ଚିକିସ୍ଥିକ ଅବସ୍ଥା From Wikipedia, the free encyclopedia
ପେରିକାର୍ଡ଼ାଇଟିସ (ଇଂରାଜୀ ଭାଷାରେ pericarditis) ଏକ ରୋଗର ନାମ ଯେଉଁଥିରେ ହୃତ୍ପିଣ୍ଡର ତନ୍ତୁମୟ ଖୋଳ ବା ପେରକାର୍ଡ଼ିଅମର (pericardium) ପ୍ରଦାହ (inflammation) ହୋଇଥାଏ ।[1] ଏହି ରୋଗରେ ତୀବ୍ର ଛାତି ଯନ୍ତ୍ରଣା (chest pain) ହଠାତ ଆରମ୍ଭ ହୁଏ । ପିଠି, ବେକ ଓ କାନ୍ଧରେ ମଧ୍ୟ ଏହି ଯନ୍ତ୍ରଣା ଅନୁଭବ ହୋଇପାରେ । ବିଛଣାରେ ଗଡ଼ିଲେ ବା ଲମ୍ବା ପ୍ରଶ୍ୱାସ ନେଲେ କଷ୍ଟ ବଢ଼ିଯାଏ କିନ୍ତୁ ବସିପଡ଼ିଲେ ଭଳ ଲାଗେ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଜ୍ୱର, ଦୁର୍ବଳତା (weakness), ଖର ସ୍ପନ୍ଦନ (palpitations) ଓ ଅଣନିଶ୍ୱାସୀ (shortness of breath) ଲାଗେ ।[2] ବେଳେବେଳେ ରୋଗ ହଠାତ ଆରମ୍ଭ ନ ହୋଇ ଧୀରେ ଧୀରେ ହୁଏ । [1]
ଅଧିକାଂଶ ସମୟରେ ଭୁତାଣୁ ସଂକ୍ରମଣକୁ (viral infection ) ପେରିକାର୍ଡ଼ାଇଟିସ ରୋଗର କାରଣରୂପେ ବିବେଚନ କରାଯାଏ ।[3] ଅନ୍ୟାନ୍ୟ କାରଣ ମଧ୍ୟରେ ଯକ୍ଷ୍ମା, ହୃଦ୍ଘାତ ପରବର୍ତ୍ତୀ ୟୁରିମିକ ପେରିକାର୍ଡ଼ାଇଟିସ, କର୍କଟ ରୋଗ, ଅଟୋଇମ୍ମ୍ୟୁନ ରୋଗ (autoimmune disorder) ଓ ଛାତି ଆଘାତ ଯୋଗୁ ଏହି ରୋଗ ହୋଇପାରେ ।[3][4] ଅଧିକାଂଶ ସମୟରେ ଏହର କାରଣ ଅଜ୍ଞାତ ହୋଇ ରହିଯାଏ ।[3][1] ଛାତି ଯନ୍ତ୍ରଣା, ପେରିକାର୍ଡ଼ିଆଲ ରବ୍ (pericardial rub), ନିର୍ଦ୍ଦିଷ୍ଟ ଇସିଜି ପରିବର୍ତ୍ତନ ଓ ହୃତ୍ପିଣ୍ଡକୁ ଘେରି ତରଳ ପଦାର୍ଥ (fluid around the heart) ଜମିବା ଇତ୍ୟାଦି ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[5] ହୃଦ୍ଘାତ ରୋଗରେ ମଧ୍ୟ ସମାନ ଲକ୍ଷଣ ପ୍ରକାଶ ପାଏ ।[2]
ଅଧିକାଂଶ ସ୍ଥଳରେ ଏନଏସଏଆଇଡି (NSAIDs) ଦେଇ ଚିକିତ୍ସା କରାଯାଏ ଓ ସମ୍ଭବତଃ କଲଚିସିନ (colchicine) ଦିଆଯାଏ । ଏହି ଔଷଧ ଯଥେଷ୍ଟ ନ ହେଲେ ସ୍ଟିରଏଡ (Steroids) ଦିଆଯାଇପାରେ ।[5] କିଛି ଦିନ ବା କିଛି ସପ୍ତାହ ମଧ୍ୟରେ ରୋଗର ଉନ୍ନତି ପରିଲକ୍ଷିତ ହୁଏ କିନ୍ତୁ ଏହା ମାସ ମାସ ଧରି ମଧ୍ୟ ରହିପାରେ ।[6] ରୋଗ ଜଟିଳ ହେଲେ କାର୍ଡ଼ିଆକ ଟାମ୍ପୋନେଡ (cardiac tamponade), ମାୟୋକାର୍ଡ଼ାଇଟିସ (myocarditis) ବା କନସ୍ଟ୍ରିକ୍ଟିଭ ପେରିକାର୍ଡ଼ିଟିସ (constrictive pericarditis) ହୋଇପାରେ ।[2][7] ଛାତି ଯନ୍ତ୍ରଣାର ଏହି ଏକ ଅଳ୍ପ ସାଧାରଣ କାରଣ । [8] ବାର୍ଷିକ ୧୦,୦୦୦ ଲୋକରେ ୩ ଜଣକୁ ଏହି ରୋଗ ଆକ୍ରମଣ କରେ ।[7] ସାଧାରଣତଃ ପୁରୁଷମାନଙ୍କୁ ୨୦ରୁ ୫୦ ବର୍ଷ ବୟସ ମଧ୍ୟରେ ଏହି ରୋଗ ଅଧିକ ଆକ୍ରମଣ କରେ । ପ୍ରାୟ ୩୦% ରୋଗୀଙ୍କର ଏକାଧିକ ଥର ଏହି ରୋଗ ହୁଏ ।[9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.