ସାଧାରଣ ଚାପ ବିଶିଷ୍ଟ ହାଇଡ୍ରୋସେଫାଲସ
From Wikipedia, the free encyclopedia
Remove ads
ସାଧାରଣ ଚାପ ବିଶିଷ୍ଟ ହାଇଡ୍ରୋସେଫାଲସ ( NPH ) ରୋଗରେ ମସ୍ତିଷ୍କର ଭେଣ୍ଟ୍ରିକ୍ଲରେ ଥିବା ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ରେ (CSF) ସାଧାରଣ ଚାପ ଥାଏ । [୪] ଲକ୍ଷଣଗୁଡିକ ମଧ୍ୟରେ ଅନିଚ୍ଛାକୃତ ମୂତ୍ରତ୍ୟାଗ, ଡିମେନ୍ସିଆ ଏବଂ ଚାଲିବା ସମସ୍ୟା ଦେଖାଯାଏ । [୫] ଏକ ପ୍ରଶସ୍ତ ଭିତ୍ତିକ ଚାଲି ଦେଖାଯାଏ । [୧] ବାରମ୍ବାର ମୂତ୍ରତ୍ୟାଗ ଭଳି ସମସ୍ୟା ଆରମ୍ଭ ହୋଇପାରେ । [୧] ଚିକିତ୍ସା ବିନା ଲକ୍ଷଣଗୁଡ଼ିକ ସମୟ ସହିତ ଖରାପ ଦିଗକୁ ଗତି କରିଥାଏ । [୬]
ଏହାର କାରଣ ଅଜ୍ଞାତ ଥିବାବେଳେ ଏହା ସବାରାକ୍ନଏଡ ରକ୍ତସ୍ରାବ, ମୁଣ୍ଡ ଆଘାତ, ପୂର୍ବତନ ସଂକ୍ରମଣ, ଅର୍ବୁଦ କିମ୍ବା ଅସ୍ତ୍ରୋପଚାରର ଜଟିଳତା ହେତୁ ମଧ୍ୟ ହୋଇପାରେ ।[୬] ଆରାକ୍ନଏଡ୍ ଗ୍ରାନୁଲେସନ୍ ପର୍ଯ୍ୟାପ୍ତ ସିଏସଏଫ ଅବଶୋଷଣ କରି ନପାରିବାରୁ ଏହା ହେଉଥିବା ବିଶ୍ୱାସ କରାଯାଏ । [୪] ଏହା ଏକ ପ୍ରକାର କମ୍ୟୁନିକେଟିଙ୍ଗ ହାଇଡ୍ରୋସେଫାଲସ । [୫] ଲକ୍ଷଣ ଦେଖି, ମେଡିକାଲ ଇମେଜିଙ୍ଗ ଓ ଲମ୍ବର ପଙ୍କଚର ପରେ ଲକ୍ଷଣଗୁଡ଼ିକର ଉନ୍ନତି ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୧] ପାର୍କିନ୍ସନ୍ ରୋଗ ଏବଂ ଆଲଜିମର ରୋଗର ଲକ୍ଷଣଗୁଡ଼ିକ ସମାନ ଭାବରେ ଉପସ୍ଥାପିତ ହୋଇପାରେ ।[୩]
ଅସ୍ତ୍ରୋପଚାରଦ୍ୱାରା ଅତିରିକ୍ତ ସିଏସଏଫ ନିଷ୍କାସନ କରିବା ପାଇଁ ଏକ ଭେଣ୍ଟ୍ରିକୁଲୋପେରିଟୋନିଆଲ ସଣ୍ଟ ଦିଆଯାଏ । [୬] ଯେଉଁମାନେ ଅସ୍ତ୍ରୋପଚାର ସମ୍ଭବ ନୁହେଁ ତାଙ୍କର ବାରମ୍ବାର ଲମ୍ବର ପଙ୍କଚର୍ କରାଯାଏ ଏବଂ ଆସେଟାଜୋଲାମାଇଡ୍ ଦିଆଯାଏ । [୫] ଅସ୍ତ୍ରୋପଚାର ପରେ ଉନ୍ନତିର ସମ୍ଭାବନା ୮୦% ଥାଏ ।[୧]
ଏହି ରୋଗ ସାଧାରଣତଃ ବୟସ୍କମାନଙ୍କଠାରେ ଦେଖାଯାଏ । [୬] ଗୋଟିଏ ଅଧ୍ୟୟନରୁ ଜଣାପଡିଛି ଯେ ୭୦ ଦଶକରେ ଥିବା ଲୋକଙ୍କ ମଧ୍ୟରୁ 0.୨% ଏବଂ 80 ବର୍ଷରୁ ଅଧିକ ବୟସ୍କ ଲୋକଙ୍କର ୫.୯୦% ପ୍ରଭାବିତ ହୋଇଥାଆନ୍ତି । [୫] ପୁରୁଷ ଏବଂ ସ୍ତ୍ରୀ ସମ ଭାବରେ ପ୍ରଭାବିତ ହୁଅନ୍ତି | [୧] ଏହା ଡିମେନ୍ସିଆର ପ୍ରାୟ ୬% ରୋଗର ପ୍ରତିନିଧିତ୍ୱ କରେ । [୧] ଏହି ରୋଗ ପ୍ରଥମେ ସଲୋମନ ହକିମ ଏବଂ ଆଡାମସ୍ ପ୍ରଥମେ ୧୯୬୫ ମସିହାର ବର୍ଣ୍ଣନା କରିଥିଲେ । [୭] [୪]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads