ଚକ୍ଷୁ ଭିତରେ ପ୍ରଦାହ । From Wikipedia, the free encyclopedia
ୟୁଭିଆଇଟିସ ଆଖି ଭିତର ପ୍ରଦାହକୁ କୁହାଯାଏ ।[1] ଆରମ୍ଭ ହେବା ସାଧାରଣତଃ ହଠାତ୍ ହୋଇଥାଏ ।[1] ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ଅସ୍ପଷ୍ଟ ଦୃଷ୍ଟି, ଆଖିରେ ଭାସମାନ, ଆଖି ଯନ୍ତ୍ରଣା, ଲାଲ୍ ଆଖି ଏବଂ ଆଲୋକ ପ୍ରତି ସମ୍ବେଦନଶୀଳତା ହୋପାରେ ।[1] ଗୋଟିଏ କିମ୍ବା ଉଭୟ ଆଖି ପ୍ରଭାବିତ ହୋଇପାରେ ।[1] ରୋଗ ଜଟିଳ ହେଲେ ଦୃଷ୍ଟିହାନୀ ଏବଂ ଗ୍ଲକୋମା ହୋଇପାରେ | [1] [2]
Uveitis | |
---|---|
ଉଚ୍ଚାରଣ |
|
ବିଭାଗ | Ophthalmology |
ଲକ୍ଷଣ | Blurry vision, floaters, eye pain, red eye, sensitivity to light[1] |
ଆକ୍ରାନ୍ତ ସମୟ | Sudden[1] |
କାରଣ | Infection: Cytomegalovirus, histoplasmosis, shingles, toxoplasmosis[1] Autoimmune: Behcet’s disease, psoriasis, ulcerative colitis, lupus[1] |
ବିପଦ କାରକ | Cigarette smoking[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms and eye exam[1] |
ସଠିକ ରୋଗ ନିର୍ଣ୍ଣୟ | Retinoblastoma, lymphoma, glaucoma[2] |
ଚିକିତ୍ସା | Steroids, atropine, underlying cause[3][2] |
Prognosis | Usually good with treatment[3] |
ପୁନଃପୌନିକ | 1 in 3,000 per year[4] |
କାରଣଗୁଡିକ ଅଜ୍ଞାତ ହୋଇପାରେ ବା ଆଖି ସଂକ୍ରମଣ, କିମ୍ବା ଅଟୋମ୍ୟୁମ୍ୟୁନ୍ ଅବସ୍ଥା ଯୋଗୁ ହୋଇପାରେ ।[1] [4] ସିଗାରେଟ୍ ଧୂମ୍ରପାନ ଏହି ସଙ୍କଟ ଆଣିପାରେ । [1] ୟୁଭିଆ ମଧ୍ୟରେ ଆଇରିସ୍, ସିଲିଆରି ବଡି ଏବଂ କୋରଏଡ ଅନ୍ତର୍ଭୁକ୍ତ ।[1] ଏହାକୁ ପୂର୍ବ, ମଧ୍ୟବର୍ତ୍ତୀ ଏବଂ ପରବର୍ତ୍ତୀ ୟୁଭାଇଟିସରେ ବିଭକ୍ତ କରାଯାଇଛି; ଯଦିଓ ପାନୟୁଭିଆଇଟିସରେ ସମସ୍ତ ଅଂଶ ପ୍ରଭାବିତ ହୋଇପାରେ ।[1] ରୋଗର ଲକ୍ଷଣ ଏବଂ ଚକ୍ଷୁ ପରୀକ୍ଷା ଅନୁସାରେ ରୋଗ ନିର୍ଣ୍ଣୟ କରାଯାଏ। [1]
ଏହାର ଚିକିତ୍ସାରେ ସାଧାରଣତଃ ଷ୍ଟିରଏଡ ଦିଆଯାଏ । ସାଧାରଣତଃ ପ୍ରେଡନିସୋଲୋନ ଚକ୍ଷୁ ବୁନ୍ଦା ଦେଇ ଚିକିତ୍ସା କରାଯାଏ ।[1] [5] ଗୁରୁତର ଅବସ୍ଥାରେ ପାଟିରେ କିମ୍ବା ଇଞ୍ଜେକ୍ସନ ଆକାରରେ ଷ୍ଟିରଏଡ ବ୍ୟବହାର କରାଯାଇପାରେ । [5] ଷ୍ଟିରଏଡ ପ୍ରଭାବଶାଳୀ ନହେଲେ ମେଥୋଟ୍ରକ୍ସେଟ ଭଳି ଇମ୍ୟୁନୋସପ୍ରେସାଣ୍ଟ ବ୍ୟବହାର କରାଯାଇପାରେ ।[5] ଯନ୍ତ୍ରଣାରେ ସାହାଯ୍ୟ କରିବା ଏବଂ ଜଟିଳତାକୁ ରୋକିବା ନିମନ୍ତେ ଆଟ୍ରୋପିନ ଭଳି ସାଇକ୍ଲୋପ୍ଲେଜିକ ବ୍ୟବହୃତ ହୋଇପାରେ ।[3] ସଂକ୍ରମଣ ଅନୁଯାୟୀ ନିର୍ଦ୍ଦିଷ୍ଟ ଚିକିତ୍ସା ମଧ୍ୟ ଆବଶ୍ୟକ ହୁଏ। [2]
ୟୁଭିଆଇଟିସ ରୋଗରେ ବର୍ଷକୁ ପ୍ରାୟ ୩,000 ଲୋକ ପ୍ରଭାବିତ ହୁଅନ୍ତି । [4] ଏହା ସାଧାରଣତ ୨୦-୬୦ ବର୍ଷ ବୟସ ମଧ୍ୟରେ ଦେଖାଯାଏ; ଯଦିଓ ଯେ କୌଣସି ବୟସରେ ହୋଇପାରେ ।[1] ସମାନ ହାରରେ ପୁରୁଷ ଏବଂ ମହିଳା ପ୍ରଭାବିତ ହୁଅନ୍ତି । [4] ଏହା ବିଶ୍ୱ ସ୍ତରରେ ପ୍ରାୟ ୫-୧୦% ଦୃଷ୍ଟି ସମସ୍ୟା ଏବଂ ବିକାଶଶୀଳ ଦେଶମାନଙ୍କରେ ୨୫% ଅନ୍ଧତ୍ୱର କାରଣ ଅଟେ ।[4] ଉପଯୁକ୍ତ ଚିକିତ୍ସା ମିଳିଲେ ଫଳାଫଳ ଭଲ ହୋଇଥାଏ ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.