ଲିଙ୍ଗରାଜ ପାଣିଗ୍ରାହୀ
ଓଡ଼ିଆ ରାଜନୀତିଜ୍ଞ / From Wikipedia, the free encyclopedia
ଲିଙ୍ଗରାଜ ପାଣିଗ୍ରାହୀ (୨୧ ମାର୍ଚ୍ଚ ୧୮୯୬ – ୨୩ ଅଗଷ୍ଟ ୧୯୬୯) ଜଣେ ଓଡ଼ିଆ ବିଚାରପତି ଓ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ତୃତୀୟ ମୁଖ୍ୟ ବିଚାରପତି ଥିଲେ । ୪ ମାର୍ଚ୍ଚ ୧୯୫୩ରେ ସେ ଏହି ପଦବୀରେ ନିଯୁକ୍ତହୋଇ ୨୧ ମାର୍ଚ୍ଚ ୧୯୫୬ ପର୍ଯ୍ୟନ୍ତ ଏହି ଦାୟିତ୍ୱ ନିର୍ବାହ କରିଥିଲେ ।[1] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମପୁର ଓ କୋଦଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ ଓ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
Quick Facts ଲିଙ୍ଗରାଜ ପାଣିଗ୍ରାହୀ, ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା ...
ଲିଙ୍ଗରାଜ ପାଣିଗ୍ରାହୀ | |
---|---|
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ନିର୍ବାଚନ ମଣ୍ଡଳୀ | କୋଦଳା |
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପୂର୍ବ ଅଧିକାରୀ | ମୋହନ ନାୟକ |
ପର ଅଧିକାରୀ | ଶିଶିର କୁମାର ନରେନ୍ଦ୍ର ଦେଓ |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମପୁର |
ଓଡ଼ିଶାର ମୁଖ୍ୟ ବିଚାରପତି | |
କାର୍ଯ୍ୟକାଳ ୪ ମାର୍ଚ୍ଚ ୧୯୫୩ – ୨୧ ମାର୍ଚ୍ଚ ୧୯୫୬ | |
ପୂର୍ବ ଅଧିକାରୀ | ବାଚୁ ଜଗନ୍ନାଦ ଦାସ |
ପର ଅଧିକାରୀ | ରାମସ୍ୱାମୀ ଲକ୍ଷ୍ମଣ ନରସିଂହମ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1896-03-21)୨୧ ମାର୍ଚ୍ଚ ୧୮୯୬ |
ମୃତ୍ୟୁ | ୨୩ ଅଗଷ୍ଟ ୧୯୬୯(1969-08-23) (ବୟସ ୭୩) |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସ୍ୱର୍ଣ୍ଣମୟୀ ପାଣିଗ୍ରାହୀ |
ବାପା/ବୋଉ | ଗୋପୀନାଥ ପାଣିଗ୍ରାହୀ (ବାପା) |
ବୃତ୍ତି | ବିଚାରପତି, ରାଜନୀତିଜ୍ଞ |
Close