କାମାକ୍ଷାନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ / From Wikipedia, the free encyclopedia
କାମାକ୍ଷାନଗର (କ୍ରମିକ ସଂଖ୍ୟା: ୫୭) ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କାମାକ୍ଷାନଗର (ବି), ଭୁବନ (ବି), ଭୁବନ ବ୍ଳକ, ଢେଙ୍କାନାଳ ବ୍ଳକର କିଛି ଅଂଶ ଓ କାମାକ୍ଷାନଗର ବ୍ଳକର କିଛି ଅଂଶ ।[1][2]
Quick Facts କାମାକ୍ଷାନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ ...
କାମାକ୍ଷାନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୩,୬୪୨ |
ଜିଲ୍ଲା: | ଢେଙ୍କାନାଳ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଢେଙ୍କାନାଳ |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୨ |
ପୌର ପରିଷଦ: |
Close
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭବାନୀ ଶଙ୍କର ମହାପାତ୍ରଙ୍କଠାରୁ ୧୬୮୮୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[3]
ଗତ ୨୦୦୯ ମସିହା ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଶତୃଘ୍ନ ଜେନାଙ୍କଠାରୁ ୨୦,୫୯୪ଟି ଭୋଟ ଅଧିକ ପାଇ ନିର୍ବାଚିତ ହୋଇଥିଲେ ।[4]