ଡିସସେମିନେଟେଡ ଇଣ୍ଟ୍ରାଭାସ୍କୁଲାର କୋଆଗୁଲେସନ
ରକ୍ତ ଜମାଟ ପଦ୍ଧତି ଦେହର କ୍ଷୁଦ୍ର ରକ୍ତନଳୀମାନଙ୍କରେ ସକ୍ରିୟ ହୋଇଯିବା ଯୋଗୁ ଅନେକ ସ୍ଥାନରେ ଜମାଟ ରକ୍ତ ଦେଖା From Wikipedia, the free encyclopedia
Remove ads
ଡିସସେମିନେଟେଡ ଇଣ୍ଟ୍ରାଭାସ୍କୁଲାର କୋଆଗୁଲେସନ ବା ଡିଆଇସି (ଇଂରାଜୀ ଭାଷାରେ Disseminated intravascular coagulation/ DIC) ରୋଗରେ ସାରା ଶରୀରର ରକ୍ତ ଜମାଟ ତିଆରି ହୋଇ ମାଇକ୍ରୋ ରକ୍ତନଳୀଙ୍କୁ (small blood vessels) ଅବରୋଧ କରିଦିଏ ।[୧] ଛାତି ଯନ୍ତ୍ରଣା (Chest pain), ଅଣନିଶ୍ୱାସୀ (shortness of breath), ଗୋଡ଼ ଯନ୍ତ୍ରଣା, ବାକ୍ ସମସ୍ୟା, ବିଭିନ୍ନ ଅଙ୍ଗ ଚାଳନାରେ ଅସୁବିଧା ହୋଇପାରେ ।[୧] ଅତ୍ୟଧିକ କ୍ଲଟିଙ୍ଗ ଫ୍ୟାକ୍ଟର (clotting factor) ବ୍ୟବହୃତ ହେବା ଫଳରେ ପରିମାଣ କମିଯାଏ ଓ ତା'ପରେ ଅଧିକ ଜମାଟ ନହୋଇପାରି ରକ୍ତସ୍ରାବ ହୁଏ ।[୧] ଏହି ରକ୍ତସ୍ରାବ ଯୋଗୁ ପରିସ୍ରାରେ ରକ୍ତ (blood in the urine), ଝାଡ଼ାରେ ରକ୍ତ (blood in the stool) ଓ ଚର୍ମରେ ରକ୍ତ ପଡ଼େ । [୧] ଫଳରେ ଅଙ୍ଗପ୍ରତ୍ୟଙ୍ଗ ଫେଲ (organ failure) ମାରି କାମ କରିପାରନ୍ତିନି । [୨]
ସାଧାରଣତଃ ସେପ୍ସିସ, ଅପରେଶନ (surgery), ବଡ଼ ଆଘାତ (major trauma), କର୍କଟ ରୋଗ, (complications of pregnancy) କାରଣମାନଙ୍କ ଯୋଗୁ ଏହି ରୋଗ ହୁଏ ।[୧] ଏହା ବ୍ୟତୀତ ସାପକାମୁଡ଼ା, ତୁଷାରକ୍ଷତ, ଦଗ୍ଧ କାରଣ ଯୋଗୁ ଅଳ୍ପ କେତେକ ଲୋକଙ୍କର ହୁଏ ।[୧] ଏହାର ଦୁଇ ପ୍ରକାର ଉପସ୍ଥାପନା ହୁଏ ଯଥା:- ଆକ୍ୟୁଟ ବା ଦୃତ ଆରମ୍ଭ ଓ କ୍ରନିକ ବା ଧୀର ଆରମ୍ଭ ।[୧] ରକ୍ତ ପରୀକ୍ଷା (Blood tests) କରି ରୋଗ ନିର୍ଣ୍ଣୟ କରିହୁଏ ।[୨] ରକ୍ତରେ ଥ୍ରମ୍ବୋସାଇଟୋପେନିଆ (low platelets), ଅଳ୍ପ ଫିବ୍ରିନୋଜେନ (fibrinogen), ଅଧିକ ଅଇଏନଆର (INR), ବା ଅଧିକ ଡି-ଡାଇମର (D-dimer) ଥାଇପାରେ । [୨]
ଅନ୍ତର୍ନିହିତ କାରଣ ଅନୁସାରେ ଚିକିତ୍ସା କରାଯାଏ ।[୨][୩] ଔଷଧ ମଧ୍ୟରେ ପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନ (Platelets), କ୍ରାୟୋପ୍ରେସିପିଟେଟ (cryoprecipitate), ଫ୍ରେସ ଫ୍ରୋଜନ ପ୍ଲାଜମା (fresh frozen plasma) ଦିଆଯାଏ ।[୨] କ୍ରନିକ କେଶ୍ରେ ହେପାରିନ heparin ଉପକାରରେ ଆସେ ।[୨] ଡାକ୍ତରଖାନାରେ ଆଡମିଶନ ହୋଇଥିବା ରୋଗୀଙ୍କ ମଧ୍ୟରୁ ୧% ରୋଗୀଙ୍କର ଏହି ରୋଗ ହୁଏ ।[୪] ସେପ୍ସିସ ରୋଗଙ୍କ କ୍ଷେତ୍ରରେ ୨୦%ରୁ ୫୦% ରୋଗୀଙ୍କର ଏହି ରୋଗ ହୁଏ ।[୪] ମୃତ୍ୟୁ ସଙ୍କଟ ମଧ୍ୟ ୨୦-୫୦% ରହେ । [୪]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads