ମର୍କତ କେଶରୀ
From Wikipedia, the free encyclopedia
ମର୍କତ କେଶରୀ (ଭୀମରଥ ଦ୍ୱିତୀୟ ମହାଭାବଗୁପ୍ତ ନାମରେ ମଧ୍ୟ ଜଣା) ଉତ୍କଳର କେଶରୀ ବଂଶର ଜଣେ ମହାରାଜା ଥିଲେ । ମାଦଳା ପାଞ୍ଜିରେ ଉଲ୍ଲେଖ ରହିଛି ଯେ ସେ କଟକ ସହରକୁ ବନ୍ୟା ଦାଉରୁ ବଞ୍ଚାଇବା ନିମନ୍ତେ ୧୦୦୬ ଖ୍ରୀଷ୍ଟାବ୍ଦରେ କାଠଯୋଡ଼ି ପଥରବନ୍ଧ ନିର୍ମାଣ କରାଇଥିଲେ । [1][2] [3] [4] ସେ ୮ ବର୍ଷ ଧରି ଉତ୍କଳରେ ଶାସନ କରିଥିଲେ ।[5]