ଇନସୁଲିନ (ଔଷଧ)
From Wikipedia, the free encyclopedia
ଇନସୁଲିନ (ଔଷଧ) (ଇଂରାଜୀ ଭାଷାରେ Insulin) ଏକ ଔଷଧ (medication) ଭାବରେ ବ୍ୟବହାର କରାଯାଏ ଯାହା ଅଧିକ ରକ୍ତ ଶର୍କରା ଥିଲେ (high blood sugar) ଦିଆଯାଏ । ଅଧିକ ରକ୍ତ ଶର୍କରା ହେଉଥିବା ରୋଗମାନଙ୍କର ନାମ ମଧୁମେହ ଟାଇପ ୧, ମଧୁମେହ ଟାଇପ ୨, ଗର୍ଭାବଧି ମଧୁମେହ ଓ ମଧୁମେହ ଜଟିଳ ହେଲେ ଯେପରିକି ଡାଏବେଟିକ କିଟୋଏସିଡୋସିସ ଓ ହାଇପରଅସମୋଲାର ହାଇପରଗ୍ଲାଇସେମିକ ଷ୍ଟେଟ (hyperosmolar hyperglycemic states) ଇତ୍ୟାଦି ।[3] ହାଇପରକାଲେମିଆ ଥିଲେ ଏହା ସହିତ ଗ୍ଲୁକୋଜ (glucose) ଦିଆଯାଏ ।[4] ସ୍ୱାଭାବିକ ଭାବରେ ଏହା ଚମ ତଳେ ଇଞ୍ଜେକସନ (injection under the skin) ଆକାରରେ ଦିଆଯାଏ ଓ କେତେକ ପ୍ରକାର ଔଷଧ ଶିରାଭ୍ୟନ୍ତର (injection into a vein) ଓ ମାଂସପେଶୀ (muscle) ଇଞ୍ଜେକସନ ଆକାରରେ ଦିଆଯାଏ ।[3]
Clinical data | |
---|---|
AHFS/Drugs.com | monograph |
MedlinePlus | a682611 |
Pregnancy category |
|
Routes of administration | subcutaneous, intravenous, intramuscular, inhaled |
ATC code |
|
Legal status | |
Legal status |
|
Identifiers | |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
Chemical and physical data | |
Molar mass | 5793.5999 g/mol |
Density | 1.09[1] g/cm3 |
Melting point | 233 °C (451 °F) [2] |
ସାଧାରଣ ପ୍ରତିକ୍ରିୟାରେ ଅଳ୍ପ ରକ୍ତ ଶର୍କରା (low blood sugar) ହୋଇଯାଏ । ଅନ୍ୟାନ୍ୟ ପ୍ରତିକ୍ରିୟାରେ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ହୁଏ ଓ ଚର୍ମ ପରିବର୍ତ୍ତନ ହୁଏ, ହାଇପୋକାଲେମିଆ ଓ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଗର୍ଭାବସ୍ଥାରେ ଏହା ଶିଶୁପ୍ରତି ନିରାପଦ ରହେ । [3] ଗାଈ ଓ ଘୁଷୂରିର ଅଗ୍ନାଶୟରୁ (pancreas) ଇନସୁଲିନ ପ୍ରସ୍ତୁତ କରାଯାଏ । ଘୁଷୂରି ସଂସ୍କରଣକୁ ସଂଶୋଧନ କରି ବା ରିକମ୍ବିନାଣ୍ଟ ଟେକନୋଲୋଜି (recombinant technology) ସାହାଯ୍ୟରେ ମାନବ ସଂସ୍କରଣ ତିଆରି କରାଯାଏ । ସ୍ୱଳ୍ପ କାଳୀନ ଯେପରିକି ନିୟମିତ ଇନସୁଲିନ (regular insulin), ମଧ୍ୟମ କାଳୀନ ଯେପରିକି ଏନପିଏଚ ଇନସୁଲିନ (NPH insulin) ଓ ଦୀର୍ଘ କାଳୀନ ଯେପରିକି ଇନସୁଲିନ ଗ୍ଲାର୍ଜିନ, ଏହି ତିନି ପ୍ରକାର ଔଷଧ ମିଳେ ।[5]
ସନ ୧୯୨୨ରେ କାନାଡ଼ାରେ (Canada) ପ୍ରଥମେ ଚାର୍ଲସ୍ ବେଷ୍ଟ (Charles Best) ଓ ଫ୍ରେଡେରିକ୍ ବାଣ୍ଟିଙ୍ଗ (Frederick Banting) ଇନସୁଲିନକୁ ଔଷଧ ଭାବରେ ବ୍ୟବହାର କରିଥିଲେ ।[6] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[7] ବିକାଶଶୀଳ ଦେଶମାନଙ୍କରେ (developing world) ୧୦୦୦ ଇଣ୍ଟରନ୍ୟାସନାଲ ୟୁନିଟ ନିୟମିତ ଇନସୁଲିନର ହୋଲସେଲ ମୂଲ୍ୟ ୨.୩୯ରୁ ୧୦.୬୧ ଓ ଏନପିଏଚ ଇନସୁଲିନର ମୂଲ୍ୟ ୨.୨୩ରୁ ୧୦.୩୫ ଆମେରିକୀୟ ଡଲାର । [8][9] ସଂଯୁକ୍ତ ରାଷ୍ଟ୍ରରେ ୧୦୦୦ ୟନିଟ ନିୟମିତ ବା ଏନପିଏଚ ଇନସୁଲିନର ମୂଲ୍ୟ ୭.୪୮ ଓ ଗ୍ଲାର୍ଜିନ ଇନସୁଲିନର ମୂଲ୍ୟ ୩୦.୬୮ ପାଉଣ୍ଡ । [5]