ପ୍ରେଡନିସୋନ
ଏକ ଯୌଗିକ ରାସାୟନିକ ପଦାର୍ଥ ଓ ଔଷଧ From Wikipedia, the free encyclopedia
Remove ads
ପ୍ରେଡନିସୋନ (ଇଂରାଜୀ ଭାଷାରେ Prednisone) ଏକ ଗ୍ଲୁକୋକର୍ଟିକଏଡ (glucocorticoid) ଔଷଧ ଯାହା ଇମ୍ମ୍ୟୁନିଟି ସିସ୍ଟମକୁ କମେଇଦେଇ (suppress the immune system) ଆଜ୍ମା, ସିଓପିଡି ଓ ରିଉମାଟୋଲୋଜିକ (rheumatologic disease) ରୋଗମାନଙ୍କରେ ହେଉଥିବା ପ୍ରଦାହ (inflammation) କମ୍ କରିଦିଏ ।[୨] କର୍କଟ ରୋଗ ଜନିତ ଅଧିକ ରକ୍ତ କ୍ୟାଲସିଅମ (high blood calcium) ଓ ଅନ୍ୟାନ୍ୟ ସ୍ଟିରଏଡ ସହିତ ଆଡ୍ରେନାଲ ଇନସଫିସିଏନ୍ସି (adrenal insufficiency) ରୋଗରେ ଦିଆଯାଏ । [୨] ଏହା ପାଟିରେ ଦିଆଯାଏ ।[୨]
ପ୍ରେଡନିସୋନ ଦୀର୍ଘକାଳ ଧରି ବ୍ୟବହାର କଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପରଳ, ଓଷ୍ଟିଓପୋରୋସିସ, ସହଜରେ ବ୍ରୁଇସିଙ୍ଗ (bruising), ମାଂସପେଶୀ ଦୌରବଲ୍ୟ ଓ ଓରାଲ କାଣ୍ଡିଡିଆସିସ (thrush) ହୋଇପାରେ ।[୨] ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ଓଜନ ବୃଦ୍ଧି, ଫୁଲା, ଅଧିକ ରକ୍ତ ଶର୍କରା (high blood sugar), ଅଧିକ ସଂକ୍ରମଣ ସଙ୍କଟ ଓ ସାଇକୋସିସ ହୋଇପାରେ ।[୩][୨] ଗର୍ଭାବସ୍ଥାରେ ଏହା ବିପଦମୁକ୍ତ ବିବେଚନା କରାଯାଏ ଓ ଅଳ୍ପ ମାତ୍ରାରେ ସ୍ତନ୍ୟପାନ (breastfeeding) ସମସୟରେ ମଧ୍ୟ ବିପଦ ରହେନି । [୪] ଏହି ଔଷଧର ଦୀର୍ଘ ସମୟ ଧରି ବ୍ୟବହାର କଲାପରେ ବନ୍ଦ କରିବାକୁ ହେଲେ ଧୀରେ ଧିରେ ମାତ୍ରା କମେଇ ବନ୍ଦ କରାଯାଏ । [୨]
ପ୍ରେଡନିସୋନ ଯକୃତରେ ପରିବର୍ତ୍ତୀତ ହୋଇ ପ୍ରେଡନିସୋଲୋନରେ ପରିଣତ ହେଲା ପରେ ସକ୍ରିୟ ହୁଏ ।[୫][୬] ଏହି ପ୍ରେଡନୋସୋଲୋନ ତାପରେ ଗ୍ଲୁକୋକର୍ଟିକଏଡ (glucocorticoid receptor) ସହିତ ଅନୁବନ୍ଧିତ ହୁଏ ଓ ତାଙ୍କୁ ସକ୍ରିୟ କରେ ତଥା ଜିନ ଏକ୍ସପ୍ରେସନ (gene expression) କରିବାକୁ ଟ୍ରିଗର କରେ ।[୩]
ପ୍ରେଡନିସୋନ ସନ ୧୯୫୪ରେ ପେଟେଣ୍ଟ ହେବାପରେ ଡାକ୍ତରୀ ବ୍ୟବହାର ନିମନ୍ତେ ସନ ୧୯୫୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୨][୭] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ସନ ୨୦୧୮ରେ ୦.୩୦ ଡଲାରରୁ କମ୍ ଥିଲା ।[୮] ସେଠାରେ ସନ ୨୦୧୬ରେ ଏହାର ୨୩ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାର ୩୧ତମ ସ୍ଥାନରେ ଥିଲା ।[୯]
Remove ads
ଏହା ମଧ୍ୟ ଦେଖନ୍ତୁ
ଆଧାର
ବାହ୍ୟ ଲିଙ୍କ
Wikiwand - on
Seamless Wikipedia browsing. On steroids.
Remove ads