ପିତ୍ତକୋଷ ପ୍ରଦାହ

From Wikipedia, the free encyclopedia

ପିତ୍ତକୋଷ ପ୍ରଦାହ
Remove ads

ପିତ୍ତକୋଷ ପ୍ରଦାହ (ଇଂରାଜୀରେ କୋଲିସିସ୍ଟାଇଟିସ/ Cholecystitis) ରୋଗ ଦେହରେ ଥିବା ପିତ୍ତକୋଷର ପ୍ରଦାହକୁ ବୁଝାଏ ।[] ଏହାର ଲକ୍ଷଣ: ଉଦରର ଉପର ଡାହାଣ ଏକ ଚତୁର୍ଥାଂଶରେ ଯନ୍ତ୍ରଣା, ଓକାଳ, ବାନ୍ତି ଓ ବେଳେବେଳେ ଜ୍ୱର ହୁଏ । ଅନେକ ସମୟରେ ଆକ୍ୟୁଟ ପିତ୍ତକୋଷ ପ୍ରଦାହ ଆରମ୍ଭ ହେବା ପୂର୍ବରୁ ପିତ୍ତକୋଷ ଯନ୍ତ୍ରଣା ହୁଏ । ପ୍ରଦାହ ହେଲେ ଅଧିକ ସମୟ ଧରି ଯନ୍ତ୍ରଣା ହୁଏ । ଉପ‌ଯୁକ୍ତ ଚିକିତ୍ସା ନ ପାଇଲେ ଏହି ପ୍ରଦାହ ପୁନଃପୁନଃ ହୁଏ ।[] ପିତ୍ତକୋଷ ପ୍ରଦାହ ରୋଗ ଜଟିଳ ହେଲେ ପତ୍ତାସ୍ମରି (ପିତ୍ତକୋଷ ପଥର) ଅଗ୍ନାଶୟ ପ୍ରଦାହ (gallstone pancreatitis), ସାଧାରଣ ପିତ୍ତନଳୀ ପଥର (common bile duct stones) ଓ କୋଲାଞ୍ଜାଇଟିସ ବା ସାଧାରଣ ପିତ୍ତନଳୀ ପ୍ରଦାହ (inflammation of the common bile duct) ରୋଗମାନ ହୋଇପାରେ ।[][]

Quick Facts ପିତ୍ତକୋଷ ପ୍ରଦାହ, ବିଭାଗ ...

ସିସ୍ଟିକ ଡକ୍ଟ ବା ପିତ୍ତକୋଷ ନଳୀ (bile duct) ପତ୍ତାସ୍ମରିଦ୍ୱାରା (ପିତ୍ତକୋଷ ପଥର/ gallstone) ଅବରୋଧ ହେବା ଫଳରେ ୯୦% ଆକ୍ୟୁଟ ପିତ୍ତକୋଷ ପ୍ରଦାହ ରୋଗ ହୁଏ ।[] ଜନ୍ମ ନିରୋଧ ବଟିକା, ଗର୍ଭାବସ୍ଥା, ପାରିବାରିକ ପିତାସ୍ମରି ଇତିହାସ, ମୋଟାପଣ, ସୋରୋସିସ, ମଧୁମେହ ଓ ବେଗବାନ ଓଜନ ହ୍ରାସ ଇତ୍ୟାଦି କାରକମାନ ପିତାସ୍ମରି ବା ଗଲସ୍ଟୋନ ସୃଷ୍ଟି କରନ୍ତି ।[] ରକ୍ତନଳୀ ପ୍ରଦାହ (vasculitis), କେମୋଥେରାପି (chemotherapy), ପ୍ରମୁଖ ଆଘାତ ଓ ଦଗ୍ଧ ହେବା ପରେ ରୋଗ ନିବୃତି ସମୟରେ ଏହି କାରଣମାନଙ୍କ ଯୋଗୁ ମଧ୍ୟ ବେଳେ ବେଳେ ତୀବ୍ର ପିତ୍ତକୋଷ ପ୍ରଦାହ ହୋଇପାରେ ।[] ଲକ୍ଷଣ ଅନୁଶୀଳନ ଓ ଲାବୋରେଟରି ପରୀକ୍ଷା କରି ଏହି ରୋଗ ନିଣ୍ଣୟ କରାଯାଏ । ଉଦର ଅଲଟ୍ରାସାଉଣ୍ଡ (ultrasound) କରି ଏହି ନିଧାର୍ଯ୍ୟ ଭାବରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[]

ସମ୍ଭବ ହେଲେ ୨୪ ଘଣ୍ଟା ମଧ୍ୟରେ ଲାପାରୋସ୍କୋପିକ କଲିସିସ୍ଟେକ୍ଟୋମି (laparoscopic gallbladder removal) ଅପରେଶନ କରି ପିତ୍ତକୋଷ ବାହାର କରିଦିଆଯାଏ ।[][] ଅପରେଶନ କରିବା ସମୟରେ ବାଇଲ ନଳୀର ଫଟୋ ନେବାକୁ ସୁପାରିସ କରାଯାଏ ।[] ରୁଟିନ ଆଣ୍ଟିବାୟୋଟିକ (antibiotic) ବ୍ୟବ‌ହାର କରିବା ବିଷୟରେ ଦ୍ୱନ୍ଦ ଅଛି ।[][] ଠିକ ସମୟରେ ଅପରେଶନ ନ ହୋଇପାରିଲେ ବା କେଶ ଜଟିଳ ହୋଇଥିଲେ ଆଣ୍ଟିବାୟୋଟିକ ବ୍ୟବ‌ହାର କରାଯାଇପାରେ । [] ସାଧାରଣ ପିତ୍ତନଳୀରେ ପଥର ଥିଲେ ଅପରେଶନ କରିବା ପୂର୍ବରୁ ଇଆରସିପିଦ୍ୱାରା (ERCP) କଢ଼ାଯାଏ ବା ଅପରେଶନ ସମୟରେ କାଢ଼ିଦିଆଯାଏ । [] ଅପରେଶନ ହେବାକୁ ଅକ୍ଷମ ଥିଲେ ପିତ୍ତକୋଷ ଡ୍ରେନ/ନିଷ୍କାସନ କରିଦିଆଯାଏ ।[]

ବିକଶିତ ଦେଶରେ ପ୍ରାୟ ୧୦-୧୫% ଲୋକଙ୍କର ପିତାସ୍ମରି ହୁଏ ।[] ୪୦ ବର୍ଷ ବୟସ ପରେ ମହିଳାମାନଙ୍କର ପୁରୁଷଙ୍କ ଅପେକ୍ଷା ଅଧିକ ପିତାସ୍ମରି ହୁଏ । କେତେକ ପ୍ରଜାତିର ଲୋକଙ୍କୁ ଏହା ଅଧିକ ହୁଏ ଯେପରିକି ୪୮% ଆମେରିକାନ ଇଣ୍ଡିଆନ (American Indian) ଲୋକଙ୍କର ପିତାସ୍ମରି ଥାଏ । [] ପିତାସ୍ମରି ଥିବା ଲୋକଙ୍କ ମଧ୍ୟରୁ ୧-୪% ଲୋକଙ୍କର ପ୍ରତିବର୍ଷ ବିଲିଆରି କଲିକ ହୁଏ ।[] ଚିକିତ୍ସା ନ ପାଇଲେ ଏମାନଙ୍କ ମଧ୍ୟରୁ ୨୦% ଲୋକଙ୍କର ତୀବ୍ର ପିତ୍ତକୋଷ ପ୍ରଦାହ ହୁଏ ।[] ପିତ୍ତକୋଷ ବାହାର କଲାପରେ ଫଳାଫଳ ସାଧାରଣତଃ ଭଲ ହୁଏ ।[] ଚିକିତ୍ସା ନ ପାଇଲେ କ୍ରନିକ ପିତ୍ତକୋଷ ପ୍ରଦାହ ମଧ୍ୟ ହୁଏ ।[] ଗ୍ରୀକ ଶବ୍ଦ cholecystର ଅର୍ଥ ପିତ୍ତକୋଷ ଓ itisର ଅର୍ଥ ପ୍ରଦାହ ମିଶି ଇଂରାଜୀର କୋଲିସିସ୍ଟାଇଟିସ (cholecystitis) ହୋଇଛି ।[୧୦]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads