ସାଧାରଣ ଚାପ ବିଶିଷ୍ଟ ହାଇଡ୍ରୋସେଫାଲସ

From Wikipedia, the free encyclopedia

ସାଧାରଣ ଚାପ ବିଶିଷ୍ଟ ହାଇଡ୍ରୋସେଫାଲସ
Remove ads

ସାଧାରଣ ଚାପ ବିଶିଷ୍ଟ ହାଇଡ୍ରୋସେଫାଲସ ( NPH ) ରୋଗରେ ମସ୍ତିଷ୍କର ଭେଣ୍ଟ୍ରିକ୍ଲରେ ଥିବା ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ୍‌ରେ (CSF) ସାଧାରଣ ଚାପ ଥାଏ । [] ଲକ୍ଷଣଗୁଡିକ ମଧ୍ୟରେ ଅନିଚ୍ଛାକୃତ ମୂତ୍ରତ୍ୟାଗ, ଡିମେନ୍ସିଆ ଏବଂ ଚାଲିବା ସମସ୍ୟା ଦେଖାଯାଏ । [] ଏକ ପ୍ରଶସ୍ତ ଭିତ୍ତିକ ଚାଲି ଦେଖାଯାଏ । [] ବାରମ୍ବାର ମୂତ୍ରତ୍ୟାଗ ଭଳି ସମସ୍ୟା ଆରମ୍ଭ ହୋଇପାରେ । [] ଚିକିତ୍ସା ବିନା ଲକ୍ଷଣଗୁଡ଼ିକ ସମୟ ସହିତ ଖରାପ ଦିଗକୁ ଗତି କରିଥାଏ । []

Quick facts Normal-pressure hydrocephalus, ବିଭାଗ ...

ଏହାର କାରଣ ଅଜ୍ଞାତ ଥିବାବେଳେ ଏହା ସବାରାକ୍‌ନଏଡ ରକ୍ତସ୍ରାବ, ମୁଣ୍ଡ ଆଘାତ, ପୂର୍ବତନ ସଂକ୍ରମଣ, ଅର୍ବୁଦ କିମ୍ବା ଅସ୍ତ୍ରୋପଚାରର ଜଟିଳତା ହେତୁ ମଧ୍ୟ ହୋଇପାରେ ।[] ଆରାକ୍‌ନଏଡ୍ ଗ୍ରାନୁଲେସନ୍ ପର୍ଯ୍ୟାପ୍ତ ସିଏସଏଫ ଅବଶୋଷଣ କରି ନପାରିବାରୁ ଏହା ହେଉଥିବା ବିଶ୍ୱାସ କରାଯାଏ । [] ଏହା ଏକ ପ୍ରକାର କମ୍ୟୁନିକେଟିଙ୍ଗ ହାଇଡ୍ରୋସେଫାଲସ । [] ଲକ୍ଷଣ ଦେଖି, ମେଡିକାଲ ଇମେଜିଙ୍ଗ ଓ ଲମ୍ବର ପଙ୍କଚର ପରେ ଲକ୍ଷଣଗୁଡ଼ିକର ଉନ୍ନତି ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[] ପାର୍କିନ୍‌ସନ୍ ରୋଗ ଏବଂ ଆଲଜିମର ରୋଗର ଲକ୍ଷଣ‌ଗୁଡ଼ିକ ସମାନ ଭାବରେ ଉପସ୍ଥାପିତ ହୋଇପାରେ ।[]

ଅସ୍ତ୍ରୋପଚାରଦ୍ୱାରା ଅତିରିକ୍ତ ସିଏସଏଫ ନିଷ୍କାସନ କରିବା ପାଇଁ ଏକ ଭେଣ୍ଟ୍ରିକୁଲୋପେରିଟୋନିଆଲ ସଣ୍ଟ ଦିଆଯାଏ । [] ଯେଉଁମାନେ ଅସ୍ତ୍ରୋପଚାର ସମ୍ଭବ ନୁହେଁ ତାଙ୍କର ବାରମ୍ବାର ଲମ୍ବର ପଙ୍କଚର୍ କରାଯାଏ ଏବଂ ଆସେଟାଜୋଲାମାଇଡ୍ ଦିଆଯାଏ । [] ଅସ୍ତ୍ରୋପଚାର ପରେ ଉନ୍ନତିର ସମ୍ଭାବନା ୮୦% ଥାଏ ।[]

ଏହି ରୋଗ ସାଧାରଣତଃ ବୟସ୍କମାନଙ୍କଠାରେ ଦେଖାଯାଏ । [] ଗୋଟିଏ ଅଧ୍ୟୟନରୁ ଜଣାପଡିଛି ଯେ ୭୦ ଦଶକରେ ଥିବା ଲୋକଙ୍କ ମଧ୍ୟରୁ 0.୨% ଏବଂ 80 ବର୍ଷରୁ ଅଧିକ ବୟସ୍କ ଲୋକଙ୍କର ୫.୯୦% ପ୍ରଭାବିତ ହୋଇଥାଆନ୍ତି । [] ପୁରୁଷ ଏବଂ ସ୍ତ୍ରୀ ସମ ଭାବରେ ପ୍ରଭାବିତ ହୁଅନ୍ତି | [] ଏହା ଡିମେନ୍ସିଆର ପ୍ରାୟ ୬% ରୋଗର ପ୍ରତିନିଧିତ୍ୱ କରେ । [] ଏହି ରୋଗ ପ୍ରଥମେ ସଲୋମନ ହକିମ ଏବଂ ଆଡାମସ୍ ପ୍ରଥମେ ୧୯୬୫ ମସିହାର ବର୍ଣ୍ଣନା କରିଥିଲେ । [] []

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads