ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର
ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ହେଉଛି ଏକ ଔଷଧ ଶ୍ରେଣୀ ଯାହା ଅବସାଦ, ପ୍ୟାନିକ ଡିଜଅର୍ଡର୍ ଏବଂ ଅବସ / From Wikipedia, the free encyclopedia
ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର (ଇଂରାଜୀ ଭାଷାରେ Selective serotonin reuptake inhibitors/ SSRIs ) ହେଉଛି ଏକ ଔଷଧ ଶ୍ରେଣୀ ଯାହା ଅବସାଦ, ପ୍ୟାନିକ ଡିଜଅର୍ଡର୍ ଏବଂ ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର ରୋଗ ନିମନ୍ତେ ବ୍ୟବହୃତ ହୁଏ | [4] ଅବସାଦରେ ଏହି ଔଷଧର ଲାଭ କମ ମିଳେ ଓ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଅଧିକ ହୋଇପାରେ, ବିଶେଷତଃ ଯୁବକମାନଙ୍କଠାରେ | [5] [6] ଟାଇସାଇକ୍ଲିକ ଆଣ୍ଟିଡିପ୍ରେସାଣ୍ଟ ଭଳି ଏହା ସମାନ ଫଳପ୍ରଦ ହୁଏ | [2]
ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର | |
---|---|
Drug class | |
Class identifiers | |
Synonyms | Serotonin-specific reuptake inhibitors, serotonergic antidepressants[1] |
Use | Depression, panic disorder, obsessive compulsive disorder[2] |
Biological target | Serotonin transporter[3] |
Clinical data | |
Drugs.com | Drug Classes |
In Wikidata |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉପର ପେଟ ବ୍ୟଥା, ଆଲର୍ଜି ଏବଂ ଓଜନ ପରିବର୍ତ୍ତନ ହୋଇପାରେ | [2] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ସୋଡିୟମ ରକ୍ତତା , ରକ୍ତସ୍ରାବ ଏବଂ ଆତ୍ମହତ୍ୟା ହୋଇପାରେ | [2] ଅଧିକ ମାତ୍ରା ଦେଲେ ସେରୋଟୋନିନ୍ ସିଣ୍ଡ୍ରୋମ ହୋଇପାରେ । [2] ହଠାତ୍ ବନ୍ଦ ହେବାଦ୍ୱାରା ପ୍ରତ୍ୟାହାର ଲକ୍ଷଣ ଦେଖାଯାଇପାରେ | [2] ଏହା ନିଉରୋଟ୍ରାନ୍ସମିଟର ସେରୋଟୋନିନର ରିଅପଟେକ ସୀମିତ କରି ଏହାର ସ୍ତର ବୃଦ୍ଧି କରୁଥିବା ବିଶ୍ୱାସ କରାଯାଏ | [2]
ସନ ୧୯୮୭ରେ ଯୁକ୍ତରାଷ୍ଟ୍ରରେ ମେଡିକାଲ ଚିକିତ୍ସା ପାଇଁ ଏସଏସଆରଆଇ ଶ୍ରେଣୀରୁ ବିଶେଷ ଭାବରେ ଫ୍ଲୁକ୍ସେଟାଇନ୍ ଅନୁମୋଦିତ ହୋଇଥିଲା । [7] ଯୁକ୍ତରାଷ୍ଟ୍ର ସମେତ ଅନେକ ଦେଶରେ ସେଗୁଡିକ ସାଧାରଣ ଆଣ୍ଟିଡେପ୍ରେସାଣ୍ଟ ଭାବରେ ବ୍ୟବହାର କରାଯାଏ | [8] [9] ଏହି ଶ୍ରେଣୀର ଅନେକ ଔଷଧ ଜେନେରିକ ଔଷଧ ଭାବରେ ଉପଲବ୍ଧ ହୁଏ ଏବଂ ଅପେକ୍ଷାକୃତ ଶସ୍ତାରେ ମିଳେ | [2]