ପ୍ରାଥମିକ ସ୍କ୍ଲେରୋଜିଙ୍ଗ କୋଲାଞ୍ଜାଇଟିସ

ଏହାଏକ ଦୀର୍ଘମିଆଦି ରୋଗ ଯେଉଁଥିରେ ଯକୃତ ଭିତରେ ଓ ବାହାରେ ଥିବା ପିତ୍ତନଳୀରେ ପ୍ରଦାହ ହୋଇ କ୍ଷତ ଦାଗ ରହିଯାଏ ଯା From Wikipedia, the free encyclopedia

ପ୍ରାଥମିକ ସ୍କ୍ଲେରୋଜିଙ୍ଗ କୋଲାଞ୍ଜାଇଟିସ
Remove ads

ପ୍ରାଥମିକ ସ୍କ୍ଲେରୋଜିଙ୍ଗ କୋଲାଞ୍ଜାଇଟିସ ବା ପିଏସସି (ଇଂରାଜୀ ଭାଷାରେ Primary sclerosing cholangitis ବା PSC) ଏକ ଦୀର୍ଘମିଆଦି ରୋଗ ଯେଉଁଥିରେ ଯକୃତ ଭିତରେ ଓ ବାହାରେ ଥିବା ପିତ୍ତନଳୀରେ ପ୍ରଦାହ ହୋଇ କ୍ଷତ ଦାଗ ରହିଯାଏ ଯାହା ସମୟକ୍ରମେ ନଳୀକୁ ସରୁ କରି ଅବରୋଧ କରିଦିଏ । [] ଅନେକ ରୋଗୀଙ୍କର ପ୍ରାରମ୍ଭରେ କୌଣସି ଲକ୍ଷଣ ନଥାଏ କିନ୍ତୁ ସମୟକ୍ରମେ ଯକୃତ ରୋଗ ହୋଇ ଚର୍ମ ଓ ଆଖି ହଳଦିଆ ଦେଖାଯାଏ, ଗଲୁ ହୁଏ ଓ ଉଦରର ଡାହାଣ ଉପର ପାଖ ପେଟରେ ଉଦର ଯନ୍ତ୍ରଣା ହୋଇପାରେ | [] ରୋଗ ଜଟିଳ ହେଲେ ଯକୃତ ଫେଲ୍ ହୁଏ, ପିତ୍ତକୋଷ ଓ ପିତ୍ତନଳୀରେ ପ୍ରଦାହ ଓ କର୍କଟ ରୋଗ ହୁଏ ଏବଂ ଚର୍ବି ଦ୍ରବିଭୂତ ଜୀବସାରର ଅଭାବ ହୋଇପାରେ। [] []

Quick facts Primary sclerosing cholangitis, ବିଭାଗ ...

ଏହାର କାରଣ ଜଣା ପଡିନାହିଁ। [] ପ୍ରାୟ ୭୦% ରୋଗୀଙ୍କର ଇନଫ୍ଲାମେଟରି ବାୱେଲ ଫିଜିଜ ବା ପ୍ରଦାହିତ ଖାଦ୍ୟନଳୀ ରୋଗ ଥାଏ, ଅଧିକାଂଶ ସମୟରେ ଅଲସରେଟିଭ କୋଲାଇଟିସ୍ (ୟୁସି/ UC) ଏବଂ ପ୍ରାୟ ୭.୫% ଲୋକଙ୍କର ୟୁସି ସ‌ହିତ ପିଏସସି ଥାଏ। [] [] ଅନ୍ୟାନ୍ୟ ସଙ୍କଟ କାରକ ମଧ୍ୟରେ ରୋଗର ପାରିବାରିକ ଇତିହାସ ଥାଏ ଓ ସେମାନେ ଅଣଧୂମ‌ପାନ‌କାରୀ ଥାଆନ୍ତି । [] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଏହା ଏକ ଅଟୋଇମ୍ମ୍ୟୁନ ରୋଗ ବୋଲି ବିଶ୍ୱାସ କରାଯାଏ। [] ଅନ୍ୟାନ୍ୟ ସମ୍ଭାବ୍ୟ କାରଣ ବାଦ ଦେବା ପରେ ଅଧିକ ସ୍ଥାୟୀ ଆଲକାଲାଇନ ଫସଫେତ ଓ ଏମଆରସିପି ପରୀକ୍ଷା ଆଧାରରେ ରୋଗ ନିର୍ଣ୍ଣୟ କରାଯାଇପାରେ। []

ଏହି ରୋଗ ଆରୋଗ୍ୟସାଧ୍ୟ ନୁହେଁ । [] ରୋଗକୁ ମନ୍ଥର କରିବାକୁ ଇମ୍ମ୍ୟୁନୋସପ୍ରେସାଣ୍ଟ ବ୍ୟବହାର କରାଯାଏ । [] ଗଲୁ ଉପଶମ ପାଇଁ କୋଲେସ୍ଟିରାମିନ ବା ନାଲଟ୍ରେକ୍ସୋନ ବ୍ୟବ‌ହାର କରାଯାଏ । [] ପ୍ରାୟ ୪୦% ଲୋକଙ୍କର ସମୟକ୍ରମେ ଯକୃତ ପ୍ରତିରୋପଣ ଆବଶ୍ୟକ ହୁଏ ଏବଂ ପ୍ରତିରୋପଣ ସତ୍ତ୍ୱେ ୨୫% କ୍ଷେତ୍ରରେ ଏହି ରୋଗର ପୁନରାବୃତ୍ତି ହୁଏ। [] ଯକୃତ ପ୍ରତିରୋପଣ ବିନା ସାଧାରଣ ଆୟୁଷ ପ୍ରାୟ ୧୦ ବର୍ଷ ଅଟେ | []

ଏହା ଏକ ବିରଳ ରୋଗ ଯାହା ପ୍ରତି ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୧୧ଜଣକୁ ପ୍ରଭାବିତ କରିଥାଏ | [] ସାଧାରଣତଃ ୩୦ କିମ୍ବା ୪୦ ଦଶକ ବୟସରେ ଏହି ରୋଗ ହୋଇଥାଏ | [] ଏସିଆ ଉଦ୍‌ଭବ ଲୋକଙ୍କ ଅପେକ୍ଷା ଉତ୍ତର ୟୁରୋପର ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି | ପୁରୁଷମାନେ ମହିଳାଙ୍କ ତୁଳନାରେ ଦୁଇଗୁଣ ପ୍ରଭାବିତ ହୁଅନ୍ତି | [] [] ଏହି ରୋଗ ପ୍ରଥମେ 1800 ଶତକ ମଧ୍ୟ ଭାଗରେ ବର୍ଣ୍ଣନା କରାଯାଇଥିଲା କିନ୍ତୁ ୧୯୭୦ ଦଶକ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ବର୍ଣ୍ଣିତ ହୋଇନଥିଲା। []

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads