ଅର୍ଥୋଷ୍ଟାଟିକ ହାଇପୋଟେନସନ
ଏହି ରୋଗରେ ଠିଆ ହେବା ସମୟରେ ହଠାତ୍ ରକ୍ତଚାପ ହ୍ରାସ ହୁଏ । From Wikipedia, the free encyclopedia
Remove ads
ଅର୍ଥୋଷ୍ଟାଟିକ ହାଇପୋଟେନସନ, ଯାହା ପୋସଚୁରାଲ ହାଇପୋଟେନସନ ଭାବରେ ମଧ୍ୟ ଜଣାଶୁଣା, ରୋଗ ଥିଲେ ଠିଆ ହେବା ସମୟରେ ହଠାତ୍ ରକ୍ତଚାପ ହ୍ରାସ ହୁଏ ।[୧] ଲକ୍ଷଣଗୁଡ଼ିକ ମଧ୍ୟରେ ମୁଣ୍ଡ ହାଲୁକା ଲାଗିବା, ଅସ୍ପଷ୍ଟ ଦର୍ଶନ, ଦ୍ୱନ୍ଦ୍ୱ ଏବଂ ଛିଡ଼ା ହେଲେ ସିଙ୍କୋପି ହୋଇପାରେ । [୧] [୫] ଏହା ପତନ, ହୃଦରୋଗ ଏବଂ ମୃତ୍ୟୁ ହେବା ଆଶଙ୍କା ସହିତ ଜଡିତ ଥାଏ ।[୩]
ରକ୍ତ ପରିମାଣ ହ୍ରାସ ହେବାର କାରଣ ମଧ୍ୟରେ କମ୍ ରକ୍ତ ପରିମାଣ; ବିଟା-ବ୍ଲକର, ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ ଏବଂ ଆଲଫା ବ୍ଲକର୍ ଭଳି ଔଷଧ; ଦୀର୍ଘ କାଳୀଣ ଶଯ୍ୟା ବିଶ୍ରାମ; ଅଟୋନୋମିକ ନୁରରୋପାଥି, ଆଡିସନ୍ ରୋଗ, ଏବଂ ଏକାଧିକ ସିଷ୍ଟମ୍ ଆଟ୍ରୋଫି ହୋଇପାରେ । [୨] [୧] [୫] ଅନ୍ତର୍ନିହିତ ପ୍ରଣାଳୀ ପ୍ରାୟ ଠିଆ ହେବା ସହିତ ଗୋଡରେ ରକ୍ତ ଜମା ହେବା ଯୋଗୁ ପର୍ଯ୍ୟାପ୍ତ କ୍ଷତିପୂରଣ ମିଳିପାରେ ନାହିଁ ।[୫] ଅତିକମରେ ୨୦ମିମି ସିଷ୍ଟୋଲିକ୍ ରକ୍ତଚାପର ହ୍ରାସ କିମ୍ବା ଅତିକମରେ ୧୦ମିମି ଡାଇଷ୍ଟୋଲିକ୍ ରକ୍ତଚାପ କମ ହେଲେ ଏହି ସମସ୍ୟା ଉପୁଜେ ।[୩] ଏହା ନ୍ୟୁରୋଜେନିକ୍ ଏବଂ ଅଣ-ନ୍ୟୁରୋଜେନିକ୍ କାରଣ ଯୋଗୁ ହୋଇପାରେ [୩]
ଏହାର ମୂଳ କାରଣ ଅନୁସାରେ ଚିକିତ୍ସା କରାଯାଏ ।[୧] ଏଥିରେ କେତେକ ଔଷଧ ହ୍ରାସ, ଫିଜିଓଥେରାପି, ସଙ୍କୋଚନକାରୀ ମୋଜା ପିନ୍ଧିବା, ଲୁଣ ଏବଂ ଜଳ ଗ୍ରହଣ ବୃଦ୍ଧି କିମ୍ବା ମିଡୋଡ୍ରାଇନ୍ ପରି ଔଷଧ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଅର୍ଥୋଷ୍ଟାଟିକ୍ ହାଇପୋଟେନ୍ସନ୍ ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ହୁଏ ।[୩] କେୟାର ହାଉସରେ ଅଧାରୁ ଅଧିକ ବୟସ୍କ ବ୍ୟକ୍ତି ପ୍ରଭାବିତ ହୁଅନ୍ତି। [୩] ବୟସ୍କମାନଙ୍କ କ୍ଷେତ୍ରରେ ଏହା ଅନେକ ପତନର କାରଣ ଅଟେ । [୫]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads