ସାଲେପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ / From Wikipedia, the free encyclopedia
ସାଲେପୁର (କ୍ରମିକ ସଂଖ୍ୟା: ୯୪) କଟକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସାଲେପୁର ବ୍ଳକ ଓ ଟାଙ୍ଗୀ-ଚୌଦ୍ୱାର ବ୍ଳକର କିଛି ଅଞ୍ଚଳ ।[2][3]
Quick Facts ସାଲେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ...
ସାଲେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୧୧,୩୭୯ |
ଜିଲ୍ଲା: | କଟକ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କେନ୍ଦ୍ରାପଡ଼ା |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | |
ପୌର ପରିଷଦ: |
Close
ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଶାନ୍ତ ବେହେରା, ଭାରତୀୟ ଜନତା ପାର୍ଟିର ପାର୍ଥି ପ୍ରକାଶ ଚନ୍ଦ୍ର ବେହେରାଙ୍କଠାରୁ ୩୨୨୧୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।
ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରା ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କଠାରୁ ୨୧୧୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରାଙ୍କଠାରୁ ୧,୨୭୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]