ଓଡ଼ିଆ ଅଭିନେତା ଓ ରାଜନୀତିଜ୍ଞ From Wikipedia, the free encyclopedia
ସିଦ୍ଧାନ୍ତ ମହାପାତ୍ର (ଜନ୍ମ ୪ ମଇ ୧୯୬୬) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଓ ଭାରତୀୟ ଜନତା ପାର୍ଟି ନେତା ।
ସିଦ୍ଧାନ୍ତ ମହାପାତ୍ର | |
---|---|
ବିଧାୟକ: ୧୭ଶ ଓଡିଶା ବିଧାନସଭା | |
କାର୍ଯ୍ୟକାଳ ୨୦୨୪ – ଏବେଯାଏଁ | |
ପୂର୍ବ ଅଧିକାରୀ | ସୂର୍ଯ୍ୟ ନାରାୟଣ ପାତ୍ର |
ନିର୍ବାଚନ ମଣ୍ଡଳୀ | ଦିଗପହଣ୍ଡି |
ସାଂସଦ: ୧୫ଶ ଓ ୧୬ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୯ | |
ପୂର୍ବ ଅଧିକାରୀ | ଚନ୍ଦ୍ରଶେଖର ସାହୁ |
ପର ଅଧିକାରୀ | ଚନ୍ଦ୍ରଶେଖର ସାହୁ |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ବ୍ରହ୍ମପୁର, ଓଡ଼ିଶା | ୪ ମଇ ୧୯୬୬
ଜାତୀୟତା | ଭାରତୀୟ |
ଜୀବନ ସାଥୀ | ରଚନା ବାନାର୍ଜୀ (ବିବାହ ବିଚ୍ଛେଦ)[1] ମାମା ମିଶ୍ର |
ସନ୍ତାନ | ସାଇ ସମର୍ଥ |
ବୃତ୍ତି | କଥାଚିତ୍ର ଅଭିନୟ |
ପ୍ରସିଦ୍ଧି | ଅଭିନେତା |
ସିଦ୍ଧାନ୍ତ ମହାପାତ୍ର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ୪ ମଇ ୧୯୬୬ରେ ଜନ୍ମ ଗ୍ରହଣ କରିଥିଲେ ।[2] ସେ ବ୍ରହ୍ମପୁରରେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ କେନ୍ଦୁଝର ଧରଣୀଧର କଲେଜରୁ ବାଣିଜ୍ୟରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ଏହା ପରେ ସେ ନୂଆଦିଲ୍ଲୀର ଫ୍ୟାକଲ୍ଟି ମ୍ୟାନେଜମେଣ୍ଟ ଷ୍ଟଡ଼ିଜରୁ ବିଜନେସ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଅଛନ୍ତି । ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ମାମା ମିଶ୍ର ତାଙ୍କ ଧର୍ମପତ୍ନୀ ।
୧୯୯୩ ମସିହାରେ ଶ୍ରଦ୍ଧାଞ୍ଜଳି ସିନେମାରୁ ଅଭିନେତା ଜୀବନ ଆରମ୍ଭ କରିଥିବା ସିଦ୍ଧାନ୍ତଙ୍କ ପ୍ରଥମ ମୁକ୍ତିଲାଭ କରିଥିବା କଥାଚିତ୍ର ହେଲା ପଥର ଖସୁଛି ବଡ଼ଦେଉଳୁ , ୨୦୧୭ ସୁଦ୍ଧା ୧୩୦ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।
କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
---|---|---|
ବାପା ସୁପର୍ମ୍ୟାନ୍ | ୨୦୨୩ | ସୁଧାଂଶ ସାହୁ |
ମୋ' ଦୁନିଆ ତୁ ହିଁ ତୁ[3] | ୨୦୧୩ | ସୁଧାକର ବସନ୍ତ |
୧୪୩ ଆଇ ଲଭ ୟୁ | ୨୦୧୧ | |
ମତେ ବୋହୂ କରି ନେଇ ଯା | ୨୦୧୧ | ବିକାଶ ଦାଶ |
ବାହୁଡ଼ିବେ ମୋ ଜଗାବଳିଆ | ||
ଚକା ଚକା ଭଉଁରୀ | ୨୦୦୭ | ଶୁଭେନ୍ଦୁ ସ୍ୱାଇଁ |
ଯେ ପାଞ୍ଚେ ପର ମନ୍ଦ | ||
ଧର୍ମର ହେବ ଜୟ | ||
କଳ୍କୀ ଅବତାର | ୧୯୯୯ | |
ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର | ||
ସିନ୍ଦୂର ନୁହେଁ ଖେଳଘର | ||
ଶାଶୁଘର ଚାଲିଯିବି | ||
ସନ୍ତାନ | ||
ମନ ରହିଗଲା ତୁମରି ଠାରେ | ୨୦୦୨ | ମହମ୍ମଦ ମହସୀନ |
ଯଶୋଦା | ୧୯୯୬ | ହର ପଟ୍ଟନାୟକ |
ରଣଭୂମି | ୧୯୯୫ | |
ଗଙ୍ଗା ଯମୁନା | ୧୯୯୭ | ହର ପଟ୍ଟନାୟକ |
ମୋ କୋଳ ତୋ ଝୁଲଣା | ୨୦୦୧ | ହିମାଂଶୁ ପରିଜା |
ସିଂହବାହିନୀ | ୧୯୯୮ | ବସନ୍ତ ସାହୁ |
ନାରୀ ଆଖିରେ ନିଆଁ | ||
ଶ୍ରଦ୍ଧାଞ୍ଜଳି | ୧୯୯୩ | ପଙ୍କଜ ପାଣି |
ସେ ୨୦୦୯ ମସିହାରେ ବିଜୁ ଜନତା ଦଳରେ ଯୋଗଦେଇଥିଲେ ଓ ଓଡ଼ିଶାର ବ୍ରହ୍ମପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ରୁ ୨୦୦୯ ଏବଂ ୨୦୧୪ ମସିହାର ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଥିଲେ ।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.