରୁ ୯୯୫୮ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟନାରାୟଣ ମିଶ୍ର, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେଶ୍ୱର ମିଶ୍ରଙ୍କଠାରୁ ୭,୦୧୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]