ପିତ୍ତାସ୍ମରୀ
From Wikipedia, the free encyclopedia
Remove ads
ପିତ୍ତାସ୍ମରୀ (ଇଂରାଜୀ ଭାଷାରେ ଗଲ୍ସ୍ଟୋନ/ gallstone) ଦେହରେ ଥିବା ପିତ୍ତକୋଷରୁ ନିର୍ଗତ ପିତ୍ତରୁ ତିଆରି ଏକ ପ୍ରକାର ପଥରକୁ କୁହାଯାଏ ।[୧] ପିତ୍ତକୋଷରେ ପିତ୍ତାସ୍ମରୀ ରହିଥିବା ଯୋଗୁ ବା ପିତ୍ତାସ୍ମରୀ ଥିବା ଯୋଗୁ ହେଉଥିବା ବେମାରୀକୁ କୋଲିଲିଥିଆସିସ (cholelithiasis) ରୋଗ କୁହାଯାଏ ।[୨] ପିତ୍ତାସ୍ମରୀ ଥିଲେ ମଧ୍ୟ ପ୍ରାୟ ୮୦% ଲୋକଙ୍କର କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ ।[୧][୩] ପିତ୍ତାସ୍ମରୀ ଥିବା ଲୋକଙ୍କ ମଧ୍ୟରୁ ୧-୪% ଲୋକଙ୍କର ଉଦରର ଉପର ପାର୍ଶ୍ୱରେ ପ୍ରତିବର୍ଷ କ୍ରାମ୍ପ ଧରଣର ଯନ୍ତ୍ରଣା ହୁଏ ଯାହାକୁ ବିଲିଆରି କଲିକ କୁହାଯାଏ ।[୪] ପିତ୍ତାସ୍ମରୀ ଜଟିଳତାରେ ପିତ୍ତକୋଷ ପ୍ରଦାହ (inflammation of the gallbladder), ଅଗ୍ନାଶୟ ପ୍ରଦାହ ଓ ହେପାଟାଇଟିସ୍ (liver inflammation) ହୋଇପାରେ ।[୪][୧] ଜଟିଳ ରୋଗ ହେବାର ଲକ୍ଷଣ: ୫ ଘଣ୍ଟାରୁ ଅଧିକ ସମୟର ଯନ୍ତ୍ରଣା, ଜ୍ୱର, କାମଳ, ବାନ୍ତି ଓ ଚା' ରଙ୍ଗର ପରିସ୍ରା ହୁଏ ।[୧]
ପିତ୍ତାସ୍ମରୀ ତିଆରି ହେବାର ସଙ୍କଟଜନକ ଅବସ୍ଥା: ଜନ୍ମ ନିରୋଧ ବଟିକା (birth control pill), ଗର୍ଭାବସ୍ଥା, ପାରିବାରିକ ପିତ୍ତାସ୍ମରୀ ଥିବା ଇତିହାସ, ମୋଟାପଣ, ଡାଏବେଟିସ (diabetes), ଯକୃତର ସିରୋସିସ୍ (liver disease), ବା ତୀବ୍ର ଓଜନ ହ୍ରାସ । କୋଲେସ୍ଟେରଲ (cholesterol) ବା ବିଲିରୁବିନରୁ (bilirubin) ପିତ୍ତାସ୍ମରୀ ତିଆରି ହୁଏ ।[୧] ଲକ୍ଷଣରୁ ପିତ୍ତାସ୍ମରୀ ଥିବା ଜଣାଯାଏ ।[୪] ତା'ପରେ ଅଲଟ୍ରାସାଉଣ୍ଡ ସାହାଯ୍ୟରେ ରୋଗ ନିଧାର୍ଯ୍ୟ କରାଯାଏ । ରକ୍ତ ପରୀକ୍ଷା କରି ଜଟିଳତା ନିରୁପଣ କରାଯାଇପାରେ । [୧]
ଉପଯୁକ୍ତ ଖାଦ୍ୟ ଓ ସୁସ୍ଥା ଓଜନ ରଖି ପାରିଲେ ଏହି ରୋଗର ପ୍ରତିରୋଧ ହୋଇପାରିବ । ଲକ୍ଷଣ ନ ଥିଲେ ଚିକିତ୍ସା ଆବଶ୍ୟକ ହୁଏନାହିଁ । ପିତ୍ତାସ୍ମରୀ ଯନ୍ତ୍ରଣା ହେଉଥିଲେ ପିତ୍ତକୋଷକୁ ଅପରେଶନ କରି କାଢ଼ିଦିଆଯାଏ ଯାହାକୁ କୋଲିସିସ୍ଟେକ୍ଟୋମି (surgery to remove the gallbladder) କୁହାଯାଏ । ଏହି ଅପରେଶନ ଲାପାରୋସ୍କୋପି (through several small incisions) ବା ବଡ଼ ଛେଦନ କରି କରାଯାଏ । ଶାରୀରିକ ନିଶ୍ଚେତକ (general anesthesia) ଦେଇ ଏହି ଅପରେଶନ କରାଯାଏ । ଅପରେଶନ ସମ୍ଭବ ହେଉ ନ ଥିବା ଲୋକଙ୍କର ପଥର ତରଳେଇବାକୁ ଔଷଧ ଦିଆଯାଏ ବା ସକ୍ ୱେଭ ଲିଥୋଟ୍ରିପ୍ସି (shock wave lithotripsy) ଦିଆଯାଏ ।[୧]
ବିକଶିତ ଦେଶରେ ୧୦-୧୫% ଲୋକଙ୍କର ପିତ୍ତାସ୍ମରୀ ଥାଏ । [୪] ଆଫ୍ରିକାର ଅନେକ ସ୍ଥାନରେ ଏହା ୩% ମଧ୍ୟ ଥାଏ । [୫] ସନ ୨୦୧୩ରେ ପିତ୍ତକୋଷ ଓ ସେହି ସମ୍ବନ୍ଧୀୟ ରୋଗରେ ପ୍ରାୟ ୧୦୪ ନିୟୁତ ଲୋକ (୧.୬%) ପୀଡ଼ିତ ଥିଲେ ଓ ଫଳତଃ ୧୦୬,୦୦୦ମୃତ୍ୟୁ ହୋଇଥିଲା ।[୬][୭] ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ଏ ରୋଗ ଅଧିକ ହେଉଥିଲା ଓ ୪୦ ବର୍ଷ ପରେ ଅଧିକ ହେଉଥିଲା । କେତେକ ଜାତିର ଲୋକଙ୍କୁ ଏ ରୋଗ ଅଧିକ ହୁଏ ଯଥା:- ଆମେରିକୀୟ ଭାରତୀୟଙ୍କ (American Indian) ମଧ୍ୟରୁ ୪୮% ଲୋକଙ୍କର ପିତ୍ତାସ୍ମରୀ ଥାଏ । ପିତାସ୍ମରୀ କାଢ଼ିଦେବା ପରେ ଫଳ ବହୁତ ଭଲ ହୁଏ ।[୧]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads